ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସି ଗର୍ଭବତୀ ହଟହଟା

ଦାରିଙ୍ଗବାଡ଼ି,୧୦।୯(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଚିକିତ୍ସାରେ ଅବହେଳା, ଅସ୍ବାସ୍ଥ୍ୟକର ପରିବେଶ ଓ ନିୟମିତ ଡାକ୍ତର ରହୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି ା ତେବେ ସୋମବାର ପୁଣି ଏକ ଅବ୍ୟବସ୍ଥା ସାମ୍‌ନାକୁ ଆସିଛି। ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସି ଅଞ୍ଚଳର ଗର୍ଭବତୀମାନେ ହଟହଟା ହେବା ସହ ଭୋକରେ ଫେରିଛନ୍ତି।
ପ୍ରତି ମାସର ୯ ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ୱ ଅଭିଯାନରେ ଗର୍ଭବତୀଙ୍କ ରକ୍ତ ନମୁନା, ମଧୁମେହ, ରକ୍ତଚାପ ଆଦି ପରୀକ୍ଷା କରାଯାଇଥାଏ।ା ଏହି ତାରିଖ ଛୁଟି ରହିଥିଲେ ପରଦିନ ଏସବୁ ପରୀକ୍ଷା କରାଯାଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମାଗଣାରେ ଔଷଧ ଓ ତାଲିକା ପ୍ରକାରେ ବ୍ରେଡ, ଫଳ, ଅଣ୍ଡା, କ୍ଷୀର ଆଦି ଦିଆଯାଇଥାଏ ା ଦୁର୍ଗମ ଅଞ୍ଚଳରୁ ଆସିଥିବା ଗର୍ଭବତୀମାନେ ସୋମବାର ସରକାରୀ ଛୁଟି ଥିବା ଜାଣି ନ ପାରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସୋମବାର ଛୁଟି ଶୁଣି ଫେରିଯାଇଥିଲେ। ଆଉ କେତେଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲେ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯାଇ ପାରି ନ ଥିଲା କି ସେମାନଙ୍କ ନାମ ପଞ୍ଜୀକରଣ ହୋଇ ନ ଥିଲା। ନାମ ପଞ୍ଜୀକରଣ ହୋଇ ନ ପାରିବାରୁ ଗର୍ଭବତୀଙ୍କୁ ଭୋକରେ ନିଜ ଗ୍ରାମକୁ ଫେରିବାକୁ ପଡ଼ିଥିଲା ା ମଧୁସ୍ମିତା ନାୟକ, ମାମିନୀ ଦିଗାଳ ପ୍ରମୁଖ ଦୂରଦୂରାନ୍ତରୁ ଆସି ନିରାଶରେ ଫେରିଥିବା କହିଛନ୍ତି। ମଙ୍ଗଳବାର ପୁଣି ଆସି ନାମ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଏ ନେଇ ବିପିଏମ୍‌ ଅମୂଲ୍ୟ କୁମାର ପାଣିଗ୍ରାହୀ କହିଛନ୍ତି, ୯ ତାରିଖରେ ଛୁଟି ପଡ଼ିଲେ ତା’ ପରଦିନ ଗର୍ଭବତୀଙ୍କୁ ନେଇ ଆସିବାକୁ ଆଶାକର୍ମୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି । ହେଲେ ଆଶାକର୍ମୀମାନେ ସଚେତନ ହେଉ ନ ଥିବାରୁ ଏଭଳି ହୋଇଛି। ନାମ ପଞ୍ଜୀକରଣ ନ ହେଲେ ମାଗଣା ଖାଦ୍ୟ ଦିଆଯାଇପାରିବ ନାହିଁ ୨୦୧୬ରୁ ନିୟମ ହୋଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାଥୋଲୋଜି ଟେକନିସିଆନ ସରୋଜ କୁମାର ଦାସ କହିଛନ୍ତି, ଗର୍ଭବତୀମାନଙ୍କ ରକ୍ତ ନମୁନା ସହ ବିଭିନ୍ନ ପରୀକ୍ଷା କରାଯାଇଛି। ମଙ୍ଗଳବାର ରିପୋର୍ଟ ଦିଆଯିବ ା ଛୁଟି ରହିଥିବାରୁ ଏହି ସମସ୍ୟା ହୋଇଥିବା କହିଛନ୍ତି। ତେବେ ଭୋକ ଉପାସରେ ଗର୍ଭବତୀଙ୍କୁ ଫେରାଇ ଦିଆଯିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri