ଚାକିରୀ ନୁହେଁ କୌଳିକ ବୃତ୍ତି ଦେଇଛି ପରିଚୟ ଜୋତା ସିଲାଇ କରି ପରିବାର ଚଳାଉଛନ୍ତି ଶିକ୍ଷିତ ଯୁବକ

ରସୁଲପୁର,୩।୯(ଡି.ଏନ୍‌.ଏ.)- ସମ୍ପ୍ରତି ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଶିକ୍ଷିତ ଯୁବତୀଯୁବକମାନେ ସରକାରୀ ଚାକିରୀ ପଛରେ ଗୋଡ଼େଇ ଗୋଡ଼େଇ ହତାଶ ହେଉଛନ୍ତି। ଅନେକ ଚାକିରୀ ନ ପାଇ ଦେଶ ଓ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି। ଏପରି କି ଟଙ୍କା କେଇଟା ରୋଜଗାର ପାଇଁ ଦଲାଲଙ୍କ ଚକ୍ରାନ୍ତର ଶିକାର ହେଉଛନ୍ତି। ପାଠପଢୁଆ ଝିଅପୁଅମାନେ କୌଳିକ ବୃତ୍ତି ପ୍ରତି ଆଗ୍ରହ ପ୍ରକାଶ ନ କରି କେବଳ ଚାକିରୀ ପଛରେ ଗୋଡ଼ାଉ ଥିବା କାରଣରୁ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି। ଏହାଏବେ ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଥିବାବେଳେ ନିଜକୁ ଭିନ୍ନ ଭାବରେ ପ୍ରତିପାଦିତ କରିବାରେ ସକ୍ଷମ ହୋଇପାରିଛନ୍ତି ଯୁକ୍ତ ୨ ଉତ୍ତୀର୍ଣ୍ଣ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ୩୩ବର୍ଷୀୟ ଦେବା ଓରଫ ଏନ୍‌ ଦେବାନନ୍ଦ ରାଓ। ସେ ମେଧାବୀ ଛାତ୍ର ଥାଇ ବି ପାରିବାରିକ ସମସ୍ୟା କାରଣରୁ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଏଥିରେ କିନ୍ତୁ ଭାଙ୍ଗି ଯାଇ ନାହାନ୍ତି ଦେବା। ବାପାଙ୍କର କୌଳିକ ବୃତ୍ତି ମୋଚି କାମକୁ ଆଦରି ନେଇ ଅନ୍ୟ ବେକାରୀ ଯୁବତୀଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଶିକ୍ଷତ ହୋଇ ବି ଜୋତା ସଫା ଓ ମରାମତି କରିବାରେ ତାଙ୍କ ମନରେ ତିଳେମାତ୍ର ଦ୍ୱିଧା ନାହିଁ ବୋଲି ସେ ଧରିତ୍ରୀକୁ ପ୍ରକାଶ କରିଛନ୍ତି।
ବ୍ରହ୍ମପୁର ଜିଲାର ମୂଳ ବାସିନ୍ଦା ଏନ. ଟାଟା ରାଓ ପରିବାର ଆସି ବ୍ରହ୍ମବରଦା ପଞ୍ଚାୟତରେ ରହୁଛନ୍ତି। ଟାଟା ରାଓ ଜଣେ ଦକ୍ଷ ଜୋତା ମରାମତି କାରିଗର ଭାବରେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗ ପରେ ବଡ଼ପୁଅ ଦେବା କାନ୍ଧରେ ଅଜାଡି ହୋଇପଡିଲା ପରିବାର ବୋଝ। ସେତେବେଳେ ବ୍ରହ୍ମବରଦା ହାଜିରହିମିଆଁ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ବ୍ରହ୍ମବରଦା କଲେଜରେ ଯୁକ୍ତ ୨ରେ ସେ ପଢୁଥିଲେ। ପରିବାରରସ୍ଥିତି ତାଙ୍କୁ ପାଠ ଛାଡ଼ିବାକୁ ବାଧ୍ୟ କଲା। ସେ ପଢ଼ା ଛାଡ଼ି ଦାଦନ ଖଟିବାକୁ ବାହାରକୁ ଗଲେ। ମାତ୍ର ସେହି ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇପଡିଲା। ସେ ଗାଁକୁ ଫେରିଆସି ବାପାଙ୍କ କୌଳିକ ବୃତ୍ତି(ମୋଚି କାମ) ସମ୍ଭାଳିବାକୁ ମନ ବଳାଇଲେ। ଜୋତା ପଲିସ କରିବା ସହ ମରାମତି କରିବାରେ ତାଙ୍କର ୧୦ବର୍ଷ ବିତାଇ ସାରିଲେଣି। ଏବେ ସେ ଜଣେ ଦକ୍ଷ କାରିଗର। ତାଙ୍କ ଜୋତା ମରାମତି କୌଶଳ ସ୍ଥାନୀୟ ବ୍ରହ୍ମବରଦା, ମହେଶ୍ୱରପୁର, ମଙ୍ଗରାଜପୁର, ବନ୍ଧଡିହ, ଝାଲପଡା, ଦେଓଦା ପ୍ରଭୃତି ପଞ୍ଚାୟତରେ ଖୁବ୍‌ ଆଦର ରହିଛି। ଦୈନିକ ୧୦ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରିଶ୍ରମ କରିବା ପରେ ମଧ୍ୟ କାମ ସୁରୁନି। ଏବାବଦରେ ମାସକୁ ୨୫ରୁ ୩୦ହାଜର ଟଙ୍କା ରୋଜଗାର ହେଉଛି। ସେ ଜଣେ ଉଦ୍ୟୋଗୀ ହେବାର ଦକ୍ଷତା ବି ତାଙ୍କ ନିକଟରେ ରହିଛି। ନୂଆ ଜୋତା ତିଆରି କାରଖାନା ସ୍ଥାପନ କରିବାର ଇଚ୍ଛା ରହିଛି, ହେଲେ ଅର୍ଥ ସାଜିଛି ବାଧକ। ଏଦିଗରେ ସଫଳତା ପାଇବାକୁ ହେଲେ ସରକାରଙ୍କ ପକ୍ଷରୁ ଆର୍ଥତ୍କ ସହାୟତାର ଆବଶ୍ୟକତା ରହିଛି। ବିନା ସୁଧରେ ଋଣ ମିଳି ପାରିଲେ ସେ ନୂଆ ଜୋତା ତିଆରି କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବେ। ରାଜ୍ୟ ବାହାରୁ କଞ୍ଚାମାଲ ଆଣି ଜୋତା ପ୍ରସ୍ତୁତ କରିବେ। ଏହାଛଡ଼ା ବାହାର ରାଜ୍ୟରେ କମ୍ପାନୀରେ କାମ କରୁଥିବା ଅନ୍ୟ ଦୁଇ ଭାଇଙ୍କୁ ଏଥିରେ ନିୟୋଜିତ କରିବାକୁ ସକ୍ଷମ ହୋଇପାରିବେ। ଏକ ଜୋତା ତିଆରି କାରଖାନା ଚଳାଇବାକୁ ସକ୍ଷମ ହୋଇପାରିବା ସହ ତାଙ୍କର ସ୍ବପ୍ନ ପୂରଣ ହେବା ସହ ପରିବାରର ଆର୍ଥିକ ସ୍ଥିତି ସଦୃଢ ହୋଇପାରିବ ବୋଲି ଦେବା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ମତରେ ଦେବା ହେଉଛି ବେକାରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଭଳି ଅନ୍ୟମାନେ ପରିବାରର କୌଳିକ ବୃତ୍ତି ପ୍ରତି ମନ ବଳାଇଲେ, ହଜିଯାଉଥିବା ବୃତ୍ତି ପୁଣି ନୂଆ ଜୀବନ ପାଇବ। ବେକାରୀଙ୍କୁ ରୋଜଗାର ମିଳିଯିବ।

(ଫଟୋ ଅଛି)


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri