ଆମ ଜିଲା ଖବର

ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ : ବସୁଧା ଯୋଜନାରେ ୫ ପ୍ରକଳ୍ପ ମଞ୍ଜୁର

ଯାଜପୁର ଅଫିସ,୧୮।୮- ଯାଜପୁର ଜିଲାରେ ବସୁଧା ଯୋଜନାରେ ୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୮କୋଟି ୦୭ଲକ୍ଷ ୪୩ହଜାର ଟଙ୍କା ପ୍ରଶାସନିକ ମଞ୍ଜୁରି ମିଳିଛି। ଏଥିପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ୟୟଅଟକଳ ପ୍ରସ୍ତୁତି ଶେଷ ହୋଇଛି ।…

ଶବ ସଂରକ୍ଷଣ ଗୃହରେ ମୃତଦେହ ରଖିବାକୁ ଭୟ: ରାତିସାରା ବାରଣ୍ଡାରେ ପଡ଼ି ରହିଲା ଦୁଇ ମୃତ ଶରୀର

ଅନୁଗୋଳ ଅଫିସ, ୧୮।୮: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ସଂରକ୍ଷଣ ଗୃହରେ ମୃତଦେହ ରଖିଲେ ଖଣ୍ଡିଆ ହୋଇଯାଉଥିବା ଅଭିଯୋଗ ହେଉଥିବାରୁ ଏବେ କର୍ମଚାରୀମାନେ ସେଠାରେ ମୃତଦେହ ରଖିବାକୁ ଭୟ କରୁଥିବା ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ମେଡିକାଲରେ…

କଣିହାଁ କୋଇଲା ଖଣିରେ ଫାଟ

କଣିହାଁ, ୧୮ା୮(ଡି.ଏନ.ଏ.) ଅନୁଗୋଳ ଜିଲା ସ୍ଥିତ ଏମସିଏଲର କଣିହାଁ କୋଇଲା ଖଣିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଖଣିର କଂସମୁଣ୍ଡା ସାଇଟରୁ ଏବେ କୋଇଲା ଖନନ ଓ ପରିବହନ…

ଠେଲାପେଲା କରିବା ଯୋଗୁ ମହିଳାଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ: ସୁନ୍ଦରଗଡ଼ ଏସ୍‌ପିଙ୍କ ନାଁରେ ମାମଲା

ସୁନ୍ଦରଗଡ଼, ୧୮।୮ (ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ଜୁଲାଇ ୪ରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ପୋଲିସ ସେତେବେଳେ ଫାଣ୍ଡି ଭଙ୍ଗାରୁଜା ଘଟଣାରେ…

ରାମଚଣ୍ଡୀଙ୍କ କୋଶଳା ଯାତ୍ରା ଆରମ୍ଭ

ଛେଣ୍ଡିପଦା,୧୮।୮ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ଐତିହାସିକ କୋଶଳା ଯାତ୍ରା ଶନିବାର ଆରମ୍ଭ ହୋଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ବ୍ରଜବନ୍ଧୁ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାହ୍ନ ୧ଟା ବେଳେ ମା’ଙ୍କ ପୀଠରେ…

ବାହ୍ୟ ମଳମୁକ୍ତ ପଞ୍ଚାୟତ ସୁନ୍ଦରିଆ: ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି

ଯାଜପୁର ଅଫିସ,୧୮।୮-ଯାଜପୁର ଜିଲାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ସଂକ୍ରାନ୍ତରେ ଓଡିଶା ଲୋକାୟୁକ୍ତ ଆଇନ ଧାରା ୨୦ରେ ପ୍ରଥମ କରି ଏକ ମାମଲା ଦାଏର ହୋଇଛି। ଶନିବାର ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷଙ୍କ ନିକଟରେ ଏହି ମର୍ମରେ ହୋଇଥିବା ଅଭିଯୋଗରେ ଗ୍ରାମ୍ୟ ଜଳଯୋଗାଣ…

ଆଇଆଇଏମ୍‌ସି ପ୍ରତିଷ୍ଠା ଦିବସ: ଜାତୀୟତାବାଦ ସୃଷ୍ଟିରେ ଖବରକାଗଜ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୮।୮: ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ଇଂଲିଶ ସମେତ ଆଞ୍ଚଳିକ ଭାଷାରେ ଜାତୀୟତାବାଦ ଚିନ୍ତାଧାରାଭିତ୍ତିକ…

ଜନବସତିରେ ଦନ୍ତା ଦୌରାତ୍ମ୍ୟ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦାନ୍ତ କଟାଯାଇଥିବା ଦନ୍ତା ହିଂସ୍ର ହୋଇଉଠିଛି। ଜନବସତିରେ ପଶି ହାତୀ ଦୌରାତ୍ମ୍ୟ ସୃଷ୍ଟି କରୁଛି। ସମ୍ମୁଖରେ ପଡୁଥିବା ଘରଦ୍ୱାର, ପାଚେରି କିଛି ବି ହାତୀ ମୁହଁରୁ ବାଦ୍‌ ପଡୁନାହିଁ।…

୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳରେ କାୟା ବିସ୍ତାର କଲାଣି ଧଳା ଜହର ଚେର। ଶନିବାର ସ୍ଥାନୀୟ ବାଜିଚୌକଠାରୁ ଅବକାରୀ ବିଭାଗ ଏବଂ ଟାଉନ ଥାନା ପୋଲିସ ଚଢ଼ାଉ କରି ୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ୧୪୮୦ ଟଙ୍କା ଜବତ କରିଛି। ଏଥିରେ…

ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କୋଟଗଡ଼,୧୮ା୮ (ଡି.ଏନ୍‌.ଏ): ଏକ ହତ୍ୟା ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଦୌରାଜଜ୍‌ ଅରବିନ୍ଦ ପଟ୍ଟନାୟକ ଶନିବାର ଅଭିଯୁକ୍ତ ଗାଗାରୀନ ନାୟକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗାଗାରୀନ ୨୦୧୬ ମାର୍ଚ୍ଚ ୨୭ରେ ନିଜ ସ୍ତ୍ରୀ ପ୍ରଣିତାଙ୍କୁ ତାଙ୍କ ବାପ ଘରୁ…

ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅର୍ଥ ହେରଫେର ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲାପାଳ

ତାଳଚେର,୧୮ା୮(ନି.ପ୍ର.) ତାଳଚେର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କଣ୍ଟିଜେନ୍ସି ବାବଦ ଅର୍ଥ ହେରଫେର ଘଟଣାର ତଦନ୍ତ କରବିାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟିଜେନ୍ସି ଅର୍ଥ ହଡପ, ଇସିସିଇ ଟ୍ରେନିଂ ମମତା ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀ ତାଲିମ ଓ ଅନ୍ୟାନ୍ୟ ରିଫ୍ରେସର…

ଶ୍ୱଶୁର ଘରକୁ ଆସି ଚୋରି ଉଦ୍ୟମ: ଜ୍ୱାଇଁ ଗିରଫ

କଳିଙ୍ଗନଗର,୧୮।୮(ଡି.ଏନ.ଏ)- ଶ୍ୱଶୁର ଘରକୁ ବୁଲିବାକୁ ଆସି ଗାଡ଼ି ବ୍ୟାଟେରୀ ଓ ଯନ୍ତ୍ରାଂଶ ଚୋରି କରୁଥିବାବେଳେ ଧରାପଡ଼ି ଯଖପୁରା ପୋଲିସ ଦ୍ୱାରା କୋର୍ଟଚାଲାଣ ହୋଇଛନ୍ତି ଜ୍ୱାଇଁ। ଏଭଳି ଘଟଣା ଘଟିଛି ଡୁବୁରୀ ମାଟିଆ ସାହିରେ। ଗିରଫ ବ୍ୟକ୍ତି ହେଲେ କେନ୍ଦୁଝର ଜିଲା ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?