ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ : ବସୁଧା ଯୋଜନାରେ ୫ ପ୍ରକଳ୍ପ ମଞ୍ଜୁର

ଯାଜପୁର ଅଫିସ,୧୮।୮- ଯାଜପୁର ଜିଲାରେ ବସୁଧା ଯୋଜନାରେ ୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୮କୋଟି ୦୭ଲକ୍ଷ ୪୩ହଜାର ଟଙ୍କା ପ୍ରଶାସନିକ ମଞ୍ଜୁରି ମିଳିଛି। ଏଥିପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ୟୟଅଟକଳ ପ୍ରସ୍ତୁତି ଶେଷ ହୋଇଛି । ଏହି ୫ଟି ପ୍ରକଳ୍ପରୁ ଦାନଗଦୀର ୩ଟି ରହିଥିବାବେଳେ ବିଞ୍ଝାରପୁର ଏବଂ ଦଶରଥପୁରର ଗୋଟିଏ ଲେଖାଏ ପ୍ରକଳ୍ପ ରହିଛି। ସୂଚନା ଅନୁଯାୟୀ ଯାଜପୁର ଜିଲାର ୧୫୬୦ ଗୋଟି ରାଜସ୍ବ ଗ୍ରାମର ୩,୭୮,୬୪୫ ପରିବାର ମଧ୍ୟରୁ ଅଦ୍ୟାବଧି ପ୍ରାୟ ୧୯ହଜାର ପରିବାରଙ୍କୁ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ହୋଇଛି। ଯାହାକି ମାତ୍ର ୧୦ପ୍ରତିଶତ ହେବ। ଜିଲାରେ ୩୨୦ଟି ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ୪୨୫ଟି ଗ୍ରାମକୁ ପାଇପ ଜଳଯୋଗାଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ଦାବି ହେଉଛି। ଏହାବାଦ କେତେକ ପାଇପ ଜଳଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦିଆଯାଉଛି। ଆରଡବ୍ଲ୍ୟୁଏସ୍‌ଏସ୍‌ର ରିପୋର୍ଟରେ ଜିଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସୁବିଧା ପାଇଁ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଥିବା, ସେଥିରୁ ଅନେକ କାର୍ଯ୍ୟକ୍ଷମ ହୋଇଥିବା ଓ ଅନେକର କାମ ଚାଲିଥିବା ଉଲ୍ଲେଖ ରହିଛି। ହେଲେ ବାସ୍ତବ କ୍ଷେତ୍ରରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ରିପୋର୍ଟର କୌଣସି ସତ୍ୟାସତ୍ୟ ରହୁନି। ବର୍ଷବର୍ଷ ହେଲା ବିଭାଗୀୟ ରିପୋର୍ଟରେ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଚାଲିଥିବା ଉଲ୍ଲେଖ ରହୁଛି। ବିଭାଗୀୟ, ପ୍ରଶାସନିକ ଏବଂ ବିଧାନସଭା କମିଟିର ବିଭିନ୍ନ ସମୟରେ ସମୀକ୍ଷାବେଳେ ପ୍ରକଳ୍ପଗୁଡିକର ସ୍ଥିତି ଅପରିବର୍ତ୍ତିତ ରହୁଛି। ଏହାସତ୍ତ୍ବେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବା ଗୁରୁତ୍ୱ ଲାଭ କରୁନାହିଁ। ଜିଲାର ଯେଉଁ ପ୍ରକଳ୍ପ ଆଖିରେ ପଡୁଛି ତାହାର ବାସ୍ତବ ରୂପ ସମ୍ମୁଖକୁ ଆସି ପାରୁଛି। କିନ୍ତୁ ଯେଉଁ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ବି ପାନୀୟ ଜଳ ଯୋଗାଇ ପାରୁନାହିଁ ଜିଲାରେ ଏଭଳି ୫୦ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ରହିଥିବା କୁହାଯାଉଛି ।୯୦ ପ୍ରତିଶତ ପରିବାରଙ୍କୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଇ ପାରୁ ନ ଥିବାରୁ ନଳକୂପ ଉପରେ ଜିଲାର ଅଧିକାଂଶ ଲୋକ ନିର୍ଭର କରୁଛନ୍ତି। ଅନ୍ୟପକ୍ଷେ ଶିଳ୍ପ ଓ ଖଣି ଅଞ୍ଚଳର ଭୂତଳ ଜଳରେ ଆଇରନ ଅଂଶ ବେଶୀ ରହୁଥିବା କାରଣରୁ ସଂପୃକ୍ତ ଅଞ୍ଚଳର ଲୋକେ କିଡ୍‌ନୀ ରୋଗର ଶିକାର ହେଉଛନ୍ତି। ଏହିକ୍ରମରେ ବସୁଧା ଯୋଜନା ଲୋକଙ୍କ ସ୍ବଚ୍ଛ ପାନୀୟ ଜଳ ସମସ୍ୟା ଦୂର କରିବ ବୋଲି ଆଶା କରାଯାଉଛି। କିନ୍ତୁ ଯାଜପୁର ଜିଲା ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗରେ ଦୀର୍ଘଦିନ ଧରି କେତେକ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ରହି ଆସିଥିବାରୁ ଦୁର୍ନୀତି ଓ ଅନିୟମିତତା ବୃଦ୍ଧି ପାଇଛି ା ଏହିକାରଣରୁ ନୂତନ ପ୍ରକଳ୍ପଗୁଡିକ ଉପଯୁକ୍ତ ଭାବେ ନିର୍ମାଣ ହେବା ଆଶା କ୍ଷୀଣ ରହୁଛି। ଏହିକ୍ରମରେ ବିଞ୍ଝାରପୁର ବ୍ଲକ ଇଞ୍ଜନପୁର ଓ ଏହାର ଆଖପାଖ ଗ୍ରାମ ପାଇଁ ୧କୋଟି ୧ଲକ୍ଷ ୨୯ହଜାର ଟଙ୍କା, ଦଶରଥପୁର ବ୍ଲକ ଦରଭା ଗ୍ରାମ ପାଇଁ ୭୪ଲକ୍ଷ ୨୩ହଜାର ଟଙ୍କା, ଦାନଗଦୀ ବ୍ଲକର କିଆଝର ଗ୍ରାମ ପାଇଁ ୩କୋଟି ୪୨ଲକ୍ଷ ୬୮ ହଜାର ଟଙ୍କା, ମାନଗୋବିନ୍ଦପୁର ଗ୍ରାମ ପାଇଁ ୧ କୋଟି ୬୬ ଲକ୍ଷ ୩୮ ହଜାର ଟଙ୍କା ଓ ପାଣୁବାହାଲି ଗ୍ରାମରେ ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧ କୋଟି ୨୨ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁରୀ ହୋଇଛି। ତେବେ ପ୍ରକଳ୍ପର ୧୦ପ୍ରତିଶତ ଅର୍ଥ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ବହନ କରିବ ବୋଲି ବ୍ୟୟ ଅଟକଳରେ ଉଲ୍ଲେଖ ରହିଛି। ବ୍ୟୟଅଟକଳରେ ହେଡ୍‌ ୱାର୍କ, ଯୋଗାଣ ସିଷ୍ଟମ, ଟ୍ରିଟ୍‌ମେଣ୍ଟ ୟୁନିଟ, ଇଏସ୍‌ଆର, ସର୍ଭେ ଓ ଅନୁଧ୍ୟାନ, ୫ ବର୍ଷର ରକ୍ଷଣାବେକ୍ଷଣ, ବିଦ୍ୟୁତୀକରଣ, ଜିଏସ୍‌ଟି ଆଦି ଖର୍ଚ୍ଚ ବାବଦକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri