ଆଇଆଇଏମ୍‌ସି ପ୍ରତିଷ୍ଠା ଦିବସ: ଜାତୀୟତାବାଦ ସୃଷ୍ଟିରେ ଖବରକାଗଜ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୮।୮:  ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ଇଂଲିଶ ସମେତ ଆଞ୍ଚଳିକ ଭାଷାରେ ଜାତୀୟତାବାଦ ଚିନ୍ତାଧାରାଭିତ୍ତିକ ଖବର ସବୁ ବର୍ଗ ମଧ୍ୟରେ ପ୍ରଭାବ ପକାଉଥିଲା ବୋଲି କହିଛନ୍ତି ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶନିବାର ଅନୁଷ୍ଠାନ ପରିସରରେ ଆୟୋଜିତ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।
ଶିକ୍ଷାବିତ୍‌ ସୁବୀର ଘୋଷ କହିଲେ, ସ୍ବାଧୀନ ଭାରତରେ ଉନ୍ନୟନ ପ୍ରକ୍ରିୟା ଏବଂ ଜନତାଙ୍କ ମଧ୍ୟରେ ବିରାଟ ବ୍ୟବଧାନ ସୃଷ୍ଟି ହୋଇଥିଲା। ଶାସକ, ପ୍ରଶାସକ, ଜନତାଙ୍କ ମଧ୍ୟରେ ସେତୁ ବଢ଼ିବାରେ ଗଣମାଧ୍ୟମର ଯୋଗଦାନ ଅନସ୍ବୀକାର୍ଯ୍ୟ। ଏପରି ମହତ୍‌ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ୧୯୬୫ରେ ନୂଆଦିଲ୍ଲୀଠାରେ ଆଇଆଇଏମ୍‌ସି ପ୍ରତିଷ୍ଠା ହୋଇଥିଲା। ଏହାର ଉଦ୍ଦେଶ୍ୟ କେବଳ ସାମ୍ବାଦିକମାନଙ୍କୁ ତାଲିମ ଦେବା ମଧ୍ୟରେ ସୀମିତ ନ ଥିଲା। ଅଧିକନ୍ତୁ ଉନ୍ନୟନ ପ୍ରକ୍ରିୟା ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହି ଅନୁଷ୍ଠାନ ଉଲ୍ଲେଖନୀୟ କାର୍ଯ୍ୟ କରିପାରିଥିଲା। ଏହାପରେ ୧୯୯୩ରେ ଏହାର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିବା ସେ ସୂଚନା ଦେଇଥିଲେ। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ନିଜର ପ୍ରତିଭାର ପ୍ରତିଫଳନ କରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଧାରା ଆଗକୁ ବଢ଼ାଇବାକୁ ସେ ଆହ୍ବାନ ଦେଇଥିଲେ।
ଏହି ଉପଲକ୍ଷେ ଅନୁଷ୍ଠିତ ଇଂଲିଶ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରୀ ରୁପା କୁମାରୀ, କଲ୍ୟାଣ ଚକ୍ରବର୍ତ୍ତୀ, କୋମଲ ଯୋଷୀ ଏବଂ ଓଡ଼ିଆ ପ୍ରବନ୍ଧରେ ବିନୋଦ କୁମାର ବେହେରା, ଦେବଶ୍ରୀ ଦେବସ୍ମିତା, ପ୍ରଜ୍ଞା ନିବେଦିତା ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଇଂଲିଶ ତର୍କରେ ଯତିନ ଗ୍ରୋଭର, ପ୍ରୀତମ କଶ୍ୟପ, କୋମଲ ଯୋଶୀ ଯଥାକ୍ରମେ ଶ୍ରେଷ୍ଠ ୩ ସ୍ଥାନ ହାସଲ କରିଛନ୍ତି। ଓଡ଼ିଆ ତର୍କରେ ରଜତ ପଣ୍ଡା ପ୍ରଥମ, ସୋନାଲି ଓଝା ଦ୍ୱିତୀୟ, ନୀଳାଦ୍ରି ନିବାସିନୀ ଦାସ ଓ ସୌମ୍ୟ ସ୍ବରୂପା ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସହାୟକ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

ଅପରେସନ ବୈତରଣୀକୁ ବେଖାତିର, ଖୋଲମଖୁଲା ଚାଲିଛି…

ହାଟଡ଼ହୀ,୧୨l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଏସ୍‌ପିଙ୍କ ଅପରେସନ ବୈତରଣୀ ଅଭିଯାନକୁ ବାଲି ମାଫିଆଙ୍କ ବେଖାତିର। ବାରମ୍ବାର ଚଢ଼ାଉ, ଗାଡ଼ି ଜବତ ହେଉଥିଲେ ହେଁ ମାଫିଆ ଖୋଲମଖୁଲା ବାଲି ଚୋରାଚାଲାଣ…

ବଚ୍ଚନ ହତ୍ୟା ମାମଲାର ରାୟ ପ୍ରକାଶ: ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ବିବଶ୍ବତ ଗୌତମ ଗୁରୁବାର ଏକ ହତ୍ୟା ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ…

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ତଦାରଖ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଜିଲାର ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ…

ପଶ୍ଚିମ ଓଡ଼ିଶା ଶାବଳ ବଂଶର ନୂଆଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି, ସଭାପତି ହେଲେ ପର୍ଶୁରାମ ସାହୁ

କେସିଙ୍ଗା,୧୨।୧୧(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ଧବଳେଶ୍ୱର ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ଶାବଳ ବଂଶର ଏକ ନୂଆଖାଇ ଭେଟ ଘାଟ ପାଇଁ…

ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଜେଲ୍‌ଗଲେ ଅଭିଯୁକ୍ତ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର…

ମନ୍ଦିରରେ ଝୁଲୁଥିଲା ଡ୍ରାଇଭରଙ୍କ ମୃତଦେହ, ସ୍ଥାନୀୟ ଲୋକେ ଦେଖି…

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିରରେ ଗୁରୁବାର ପୂର୍ବାହ୍ନରେ ଜଣେ ଡ୍ରାଇଭରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?