ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି, ହାତ ତିଆରି ରାକ୍ଷୀ ବାନ୍ଧିବେ

ବାରିପଦା ଅଫିସ,୧୪।୮- ଦିନକ ପରେ ଭଉଣୀ ଓ ଭାଇଙ୍କ ପବିତ୍ର ବନ୍ଧନର ଦିବସ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ମଙ୍ଗଳ ମନାସେ ଓ ନିଜ ସୁରକ୍ଷା ପାଇଁ ଦାବି କରେ। ପରମ୍ପରା ମୁତାବକ ଏହାକୁ ସମଗ୍ର ଭାରତବର୍ଷରେ ପାଳନ କରାଯାଏ। ମୟୂରଭଞ୍ଜ ଜିଲାରେ ଥିବା ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଏହି ଦିନ ନିଜ ନିଜ ଭାଇମାନଙ୍କ ସହିତ ଦିନଟିଏ ବିତାଇବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି। ଏହି ବିଦ୍ୟାଳୟଗୁଡିକରେ ସାମୂହିକ ଭାବେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା ପାଇଁ କର୍ତ୍ତୃପକ୍ଷମାନେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଛାତ୍ରୀମାନେ ନିଜ ନିଜ ଭାଇମାନଙ୍କୁ ପୋଷ୍ଟକାର୍ଡ ଯୋଗେ ଚିଠି ଲେଖି ରାକ୍ଷୀ ପୂର୍ଣ୍ଣିମା ଦିନ ବିଦ୍ୟାଳୟ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ନିଜ ହାତ ତିଆରି ରାକ୍ଷୀ ବାନ୍ଧିବାକୁ ଯୋଜନା ମଧ୍ୟ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଛାତ୍ରୀମାନେ ଭଳିକି ଭଳି କାଗଜ, ସୂତା ଓ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ରାକ୍ଷୀ ତିଆରି କରିଛନ୍ତି। ଗୋରୁମହିଷାଣି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନୁଶ୍ରୀ ସୋରେନ କୁହନ୍ତି, ସେ ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି ଏବଂ ତାଙ୍କୁ ସେ ନିଜ ହାତ ତିଆରି ରାକ୍ଷୀ ବାନ୍ଧିବେ। ପରିବାର ଠାରୁ ଦୂରରେ ରହୁଥିବାରୁ ଦିନଟିଏ ଭାଇଙ୍କ ସହିତ ବିତାଇବେ ବୋଲି କହିଛନ୍ତି। ବଡ଼ସାହି ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଅଞ୍ଜନା ବିନ୍ଧାଣୀ କୁହନ୍ତି, ଏହି ଦିନ ଭଉଣୀ ଓ ଭାଇଙ୍କ ସମ୍ପର୍କର ଡୋରି ପାଇଁ ରହିଛି। ଏଣୁ ସେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ମଙ୍ଗଳ ମାନାସିବେ। ଜାମଦାପାଳ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ସରିତା ମହାନ୍ତ ମଧ୍ୟ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିକା ପାଇଁ ହାତରେ ରାକ୍ଷୀ ତିଆରି କରିଛନ୍ତି। ବଜାରରେ ରାକ୍ଷୀ ମିଳୁଥିଲେ ମଧ୍ୟ ନିଜେ ତିଆରି କରି ଭାଇ ହାତରେ ରାକ୍ଷୀ ବାନ୍ଧିବାର ଅନୁଭବ ନିଆରା। ଏଣୁ ସେ ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି ବୋଲି ମଧ୍ୟ କହିଛନ୍ତି। ସର୍ବଶିକ୍ଷା ଅଭିଯାନର ଜିଲା ବାଳିକା ଶିକ୍ଷା ସଂଯୋଜକ ମାନସ ସ୍ବାଇଁ ସୂଚନା ଦେଇ କହିଛନ୍ତିି, ଜିଲାର ୨୬ଟି କେଜିବିଭିର ୨୬୦୦ ଛାତ୍ରୀଙ୍କୁ ନେଇ ସେମାନଙ୍କ ବିଦ୍ୟାଳୟଗୁଡିକରେ ସାମୂହିକ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରୀମାନେ ନିଜ ହାତରେ ରାକ୍ଷୀ ତିଆରି କରିଛନ୍ତି। ଏଥିପାଇଁ ସମସ୍ତ ଆବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯାଇଛି। ତେବେ କେବଳ ରାକ୍ଷୀ ନୁହେଁ ଏହି ଦିନ ସ୍ବାଧୀନତା ଦିବସ ଥିବାରୁ ଛାତ୍ରୀମାନେ ଜାତୀୟ ପତାକା ସମେତ ବିଭିନ୍ନ ସାମଗ୍ରୀ ତିଆରି କରିଛନ୍ତି। ୧୦ରୁ ୨୦ ଜଣ ଛାତ୍ରୀମାନଙ୍କୁ ଛୋଟ ଛୋଟ ଗ୍ରୁପ କରାଯାଇ ଏହି ସବୁ ସାମଗ୍ରୀ ତିଆରି କରିବା ପାଇଁ ଉତ୍ସାହିତ କରାଯାଉଛି। ଆର୍ଟ ଆଣ୍ଡ କ୍ରାଫ୍ଟ କ୍ଷେତ୍ରରେ ଥିବା ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ହିଁ ଏହାର ମୂଳ ଲକ୍ଷ୍ୟ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri