ମାଲବାହୀ ଟେନ୍ ଧକ୍କାରେ ମହିଳାଙ୍କ ଜୀବନ ଗଲା
କୋରାପୁଟ,୧୭।୮(ସ୍ବ.ପ୍ର.) : କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଡୁମୁରିପୁଟ ରେଳ ଷ୍ଟେଶନରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସୁନାବେଡ଼ାସ୍ଥିତ ହାଲ୍ କର୍ମଚାରୀ କେଦାରନାଥ…
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ଯୌତୁକଜନିତ ହତ୍ୟା ଅଭିଯୋଗ
କାମାକ୍ଷାନଗର, ୧୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ଲେକ୍ଚର୍ସ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ନବବିବାହିତାଙ୍କ ଶୁକ୍ରବାର ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କଲ୍ୟାଣୀ ସ୍ବାଇଁ (୨୩)। ମୃତ ମହିଳାଙ୍କ ବାପା ହଟକିଶୋର ସ୍ବାଇଁ…
ଆଇନଜୀବୀଙ୍କୁ ପିସ୍ତଲ ଦେଖାଇ ଟଙ୍କା ମାଗିବା,ହତ୍ୟା ଧମକ ଘଟଣା :୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
ନବରଙ୍ଗପୁର,୧୭।୮(ବି.ପ୍ର.): ଜଣେ ଆଇନଜୀବୀଙ୍କ ଛାତିରେ ପିସ୍ତଲ ଲଗାଇ ହତ୍ୟା ଧମକ ଓ ଟଙ୍କା ଆଦାୟ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ୧ ଲକ୍ଷ…
‘ଧରିତ୍ରୀ’ ପ୍ରଭାବ: ଖବର ପ୍ରକାଶନ ପରେ ଲୁଣାବନ୍ଧ ଘାଇ ମରାମତି ଆରମ୍ଭ
କାକଟପୁର,୧୭।୮(ଡି.ଏନ୍.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲୁଣାବନ୍ଧର ଚତୁରା ଘେରି ନିକଟରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହେବା ଯୋଗୁ ବନ୍ୟାପାଣି ନଗର ପଞ୍ଚାୟତର…
ଭିଜିଲାନ୍ସ ହାତରେ ମାଲକାନଗିରି ଜିଲା ଯୋଗାଣ ଅଧିକାରୀ
ଜୟପୁର, ୧୭।୮(ନି.ପ୍ର.): ମାଲକାନଗିରି ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ଲେଖାଯିବା ସୁଦ୍ଧା କାଗଜ ପତ୍ର ଯାଞ୍ଚ କରାଯାଉଥିବା ଯୋଗୁ ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡ଼ିବ। ସୂଚନାନୁଯାୟୀ, ଅଭିମନ୍ୟୁ ୧ ଲକ୍ଷ ୯୧…
ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କେନ୍ଦୁଝର,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତି ସଞ୍ଜୟ ସାହୁଙ୍କ ମୃତଦେହ ଶନିବାର ପୋଲିସ ତଡୁଆ ବାହାଳି ଜଙ୍ଗଲରୁ ଉଦ୍ଧାର କରିଛି। ପ୍ରକାଶ ଯେ, ସଞ୍ଜୟଙ୍କ ଘର ନୟାଗଡ଼ ଜିଲା ବାସୁଦେବପୁର ଗାଁରେ ହୋଇଥିବା ବେଳେ ସେ ଚମ୍ପୁଆରେ…
ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ, ୩୫ ଛେଳି ମୃତ
ଧରାକୋଟ,୧୭।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଅଜଣା ଜନ୍ତୁ ଆକ୍ରମଣରେ ଗ୍ରାମର ଗଙ୍ଗା ଗୌଡ଼ ଓ ଅଶୋକ ଗୌଡ଼ଙ୍କ ୩୫ ଛେଳିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।…
ବଲାଙ୍ଗୀର ଏମ୍ପି ସଙ୍ଗୀତା ସିଂଦେଓଙ୍କୁ ବିରୋଧ
ବଲାଙ୍ଗୀର ଅଫିସ, ୧୭।୮: ବଲାଙ୍ଗୀର ଏମ୍ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବଲାଙ୍ଗୀରରେ ସମାଜକର୍ମୀ ଲଳିତ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ଶନିବାର ବିରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ବଲାଙ୍ଗୀର ଏନଏଚ୍ଏମ ସମ୍ମିଳନୀ…
ହସ୍ପିଟାଲରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି
ଜି.ଉଦୟଗିରି,୧୭।୮(ଡି.ଏନ.ଏ.)-ଜି.ଉଦୟଗିରି ହସ୍ପିଟାଲରେ ଏକ ମୃତଦେହ ନେବାକୁ ନେଇ ମୃତକଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ମୃତଦେହକୁ କୌଣସି ଯାନରେ ନେବାକୁ ନ ପାଇ ମୃତକଙ୍କ ପରିବାଲ ଲୋକେ ଏକ ବାଇକ୍ରେ ନେବାକୁ ଯାଉଥିଲେ। ଖବର ପାଇ…
ସବ୍ରେଜିଷ୍ଟ୍ରି ଅଫିସରେ ତାଲା ପକାଇଲା ଓକିଲ ସଂଘ
ଲୋଇସିଂହା,୧୭।୮(ଡି.ଏନ୍.ଏ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲର ସବରେଜିଷ୍ଟ୍ରି ଅଫିସର କିରାଣି ମେନାରାମ ବିଶିଙ୍କୁ ଲୋଇସିଂହା ତହସିଲକୁ ବଦଳି କରାଯାଇଥିଲା । ଶୁକ୍ରବାର ସେ ଲୋଇସିଂହା ତହସିଲରେ ଯୋଗଦାନ କରିବାକୁ ଥିବା ବେଳେ ଲୋଇସିଂହା ବାର୍ ଓକିଲ ସଂଘ ପକ୍ଷରୁ ତାଙ୍କୁ ବିରୋଧ…
ସନ୍ଦିଗ୍ଧ ମହିଳାଙ୍କଠାରୁ ୨ ମୋବାଇଲ ଜବତ
ଲୋଇସିଂହା,୧୭।୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ମହିଳାଙ୍କ ଠାରୁ ବରଗଡ଼ଜିଲା ବରପାଲି ପୋଲିସ ୨ଟି ଚୋରି ମୋବାଇଲ ଜବତ କରିଛି । ସଂପୃକ୍ତ ମହିଳାଙ୍କୁ ସାଲେଭଟା ପୋଲିସ ସହାୟତାରେ ବରପାଲି ପୋଲିସ ଗରିଫ…
ରବିବାରଠାରୁ ଖୁଦୁରୁକୁଣୀ ଓଷା: ଭାଇର ଶୁଭ ମନାସି ମା’ ମଙ୍ଗଳାଙ୍କୁ ପୂଜା କରିବେ ଭଉଣୀ
କେନ୍ଦୁଝର.୧୭।୮(ସ୍ବ.ପ୍ର.): ରବିବାରଠାରୁ ଆରମ୍ଭ ହେଉଛି ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା। ଭାଇର ଶୁଭ ମନାସି ଭଉଣୀମାନେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ବ୍ରତ ରଖିଥାନ୍ତି। ଏ ନେଇ ବଜାର, ରାସ୍ତାଘାଟ ସବୁଆଡ଼େ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିକ୍ରି ହେଉଛି। କେନ୍ଦୁଝର ସହର…

