ସ୍ବାମୀଙ୍କ ଅସୁସ୍ଥତା ଦର୍ଶାଇ ମହିଳା ଠକିନେଲେ ୫୦ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା
ଭବାନୀପାଟଣା,୫।୬(ଡି.ଏନ୍.ଏ.) : ସ୍ବାମୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ଜଣେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ। ଠକେଇ ଶିକାର ମହିଳାମାନେ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ ଦାବିରେ ବୁଧବାର ଜିଲା ଏସ୍ପିଙ୍କୁ ଦାବିପତ୍ର…
ବଡ଼ବିଲ ଥାନା ଅଞ୍ଚଳରୁ ମୋବାଇଲ ଚୋରି ଘଟଣା: ଅଭିଯୁକ୍ତ ଗିରଫ, ୩ ମୋବାଇଲ ଜବତ
ବଡ଼ବିଲ,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ବାକଲ ହଟିଂ ଅଞ୍ଚଳର ସଞ୍ଜୟ ମହାନ୍ତ।…
ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ
ଆନନ୍ଦପୁର,୫ା୬(ସ୍ବ.ପ୍ର.): ଆନନ୍ଦପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ପବିତ୍ରାନନ୍ଦ ପ୍ରଧାନ, ଆନନ୍ଦପୁର ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ…
ନୋଟିସ୍ ପରେ ଦୋକାନ ସ୍ଥାନାନ୍ତର କଲେ ବ୍ୟବସାୟୀ
ଆନନ୍ଦପୁର,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍ଛକ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ସରକାରୀ ଜାଗାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ ନିମନ୍ତେ ମଙ୍ଗଳବାର ପୌରପରିଷଦ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍ ଜରିଆରେ ଆଗାମୀ ୨୪…
ବୃଦ୍ଧଙ୍କୁ ଚାପିଦେଲା ଟ୍ରେଲର
ପାଟଣାଗଡ଼,୫ା୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରେଲର ଚାପାରେ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାଟଣାଗଡ଼ ନିକଟସ୍ଥ ଗଙ୍ଗାସାଗର ଗ୍ରାମର ଗୋଲବଦନ ନାଗ (୬୦)। ସେ ପାଟଣାଗଡ଼ର ଏକ…
ସାହାସପୁରାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ନମାଜ ପାଠ
ବାହାନଗା,୫।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ସାହାସପୁରା ଗ୍ରାମରେ ପବିତ୍ର ଇଦ-ଉଲ-ଫିତର୍ ପାଳନ କରାଯାଇଛି। ଏହି ଅବସରରେ ଗ୍ରାମର ମୁସଲିମ ଭାଇମାନଙ୍କ ଦ୍ବାରା ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନଭିନ୍ନ ସ୍ଥାନରେ ସମୂହ ନମାଜ ପାଠ କରାଯାଇଛି। ନସିମ ଗୋଷ୍ଠୀ ତରଫରୁ ଇଦ୍ଘା ପଡିଆରେ…
ରାଜସ୍ଥାନ କଂଗ୍ରେସରେ ଫାଟ: ପାଇଲଟଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ
ଜୟପୁର, ୫।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରି ସରକାର ଗଢିଥିବା କଂଗ୍ରେସରେ ଏବେ ଦଳୀୟ କନ୍ଦଳ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ…
ପୋଖରୀରେ ବୁଡ଼ି ନାବାଳିକା ମୃତ
ମହାକାଳପଡ଼ା,୫।୬(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନୀତି ପଞ୍ଚାୟତର ସ୍ଥାନୀୟ ବେଣାକନ୍ଧା ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯାଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ଗ୍ରାମର ଉଦୟ ପ୍ରଧାନଙ୍କ…
ବଲାଙ୍ଗୀରରେ ବିଶ୍ୱ ପରିବେଶ ଦିବସ ପାଳନ; ଗଛ ଲଗାଇ ଜୀବନ ବଞ୍ଚାଇବାକୁ ଜିଲାପାଳ ଦେଲେ ଆହ୍ବାନ
ବଲାଙ୍ଗୀର ଅଫିସ,୫।୬: କରଙ୍ଗାକଟା ବଞ୍ଚାଓ ଅଭିଯାନ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ପ୍ରଦୂଷଣ କାରଶରୁ ସମଗ୍ର ଜୀବଜଗତ ସତ୍ତା…
ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ, ଲୋକେ ଆତଙ୍କିତ
ଦାରିଙ୍ଗବାଡ଼ି,୫।୬(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ହୋହଲ୍ଲା କରିଥିଲେ। ଏଥିସହ ସେମାନେ ବହୁ ସମୟଧରି ଘରୁ ବାହାରେ ସମୟ ବିତାଇଥିଲେ…
ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ
ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ ଭୂବନେଶ୍ୱରକୁ ଫେରିଥିଲା ଏଟିଆର-୭୨ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ଜଣ ଯାତ୍ରୀଙ୍କୁ…
ମୁନିଗୁଡା: ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍ ମୁବାରକ’ ଜଣାଇଲେ ମୁସଲମାନ ଭାଇ
ମୁନିଗୁଡ଼ା,୫।୬(ଡି.ଏନ୍.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ମୁସ୍ଲିମ୍ ସଂପ୍ରଦାୟର ଲୋକଙ୍କ ପକ୍ଷରୁ ଇଦ୍ ପର୍ବ ମହା ଆଡ଼ମ୍ବର ସହ ପାଳିତ ହୋଇଛି। ମୁନିଗୁଡ଼ା ମୁସଲିମ୍ ସଂଘର ସଭାପତି ଏମ୍ଡି ଆୟୁବ ଓ ଶେଖ୍ ହବିବ୍ଙ୍କ ମିଳିତ ସଂଯୋଜନାରେ ମସ୍ଜିଦ ପରିସରରେ ସମସ୍ତ ମୁସଲମାନ…
Archives


