ଆମ ଜିଲା ଖବର

ଶେଷ ସୋମବାର: ଲଡ଼ୁବାବାଙ୍କ ପୀଠରେ ୪୦୦୦ କାଉଡିଆ

ନୟାଗଡ଼ ଅଫିସ,୧୩ା୮: ଶ୍ରାବଣ ମାସର ଶେଷ ସୋମବାରରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଶରଶକୁଳ ଲଡ଼ୁବାବାଙ୍କ ପୀଠରେ ୪୦୦୦ କାଉଡିଆ ଜଳଲାଗି କରିଛନ୍ତି। ମନସ୍କାମନା ପୂରଣ ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କାଉଡିଆମାନେ ଏଠାରେ ସମବେତ ହୋଇଥିଲେ। ଏଥିଲାଗି ମନ୍ଦିର ସେବାୟତ ଓ…

ପୂର୍ତ୍ତ ରାସ୍ତାରେ ଏନ୍‌ଟିପିସି ଆଶ୍‌ପଣ୍ଡ ପାଣି

କଣିହାଁ,୧୩।୮(ଡି.ଏନ.ଏ.) କଣିହାଁ ବ୍ଲକ ସ୍ଥିତ ଏନଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଣି ସାମାନ୍ୟ ବର୍ଷାରେ ରାସ୍ତାରେ ପ୍ରବାହିତ ହେଉଛି। ଏଥିଯୋଗୁ ପିଚୁ ରାସ୍ତା କ୍ଷୟକ୍ଷତି ହୋଇ ଖାଲଖମାରେ ପରିଣତ ହୋଇଛି। ଫଳରେ ପଥଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ଲଘୁଚାପ ବର୍ଷା: ଧାନଜମି ଜଳମଗ୍ନ

କୃଷ୍ଣପ୍ରସାଦ,୧୩ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବର୍ଷା ଅଭାବରୁ ଧାନରୁ ଗଜା ବାହାରିପାରି ନ ଥିଲା। ପରେ ଲୋକମାନେ ପୁଣି ଚାଷକରି ଧାନ ବୁଣିଥିଲେ। ବହୁ କଷ୍ଟ କରି ପମ୍ପ ଦ୍ୱାରା ପାଣି ମଡାଇ ଧାନଗଛ ବଞ୍ଚାଇ ରଖିଥିଲେ। ଏପରି ସମୟରେ…

ବର୍ଷାରେ ଭିଜି ମହିଳାପୁରୁଷଙ୍କ ରାସ୍ତାରୋକୋ : ଖଇରପଟି ଗ୍ରାମରେ ଦୁଇଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୧୩ା୮: ନୟାଗଡ଼ ବ୍ଲକ ଇଟାମାଟି ଥାନା ଖଇରପଟି ଗ୍ରାମରେ ପୁରୁଣା ଘଟଣାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ବିବାଦ ଚାଷକାର୍ଯ୍ୟରେ ବାଧକ ସାଜିଛି। ଏହାକୁ ନେଇ ସୋମବାର ଗୋଟିଏ ଗୋଷ୍ଠୀର ମହିଳାପୁରୁଷ ବର୍ଷାରେ ଭିଜି…

ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇ ବିକ୍ଷୋଭ

ନୂଆଗାଁ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଫଳରେ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ରବିବାର ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନ ଥିବା ଯୋଗୁ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ସନ୍ଧ୍ୟାରେ…

ଗ୍ରାମ ପୋଖରୀରେ ୨ କୁମ୍ଭୀର : ଲୋକେ ଆତଙ୍କିତ

ଗଣିଆ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ପୋଖରୀରେ ୨ଟି କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । ପାଖାପାଖି ଥିବା ଦୁଇଟି ପୋଖରୀରେ କୁମ୍ଭୀର ୨ଟି ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୁମ୍ଭୀର ଆକ୍ରମଣ ଭୟରେ…

ଆଡ଼ିବନ୍ଧ ପାଇଁ ତାଳଦଣ୍ଡା କେନାଲରେ ଜଳ ପ୍ରବାହ ବାଧାପ୍ରାପ୍ତ

ପାରାଦୀପ,୧୩।୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ବିଭିନ୍ନ କାରଣରୁ ସଙ୍କୁଚିତ ଓ ପ୍ରଦୂଷିତ ହେବାରେ ଲାଗିଛି। ଏଥିପାଇଁ କେନାଲର ଜଳଧାରଣ କ୍ଷମତା ୧୧ କ୍ୟୁସେକରୁ ହ୍ରାସପାଇ ୩ କ୍ୟୁସେକରେ ପହଞ୍ଚତ୍ଲାଣି। ଏବେ କେନାଲର ଏକାଧିକ ସ୍ଥାନରେ…

ବରଷା ଉତାରୁ ଜୋରସୋରରେ ଚାଲିଛେ ଧାନ୍‌ରୁଆ

କୋମନା,୧୩ା୮(ଡି.ଏନ୍‌.ଏ.): ଓଡ଼ିଶା ହେଉଛେ ଗୁଟେ କୃଷି ପରଧାନ ରାଏଜ୍‌। ରାଏଜର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ଚଲତି ବଛର ପାନିପାଗ ବିଭାଗର ବି ଆଗତୁରା ଅନ୍‌ମାନ କରିଥିଲା ଯେ, ଇ ବଛର ବରଷାଟା…

ଫିଦିନିଅଁ। ରାସ୍‌ତା ଅଭାବ: ଖେତ୍‌ ଆଡ଼ିରେ ଯାଆସ କରୁଛନ୍‌ ଛାତ୍ରୀଛାତ୍ର

କୋକସରା,୧୩ା୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଲପାଲି ପଁଚେତ୍‌ ଅଧୀନ ପାଣିଗଁା ଶବରପଡ଼ାକେ ଆଏଜ୍‌ ବି ଫିଦିନିଅଁା ରାସ୍‌ତା ନଁାଇଁନ। ଇ ଗଁାରେ ୩୦ ଆଦିବାସୀ ପରିବାରର ପାଖାପାଖି ୨ଶହ ଲୋକ୍‌ ବାସ୍‌ କରୁଛନ୍‌। ଗଁାକେ ଯିବାର ଆଏବାର ଲାଗି…

ଉଦ୍‌ଘାଟନକୁ ବିତିଲାଣି ଅଢ଼େଇବର୍ଷ : କାମରେ ଲାଗୁନି ବିଜୁ ଯାତ୍ରୀ ନିବାସ

ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପକୁ ବର୍ଷତମାମ ବହୁ ପର୍ଯ୍ୟଟକ, ଦେଶ ବିଦେଶର ବହୁ ଛାତ୍ରୀଛାତ୍ର ଓ ଅନ୍ୟ ଅତିଥିମାନେ ଆସୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ସେମାନଙ୍କ ରହଣୀ ପାଇଁ ସେଭଳି ବିଶେଷ ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି ପାରାଦୀପ ପୌରପାଳିକା ପକ୍ଷରୁ ସମୁଦ୍ରକୂଳ…

ପୌରକେଲା ଆଦିବାସୀ ଛାତ୍ରୀନିବାସ: ବିଦ୍ୟୁତ୍‌ ଅଭାବୁ କାଯ୍‌କ୍ଷମ ହେବାରେ ବିଲମ୍‌

କର୍ଲାମୁଣ୍ଡା, ୧୩ା୮ (ଡି.ଏନ୍‌.ଏ.): ଆଦିବାସୀ ଛାତ୍ରୀମାନେ କେନ୍‌ଥେଇ ପାଠ୍‌ ପଢ଼ବାକେ ମନ୍‌ ବଲାବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସରକାର ସବୁ ବ୍ଲକରେ ଗୁଟେ ଗୁଟେ ଆଦିବାସୀ ଛାତ୍ରୀନିବାସ ତିଆର କରବାର ଘୋଷନା କରିଥିଲେ। ହେଲେ ଅନେକ…

ଗରାଖକଁର ପହେଲା ପସନ୍‌ ପ୍ରହଲ୍ଲାଦକଁର ଦହିବରା

  ଜାମଟିକ୍ରା, ୧୩।୮ (ଡି.ଏନ୍‌.ଏ.): ସମାଜର ପରିବରତନ୍‌ ସଂଗେ ଲୁକ୍‌କର ଖାଏଦ୍‌ ରୁଚି ବି ବଦଲୁଛେ। ଆଏଜ୍‌କାଲି ଅନେକ ଜାଗାରେ ରାସ୍‌ତା ତରେ, ବଜାରରେ ନାନା ଜାତିର ଚଟପଟା ଖାଏଦ୍‌ ମିଲୁଛେ। ଲୋକ୍‌ ଠିଆଡ଼େ ଠିଆଡ଼େ ଖାଏବାର ମଜା ନେଉଛନ୍‌। ଏନ୍‌ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?