ମହିଳାଙ୍କ ଉନ୍ମତ୍ତକାଣ୍ଡ: ତଣ୍ଟିଚିପି ବୃଦ୍ଧାଙ୍କୁ ହତ୍ୟା

ନୂଆଗାଁ, ୯।୯(ଡି.ଏନ.ଏ) :ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ କୋକେରମା ପଞ୍ଚାୟତର କରଞ୍ଜିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ମହିଳା ସୁମିତ୍ରା ତୁରୀ (୨୫) ପଡ଼ୋଶୀ ବୃଦ୍ଧା ସୁଗନ ତୁରୀ (୬୦)ଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ହାତୀବାରି ଥାନା ଅଧିକାରୀ ଶ୍ୟାମଲାଲ ଓରାମ ସଦଳବଳ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ସୁଗନ ଶନିବାର ବିଳମ୍ବିତ ରାତିରେ ଘରୁ କୌଣସି କାମରେ ବାହାରକୁ ବାହାରିଥିଲେ। ଏହି ସମୟରେ ସୁମିତ୍ରା ମଧ୍ୟ ବାହାରକୁ ବାହାରିଥିଲେ। ସୁଗନଙ୍କୁ ଦେଖି ତାଙ୍କ ଆଡ଼କୁ ଦୌଡ଼ି ଯାଇ ତାଙ୍କୁ ଧକ୍କା ଦେଇଥିଲେ। ସୁଗନ ତଳେ ପଡ଼ିଯିବା ପରେ ସୁମିତ୍ରା ତାଙ୍କ ଛାତି ଉପରେ ମାଡ଼ିବସି ତଣ୍ଟିକୁ ଚିପି ଦେଇଥିଲେ। ଏପରି କି ସୁଗନଙ୍କ ବେକ ଓ ଆଖିକୁ କାମୁଡ଼ି ରକ୍ତାକ୍ତ କରି ପକାଇଥିଲେ। ଘଟଣାସ୍ଥଳରେ ହିଁ ସୁଗନଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଦେଖିଥିବା ପଡ଼ୋଶୀ ଏ ନେଇ ରବିବାର ଭୋର ସମୟରେ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିଲା ପରେ ସୁମିତ୍ରାଙ୍କ ଘରକୁ ଯାଇ ତାଙ୍କୁ ଗୋଟିଏ କୋଠରୀରେ ତାଲାମାରି ବନ୍ଦ କରିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସୁଗନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁମିତ୍ରାଙ୍କୁ ଗିରଫ କରିଛି।
ପୋଲିସର କହିବାନୁଯାୟୀ କିଛି ଦିନ ହେବ ସୁମିତ୍ରାଙ୍କ ମସ୍ତିଷ୍କ ବିକୃତ ଥିବା ଗାଁ ଲୋକଙ୍କଠାରୁ ଜଣାପଡ଼ିଛି। ସେ ପୂର୍ବରୁ ଦୁଇ ଜଣଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଲୋକେ କହିଛନ୍ତି। ପଚରାଉଚରା କରିବାରୁ ସୁମିତ୍ରା ହତ୍ୟା କରିଥିବା ନେଇ ସ୍ବୀକାର କରିଥିବା ପୋଲିସ କହିଛି। ଏନେଇ ହାତୀବାରି ଥାନାରେ ଏକ ହତ୍ୟା ମାମଲା (ନଂ.୫୭/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବିଜୁ ଜନତାଦଳ ରାଜ୍ୟ ସମ୍ପାଦକ ହେଲେ ବିପ୍ଳବ: ଦିଗପହଣ୍ଡିରେ ଦଳୀୟ କର୍ମୀ ଉଲ୍ଲସିତ

ଦିଗପହଣ୍ଡି,୫|୫(ଅଶେଷ ନାଥ ମିଶ୍ର)  ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର  ରାଜ୍ୟ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ କରିବା ସହ…

ରତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି: କହିଲେ…

ବଞ୍ଚୋ,୫।୫(ପ୍ରଦୋଷ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅଫିସ ଆର୍ଡର ନଂ ୩୬, ତାରିଖ ୦୫/୦୫/୨୦୨୫ ଅନୁଯାୟୀ ରାଜ୍ୟର ବିଭିନ୍ନ ପଦବୀ ପାଇଁ ନୂତନ…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ୨ ବର୍ଷ ଜେଲ ଦଣ୍ଡ: ରାୟ ଶୁଣାଇଲେ ଭିଜିଲନ୍ସ କୋର୍ଟ

ଗୁଣପୁର,୫।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଡୁକୁମ କଲ୍ୟାଣ ବିଭାଗର ପୂର୍ବତନ ଶିକ୍ଷକ ୟୁ.ରାଜେନ୍ଦ୍ର ପାତ୍ରଙ୍କୁ ଜୟପୁର ଭିଜିଲାନସ ସ୍ବତନ୍ତ୍ର ଅଦାଲତ ବିଚାରପତି ଆୟବର୍ହିଭୂତ ସମ୍ପତି ଠୁଳ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ: ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଳ!

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଫଳାଫଳ ପରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ…

ମମତାଙ୍କ ଯୁଦ୍ଧଂଦେହି ଡାକରା: ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ କୋହଳ ହୋଇନାହିଁ। ନିର୍ବାଚନ ଫଳାଫଳ ପରେ…

ପ୍ରକଳ୍ପ ଜିଲାର ବଡ଼ ପରିବର୍ତ୍ତନ ଆଣିବ: ମନ୍ତ୍ରୀ

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri