ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

 

ବିନିକା,୧୦।୯(ଡି.ଏନ୍‌.ଏ.):
ଆମର ରାଏଜେ ବାରବାସେ ୧୩ ପରବ୍‌ ପାଲନ୍‌ ହେଉଛେ। ସେ ଭିତ୍‌ରୁ ଖୁଦୁରୁକୁଣୀ ଓଷା ଅଲଗ୍‌ ଆଏ। ଇ ଓଷା ଫିବଛର ଭୁଦୋମାସର ୪ ପାଲି ରଏବାର ପାଲନ୍‌ କରାଯାଏସି। ମା’ବହେନ୍‌ମାନେ ଇ ଉଷାକେ ନିଷ୍‌ଠାର ସହିତ ପାଲନ୍‌ କରସନ୍‌। ସେନ୍‌ତା ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ଅନେକ ଗଁାଗଁଡ଼ାରେ ଗଲା ରଏବାର ଧୁମ୍‌ଧାମ୍‌ରେ ଖୁଦୁରୁକୁଣୀ ଉଷା ଉଦ୍‌ଯାପିତ ହେଇଛେ। ଗଲା ୧୮ା୮ା୨୦୧୯ ତାରିଖ ରଏବାରନୁ ଆରମ୍‌ ହେଇଥିବାର ଇ ଓଷା ୮ା୯ା୨୦୧୯ ରଏବାର ଉଦ୍‌ଯାପିତ ହେଇଛେ।
ଇ ପୂଜାରେ ମା’ ବହେନ୍‌ମାନେ ନିଜର ଭାଇ, ପରିବାରର ମଂଗଲକାମନା କରି ଉପାସ ରହେବାର ସଂଗେ ସଖାଲୁ ଗଧାବୁଡ଼ା ସାରି ସଫା ଲୁଗା ପିଁଧି ଶିବକଁର ପୂଜାପାଠ୍‌ କରସନ୍‌। ସେନ୍‌ତା ବେଲବୁଡ଼େ ମା’ମଙ୍ଗଳାକଁର ପୂଜାପାଠ୍‌ କରସନ୍‌। ଇ ପୂଜାରେ ମା’ମଙ୍ଗଳାକଁର ପାସେ ୧୨ ପରକାରର ଫଲମୂଲ ଲାଗ୍‌ସି। ପୂଜା ଉତାରୁ ଝନେ ବାମ୍‌ହନ ଓଷେଇତିମାନକୁ ବ୍ରତ କଥା ପଢ଼ି ଶୁନାସନ୍‌। ରାତିରେ ପୂଜା ସଏଲା ଉତାରୁ ମା’ମାନେ ପରସାଦ ପାଏସନ୍‌। ଏନ୍‌ଥେଇ ମା’ମାନେ ଭୁଦୋର ୪ ପାଲି ରଏବାର ପୂଜା କରବାର ରିକ୍‌ମା କେନ୍‌କାଲୁ ଚଲିଆସୁଛେ। ଶେଷ୍‌ ରଏବାର ଓଷେଇତିମାନେ ପିଠାମଡା, ନାନା ଜାତିର ମିଠା ମା’ମଙ୍ଗଳାକଁର ପାସେ ଭୋଗ୍‌ ଲଗାସନ୍‌। ସବୁପାଲି ଝନେ ବାମ୍‌ହନ ଇଷେଇତିମାନକୁ ବ୍ରତ କଥା ପଢ଼ି ଶୁନାବାର ସଂଗେ ପୂଜାପାଠ୍‌ କରସନ୍‌। ଏନ୍‌ଥେଇ ଗଲା ରଏବାର ବିନିକା ବ୍ଲକର ଭିନେ ଭିନେ ଗଁାରେ ଓଷେଇତିମାନେ ଖୁଦୁରୁକୁଣୀ ଓଷା ପାଲନ କରିଥିଲାବେଲେ ସିଂଘିଯୁବା ଗଁାରେ ବିପ୍ଲବରଂଜନ ଦାଶ, କଦଳୀପାଲି ଆର ଖଇରମାଲ ଗଁାରେ ବଳରାମ ପାଢ଼ୀ ବ୍ୟାସ ହିସାବେ ଖୁଦୁରୁକୁଣୀ ବ୍ରତ କଥା ପଢ଼ି ଓଷେଇତିମାନକୁ ଶୁନେଇଥିଲେ। ସୋମବାର ପହପହନୁ ଓଷେଇତିମାନେ ବିନିକା ପାପକ୍ଷୟ ଘାଟେ ମା’ମଙ୍ଗଳାକଁର ମୂର୍ତ୍ତି ବିସରଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri