ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ : ବସୁଧା ଯୋଜନାରେ ୫ ପ୍ରକଳ୍ପ ମଞ୍ଜୁର

ଯାଜପୁର ଅଫିସ,୧୮।୮- ଯାଜପୁର ଜିଲାରେ ବସୁଧା ଯୋଜନାରେ ୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୮କୋଟି ୦୭ଲକ୍ଷ ୪୩ହଜାର ଟଙ୍କା ପ୍ରଶାସନିକ ମଞ୍ଜୁରି ମିଳିଛି। ଏଥିପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ୟୟଅଟକଳ ପ୍ରସ୍ତୁତି ଶେଷ ହୋଇଛି । ଏହି ୫ଟି ପ୍ରକଳ୍ପରୁ ଦାନଗଦୀର ୩ଟି ରହିଥିବାବେଳେ ବିଞ୍ଝାରପୁର ଏବଂ ଦଶରଥପୁରର ଗୋଟିଏ ଲେଖାଏ ପ୍ରକଳ୍ପ ରହିଛି। ସୂଚନା ଅନୁଯାୟୀ ଯାଜପୁର ଜିଲାର ୧୫୬୦ ଗୋଟି ରାଜସ୍ବ ଗ୍ରାମର ୩,୭୮,୬୪୫ ପରିବାର ମଧ୍ୟରୁ ଅଦ୍ୟାବଧି ପ୍ରାୟ ୧୯ହଜାର ପରିବାରଙ୍କୁ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ହୋଇଛି। ଯାହାକି ମାତ୍ର ୧୦ପ୍ରତିଶତ ହେବ। ଜିଲାରେ ୩୨୦ଟି ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ୪୨୫ଟି ଗ୍ରାମକୁ ପାଇପ ଜଳଯୋଗାଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ଦାବି ହେଉଛି। ଏହାବାଦ କେତେକ ପାଇପ ଜଳଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦିଆଯାଉଛି। ଆରଡବ୍ଲ୍ୟୁଏସ୍‌ଏସ୍‌ର ରିପୋର୍ଟରେ ଜିଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସୁବିଧା ପାଇଁ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଥିବା, ସେଥିରୁ ଅନେକ କାର୍ଯ୍ୟକ୍ଷମ ହୋଇଥିବା ଓ ଅନେକର କାମ ଚାଲିଥିବା ଉଲ୍ଲେଖ ରହିଛି। ହେଲେ ବାସ୍ତବ କ୍ଷେତ୍ରରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ରିପୋର୍ଟର କୌଣସି ସତ୍ୟାସତ୍ୟ ରହୁନି। ବର୍ଷବର୍ଷ ହେଲା ବିଭାଗୀୟ ରିପୋର୍ଟରେ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଚାଲିଥିବା ଉଲ୍ଲେଖ ରହୁଛି। ବିଭାଗୀୟ, ପ୍ରଶାସନିକ ଏବଂ ବିଧାନସଭା କମିଟିର ବିଭିନ୍ନ ସମୟରେ ସମୀକ୍ଷାବେଳେ ପ୍ରକଳ୍ପଗୁଡିକର ସ୍ଥିତି ଅପରିବର୍ତ୍ତିତ ରହୁଛି। ଏହାସତ୍ତ୍ବେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବା ଗୁରୁତ୍ୱ ଲାଭ କରୁନାହିଁ। ଜିଲାର ଯେଉଁ ପ୍ରକଳ୍ପ ଆଖିରେ ପଡୁଛି ତାହାର ବାସ୍ତବ ରୂପ ସମ୍ମୁଖକୁ ଆସି ପାରୁଛି। କିନ୍ତୁ ଯେଉଁ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ବି ପାନୀୟ ଜଳ ଯୋଗାଇ ପାରୁନାହିଁ ଜିଲାରେ ଏଭଳି ୫୦ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ରହିଥିବା କୁହାଯାଉଛି ।୯୦ ପ୍ରତିଶତ ପରିବାରଙ୍କୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଇ ପାରୁ ନ ଥିବାରୁ ନଳକୂପ ଉପରେ ଜିଲାର ଅଧିକାଂଶ ଲୋକ ନିର୍ଭର କରୁଛନ୍ତି। ଅନ୍ୟପକ୍ଷେ ଶିଳ୍ପ ଓ ଖଣି ଅଞ୍ଚଳର ଭୂତଳ ଜଳରେ ଆଇରନ ଅଂଶ ବେଶୀ ରହୁଥିବା କାରଣରୁ ସଂପୃକ୍ତ ଅଞ୍ଚଳର ଲୋକେ କିଡ୍‌ନୀ ରୋଗର ଶିକାର ହେଉଛନ୍ତି। ଏହିକ୍ରମରେ ବସୁଧା ଯୋଜନା ଲୋକଙ୍କ ସ୍ବଚ୍ଛ ପାନୀୟ ଜଳ ସମସ୍ୟା ଦୂର କରିବ ବୋଲି ଆଶା କରାଯାଉଛି। କିନ୍ତୁ ଯାଜପୁର ଜିଲା ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗରେ ଦୀର୍ଘଦିନ ଧରି କେତେକ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ରହି ଆସିଥିବାରୁ ଦୁର୍ନୀତି ଓ ଅନିୟମିତତା ବୃଦ୍ଧି ପାଇଛି ା ଏହିକାରଣରୁ ନୂତନ ପ୍ରକଳ୍ପଗୁଡିକ ଉପଯୁକ୍ତ ଭାବେ ନିର୍ମାଣ ହେବା ଆଶା କ୍ଷୀଣ ରହୁଛି। ଏହିକ୍ରମରେ ବିଞ୍ଝାରପୁର ବ୍ଲକ ଇଞ୍ଜନପୁର ଓ ଏହାର ଆଖପାଖ ଗ୍ରାମ ପାଇଁ ୧କୋଟି ୧ଲକ୍ଷ ୨୯ହଜାର ଟଙ୍କା, ଦଶରଥପୁର ବ୍ଲକ ଦରଭା ଗ୍ରାମ ପାଇଁ ୭୪ଲକ୍ଷ ୨୩ହଜାର ଟଙ୍କା, ଦାନଗଦୀ ବ୍ଲକର କିଆଝର ଗ୍ରାମ ପାଇଁ ୩କୋଟି ୪୨ଲକ୍ଷ ୬୮ ହଜାର ଟଙ୍କା, ମାନଗୋବିନ୍ଦପୁର ଗ୍ରାମ ପାଇଁ ୧ କୋଟି ୬୬ ଲକ୍ଷ ୩୮ ହଜାର ଟଙ୍କା ଓ ପାଣୁବାହାଲି ଗ୍ରାମରେ ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧ କୋଟି ୨୨ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁରୀ ହୋଇଛି। ତେବେ ପ୍ରକଳ୍ପର ୧୦ପ୍ରତିଶତ ଅର୍ଥ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ବହନ କରିବ ବୋଲି ବ୍ୟୟ ଅଟକଳରେ ଉଲ୍ଲେଖ ରହିଛି। ବ୍ୟୟଅଟକଳରେ ହେଡ୍‌ ୱାର୍କ, ଯୋଗାଣ ସିଷ୍ଟମ, ଟ୍ରିଟ୍‌ମେଣ୍ଟ ୟୁନିଟ, ଇଏସ୍‌ଆର, ସର୍ଭେ ଓ ଅନୁଧ୍ୟାନ, ୫ ବର୍ଷର ରକ୍ଷଣାବେକ୍ଷଣ, ବିଦ୍ୟୁତୀକରଣ, ଜିଏସ୍‌ଟି ଆଦି ଖର୍ଚ୍ଚ ବାବଦକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri