ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା: ଉଛୁଳିଲା ପାପନାଶିନୀ ଝରଣା
ଖପ୍ରାଖୋଲ,୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା ଯୋଗୁ ହରିଶଙ୍କର ପାପନାଶିନୀ ଝରଣା ଉଛୁଳି ପଡିଥିଲା ା ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର ା ସେଥିପାଇଁ ହରିଶଙ୍କରରେ ପ୍ରବଳ ଭିଡ଼ ଲାଗିଥିଲା ା ଶ୍ରଦ୍ଧାଳୁମାନଙ୍କ…
ସ୍କୁଲ ପିଲାଙ୍କ ସହ ନନ୍ଦନକାନନ ପାଳିଲା ବିଶ୍ୱ ହସ୍ତୀ ଦିବସ
ବାରଙ୍ଗ,୧୨ା୮(ଡି.ଏନ୍.ଏ.)- ସୋମବାର ଥିଲା ବିଶ୍ୱ ହସ୍ତୀ ଦିବସ। ଚଳିତବର୍ଷ ନନ୍ଦନକାନନ ଓ ସ୍କୁଲ ସୋମବାର ବନ୍ଦ ଥିବାରୁ ଏହି ଦିବସକୁ ସ୍କୁଲପିଲାଙ୍କ ଗହଣରେ ପାଳିଥିବାର ଦେଖିବାକୁ ମିଳିଛି। ନନ୍ଦନକାନନରେ ଥିବା ଜୁଲି, ଗୌରୀ, କମଳା ଓ ମାମାକୁ ନେଇ ୪ ହାତୀ…
ବୁଦ୍ଧେଶ୍ୱର ଶୈବପୀଠରେ ୧୦ ହଜାର କାଉଡ଼ିଆ
ଭୁବନ,୧୨।୮(ଡି.ଏନ.ଏ.)- ଶ୍ରାବଣ ମାସର ଶେଷ ସୋମବାରରେ ଭୁବନ ବୁଦ୍ଧେଶ୍ୱର ଶୈବପୀଠରେ ୧୦ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭୋର ୪ଟାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରି ଜଳ ଲାଗି କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳର ବହୁ…
ଗୋଟିଏ ରାତିରେ ୩ ଘରୁ ଚୋରି
ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର ଚୋରି ହୋଇଥିବା ସୋମବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଠାକୁରଗଡ଼ ଗ୍ରାମରେ ଧଣ୍ଡାତୋପା ଗ୍ରାମର…
କୋଚିଳାଖାଇ ଚଢେଇ ଉଦ୍ଧାର, ୩ ଗିରଫ
ଠାକୁରମୁଣ୍ଡା,୧୨ା୮(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରୁ ରବିବାର ରାତିରେ ଏକ କୋଚିଲାଖାଇ ଚଢେଇ ଉଦ୍ଧାର ହୋଇଛି। ଏହି ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ମହୁଲଡ଼ିହା…
ବର୍ଷା, ପବନରେ ଉପୁଡିଲା ଶତାଧିକ ଗଛ, ଭାଙ୍ଗିଲା ୮ ଘର
ପଡିଆ, ୧୨ା୮-ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ମାଢିଗୁଡାରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଶତାଧିକ ଗଛ ରାସ୍ତା ଏବଂ ଘର ଉପରେ ପଡିଥିବା ଜଣାପଡିଛି। ଏଥିରେ ୮ଟି ପରିବାରର ଘର ଭାଙ୍ଗି ଯାଇଛି…
ରେଳଧାରଣାରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
କୋରାପୁଟ/କାକିରିଗୁମ୍ମା/ଲକ୍ଷ୍ମୀପୁର ,୧୨ା୮(ସ୍ବ.ପ୍ର)-କୋରାପୁଟ ଜିଲା କାକିରିଗୁମ୍ମା ଥାନା ଅନ୍ତଗର୍ତ କୁଡିପଦର ଗ୍ରାମ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ସୋମବାର ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ସେ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ ଜରି…
ନବବଧୂଙ୍କୁ ହତ୍ୟା ଅଭିଯୋଗ
ପାପଡାହାଣ୍ଡି,୧୨।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ଗ୍ରାମରେ ନବବଧୂ ମେନକା ସୌରାଙ୍କୁ ହତ୍ୟା କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି । ତେନ୍ତୁଳିଖୁଣ୍ଟି ଥାନା ବିରୀଗୁଡା ଗ୍ରାମର ମେନକା ୪ ମାସ ତଳେ ବାଙ୍କସର୍ଗି ଗ୍ରାମର ତୀର୍ଥ…
ଯାନ୍ତ୍ରିକ ତ୍ରୁଟି ଯୋଗୁ ବସ୍ରେ ନିଆଁ: ବର୍ତ୍ତିଲେ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ
ବାଲେଶ୍ୱର ଅଫିସ, ୧୨।୮-ବାଲେଶ୍ୱର ଫକୀରମୋହନ ଗୋଲେଇ ନିକଟରେ ସେହେନ୍ସା ଯାତ୍ରୀବାହୀ ବସ୍ (ନଂ. ଓଡ଼ି୦୫ଭି-୦୭୧୭) ରେ ଏସିରୁ ସର୍ଟସର୍କିଟ୍ ହୋଇ ସୋମବାର ଅପରାହ୍ନ ୨ଟା ୪୦ମିନିଟ୍ ସମୟରେ ନିଆଁ ଲାଗିଯାଇଥିଲା। ବସ୍ରେ ଥିବା ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ସଙ୍ଗେ ସଙ୍ଗେ ବାହାରକୁ…
ସାପ କାମୁଡ଼ାରେ ଭଉଣୀଭାଇଙ୍କ ମୃତ୍ୟୁ
ସୁନ୍ଦରଗଡ଼, ୧୨।୮ (ଡି.ଏନ.ଏ.) -ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସବ୍ଡେଗା ବ୍ଲକ ସୁବଲିୟା ନବରଙ୍ଗପୁର ବସ୍ତିରେ ସାପ କାମୁଡାରେ ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବର୍ଷା ଦଣ୍ଡସେନା (୧୩) ଓ ଅବିନାଶ ଦଣ୍ଡସେନା (୮)। ରବିବାର ରାତିରେ ଉଭୟ ଗୋଟିଏ…
ରାଜଘାଟକୁ ଷ୍ଟେଶନ ମାନ୍ୟତା ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଡେଭଲପମେଣ୍ଟ କମିଟି କର୍ମକର୍ତ୍ତା
ରୂପ୍ସା,୧୨।୮(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରାଜଘାଟ ପାସେଞ୍ଜର ହଲ୍ଟକୁ ଷ୍ଟେଶନ ମାନ୍ୟତା ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିସହ ଷ୍ଟେଶନର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁୁ ବାରମ୍ବାର ଅବଗତ କରାଯାଇଥିଲେ…
ଚମ୍ପୁଆ ବିଧାୟିକାଙ୍କ ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ: ତାଲା ପଡ଼ିଥିବା ଦେଖି ବିରକ୍ତି ପ୍ରକାଶ
ଯୋଡ଼ା,୧୨।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଅଚାନକ ଗସ୍ତ କରିଥିଲେ। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିଥିବା ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ସେଠାରେ…

