ଦୁର୍ବୃତ୍ତ ଝାମ୍ପିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଆନନ୍ଦପୁର,୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାର ମାତ୍ର ଶହେ ମିଟର ଦୂର ବଡ଼ଦାଣ୍ଡଠାରେ ଥିବା ଏକ ଜୁଏଲାରୀ ଦୋକାନରୁ ସୁନା ଓ ରୁପା ଅଳଙ୍କାର ବ୍ୟାଗ୍‌କୁ ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଦୁର୍ବୃତ୍ତମାନଙ୍କ ଟେର୍‌ ପାଇ ନ ଥିବାବେଳେ ବ୍ୟବସାୟୀ ଜଣକ ନିରାଶ ହୋଇପଡ଼ିଛନ୍ତି। ଆନନ୍ଦପୁରର କୃତ୍ତିବାସ ସାହୁଙ୍କ ପୁଅ ବିଶ୍ୱରଞ୍ଜନ ବଡ଼ଦାଣ୍ଡଠାରେ ଏକ ଜୁଏଲାରୀ ଦୋକାନ କରିଛନ୍ତି। ପ୍ରତ୍ୟେକ ଦିନ ଭଳି ସେ ସୋମବାର ପୂର୍ବାହ୍ନରେ ଦୋକାନ ଖୋଲିଥିଲେ। ଦୋକାନ ଖୋଲିବା ପରେ ଘରୁ ଆଣିଥିବା ୪ କେଜି ଓଜନର ରୁପା ଓ ୪୫୦ ଗ୍ରାମର ସୁନା ଅଳଙ୍କାର ବ୍ୟାଗ୍‌ଟିକୁ ଦୋକାନ ଭିତରେ ରଖି ନିକଟସ୍ଥ ଏକ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ। ପାଣି ଆଣି ଫେରିବା ବେଳକୁ ବାଇକ୍‌ ଯୋଗେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ଦୋକାନରୁ ବ୍ୟାଗ୍‌ଟି ଉଠାଇ ନେଇ ଫେରାର ହୋଇଯାଇଥିଲେ। ଏନେଇ ବିଶ୍ୱରଞ୍ଜନ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ୍‌ ହୋଇଥିବା ବ୍ୟାଗ୍‌ରେ ପାଖାପାଖି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ରହିଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଆନନ୍ଦପୁର ପୋଲିସ କେସ୍‌ ନଂ ୧୬୪/୧୯ରେ ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନିକଟରେ ଥିବା ଏକ ବ୍ୟାଙ୍କର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଗଲେ ଦୁର୍ବୃତ୍ତଙ୍କ ସମ୍ପର୍କରେ ଯଥେଷ୍ଟ ସୁରାକ୍‌ ମିଳିପାରନ୍ତା ବୋଲି ବ୍ୟବସାୟୀ କହିଛନ୍ତି।


All Right Reserved By Dharitri.Com

ଭୁବନେଶ୍ୱରରୁ ଲୋକେ ଗାଁ ମୁହାଁ

ନୟାଗଡ଼ ଅଫିସ,୬ା୪: ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୩୯ରେ ପହଞ୍ଚିଛି । ଏହା ମଧ୍ୟରେ କେବଳ ଭୁବନେଶ୍ୱରର ୩୨ଜଣ ଅଛନ୍ତି। ଏହା ଜାଣିବା ପରେ ଭୁବନେଶ୍ୱରରେ...

୩୭ତମ ରାଇଜିଂ ଦିବସ: ମିଳିତ ସହଯୋଗରୁ ମିଳିିଛି ସଫଳତା

ବାଲେଶ୍ୱର ଅଫିସ, ୧୬।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍‌ (ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜରେ ରବିବାର ପୂର୍ବାହ୍ନରେ ୩୭ତମ ରାଇଜିଂ ଦିବସ ପାଳିତ ହୋଇଛି। ବିପିୟୁଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର...

ଗୋରୁଙ୍କୁ ବ୍ୟାପୁଛି ଅଜଣା ଚର୍ମ ରୋଗ: ବିଶେଷଜ୍ଞ ଦଳ ଦ୍ୱାରା ରକ୍ତ ନମୁନା ସଂଗ୍ରହ

ବାଲେଶ୍ୱର ଅଫିସ, ୮।୮-ବାଲେଶ୍ୱର ଜିଲାର ରେମୁଣା ଓ ଖଇରା ବ୍ଲକରେ ଗୋରୁମାନଙ୍କୁ ଅଜଣା ଚର୍ମ ରୋଗ ବ୍ୟାପିଥିବା ଖବର ପାଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ...

ଏବେ ବି ବିପଦସଙ୍କୁଳ ଅବସ୍ଥାରେ ହଷ୍ଟେଲ କୋଠା

ବ୍ରହ୍ମପୁର ଅଫିସ ୭ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀନିବାସର ୩ ମହଲା ବିଶିଷ୍ଟ ଶୌଚାଳୟ କୋଠା ଭୁଶୁଡିବା ଘଟଣା ଏକମାସରୁ ଊର୍ଦ୍ଧ୍ୱ ବିତିଲାଣି। ତଥାପି...

ମଦ୍ୟପ ସ୍ବାମୀଙ୍କ ନୃଶଂସକାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶାଶୁ ଗୁରୁତର

ପରଜଙ୍ଗ, ୮।୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ...

ଲିଗାଲ ହାୟାର ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ ପିଚୁକୁଳି ଏଆର୍‌ଆଇ ଏବଂ ଦଲାଲ

ଖୋର୍ଦ୍ଧା ଅଫିସ,୨୮ା୧୧: ଲିଗାଲ ହାୟାର ସାର୍ଟିଫିକେଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲର ପିଚୁକୁଳି ଅତିରିକ୍ତ ରେଭିନ୍ୟୁ...

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନ, ୯ା୩ (ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ରବି ଗୁରୁ ରବିବାର ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିବାବେଳେ ଗ୍ରାମ...

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମହାସଂଘର ଧାରଣା

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତସ୍ଥ ମଦର ଟେରେସା ମହିଳା ମହାସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ ଦଫା...

Leave a comment

Your email address will not be published. Required fields are marked *