ଚାକିରୀ ନୁହେଁ କୌଳିକ ବୃତ୍ତି ଦେଇଛି ପରିଚୟ ଜୋତା ସିଲାଇ କରି ପରିବାର ଚଳାଉଛନ୍ତି ଶିକ୍ଷିତ ଯୁବକ

ରସୁଲପୁର,୩।୯(ଡି.ଏନ୍‌.ଏ.)- ସମ୍ପ୍ରତି ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଶିକ୍ଷିତ ଯୁବତୀଯୁବକମାନେ ସରକାରୀ ଚାକିରୀ ପଛରେ ଗୋଡ଼େଇ ଗୋଡ଼େଇ ହତାଶ ହେଉଛନ୍ତି। ଅନେକ ଚାକିରୀ ନ ପାଇ ଦେଶ ଓ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି। ଏପରି କି ଟଙ୍କା କେଇଟା ରୋଜଗାର ପାଇଁ ଦଲାଲଙ୍କ ଚକ୍ରାନ୍ତର ଶିକାର ହେଉଛନ୍ତି। ପାଠପଢୁଆ ଝିଅପୁଅମାନେ କୌଳିକ ବୃତ୍ତି ପ୍ରତି ଆଗ୍ରହ ପ୍ରକାଶ ନ କରି କେବଳ ଚାକିରୀ ପଛରେ ଗୋଡ଼ାଉ ଥିବା କାରଣରୁ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି। ଏହାଏବେ ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଥିବାବେଳେ ନିଜକୁ ଭିନ୍ନ ଭାବରେ ପ୍ରତିପାଦିତ କରିବାରେ ସକ୍ଷମ ହୋଇପାରିଛନ୍ତି ଯୁକ୍ତ ୨ ଉତ୍ତୀର୍ଣ୍ଣ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ୩୩ବର୍ଷୀୟ ଦେବା ଓରଫ ଏନ୍‌ ଦେବାନନ୍ଦ ରାଓ। ସେ ମେଧାବୀ ଛାତ୍ର ଥାଇ ବି ପାରିବାରିକ ସମସ୍ୟା କାରଣରୁ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଏଥିରେ କିନ୍ତୁ ଭାଙ୍ଗି ଯାଇ ନାହାନ୍ତି ଦେବା। ବାପାଙ୍କର କୌଳିକ ବୃତ୍ତି ମୋଚି କାମକୁ ଆଦରି ନେଇ ଅନ୍ୟ ବେକାରୀ ଯୁବତୀଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଶିକ୍ଷତ ହୋଇ ବି ଜୋତା ସଫା ଓ ମରାମତି କରିବାରେ ତାଙ୍କ ମନରେ ତିଳେମାତ୍ର ଦ୍ୱିଧା ନାହିଁ ବୋଲି ସେ ଧରିତ୍ରୀକୁ ପ୍ରକାଶ କରିଛନ୍ତି।
ବ୍ରହ୍ମପୁର ଜିଲାର ମୂଳ ବାସିନ୍ଦା ଏନ. ଟାଟା ରାଓ ପରିବାର ଆସି ବ୍ରହ୍ମବରଦା ପଞ୍ଚାୟତରେ ରହୁଛନ୍ତି। ଟାଟା ରାଓ ଜଣେ ଦକ୍ଷ ଜୋତା ମରାମତି କାରିଗର ଭାବରେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗ ପରେ ବଡ଼ପୁଅ ଦେବା କାନ୍ଧରେ ଅଜାଡି ହୋଇପଡିଲା ପରିବାର ବୋଝ। ସେତେବେଳେ ବ୍ରହ୍ମବରଦା ହାଜିରହିମିଆଁ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ବ୍ରହ୍ମବରଦା କଲେଜରେ ଯୁକ୍ତ ୨ରେ ସେ ପଢୁଥିଲେ। ପରିବାରରସ୍ଥିତି ତାଙ୍କୁ ପାଠ ଛାଡ଼ିବାକୁ ବାଧ୍ୟ କଲା। ସେ ପଢ଼ା ଛାଡ଼ି ଦାଦନ ଖଟିବାକୁ ବାହାରକୁ ଗଲେ। ମାତ୍ର ସେହି ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇପଡିଲା। ସେ ଗାଁକୁ ଫେରିଆସି ବାପାଙ୍କ କୌଳିକ ବୃତ୍ତି(ମୋଚି କାମ) ସମ୍ଭାଳିବାକୁ ମନ ବଳାଇଲେ। ଜୋତା ପଲିସ କରିବା ସହ ମରାମତି କରିବାରେ ତାଙ୍କର ୧୦ବର୍ଷ ବିତାଇ ସାରିଲେଣି। ଏବେ ସେ ଜଣେ ଦକ୍ଷ କାରିଗର। ତାଙ୍କ ଜୋତା ମରାମତି କୌଶଳ ସ୍ଥାନୀୟ ବ୍ରହ୍ମବରଦା, ମହେଶ୍ୱରପୁର, ମଙ୍ଗରାଜପୁର, ବନ୍ଧଡିହ, ଝାଲପଡା, ଦେଓଦା ପ୍ରଭୃତି ପଞ୍ଚାୟତରେ ଖୁବ୍‌ ଆଦର ରହିଛି। ଦୈନିକ ୧୦ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରିଶ୍ରମ କରିବା ପରେ ମଧ୍ୟ କାମ ସୁରୁନି। ଏବାବଦରେ ମାସକୁ ୨୫ରୁ ୩୦ହାଜର ଟଙ୍କା ରୋଜଗାର ହେଉଛି। ସେ ଜଣେ ଉଦ୍ୟୋଗୀ ହେବାର ଦକ୍ଷତା ବି ତାଙ୍କ ନିକଟରେ ରହିଛି। ନୂଆ ଜୋତା ତିଆରି କାରଖାନା ସ୍ଥାପନ କରିବାର ଇଚ୍ଛା ରହିଛି, ହେଲେ ଅର୍ଥ ସାଜିଛି ବାଧକ। ଏଦିଗରେ ସଫଳତା ପାଇବାକୁ ହେଲେ ସରକାରଙ୍କ ପକ୍ଷରୁ ଆର୍ଥତ୍କ ସହାୟତାର ଆବଶ୍ୟକତା ରହିଛି। ବିନା ସୁଧରେ ଋଣ ମିଳି ପାରିଲେ ସେ ନୂଆ ଜୋତା ତିଆରି କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବେ। ରାଜ୍ୟ ବାହାରୁ କଞ୍ଚାମାଲ ଆଣି ଜୋତା ପ୍ରସ୍ତୁତ କରିବେ। ଏହାଛଡ଼ା ବାହାର ରାଜ୍ୟରେ କମ୍ପାନୀରେ କାମ କରୁଥିବା ଅନ୍ୟ ଦୁଇ ଭାଇଙ୍କୁ ଏଥିରେ ନିୟୋଜିତ କରିବାକୁ ସକ୍ଷମ ହୋଇପାରିବେ। ଏକ ଜୋତା ତିଆରି କାରଖାନା ଚଳାଇବାକୁ ସକ୍ଷମ ହୋଇପାରିବା ସହ ତାଙ୍କର ସ୍ବପ୍ନ ପୂରଣ ହେବା ସହ ପରିବାରର ଆର୍ଥିକ ସ୍ଥିତି ସଦୃଢ ହୋଇପାରିବ ବୋଲି ଦେବା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ମତରେ ଦେବା ହେଉଛି ବେକାରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଭଳି ଅନ୍ୟମାନେ ପରିବାରର କୌଳିକ ବୃତ୍ତି ପ୍ରତି ମନ ବଳାଇଲେ, ହଜିଯାଉଥିବା ବୃତ୍ତି ପୁଣି ନୂଆ ଜୀବନ ପାଇବ। ବେକାରୀଙ୍କୁ ରୋଜଗାର ମିଳିଯିବ।

(ଫଟୋ ଅଛି)


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri