ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ
ଏମ୍ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଜଙ୍ଗଲରେ ପୋଡି ଦେଇଥିଲେ। ଏହି ଘଟଣାରେ ମଙ୍ଗଳବାର ଗିରଫ…
ପୋଲରୁ କଙ୍କ୍ରିଟ୍ ଉଠି ଯିବାରୁ ଯାତାୟାତରେ ଅସୁବିଧା
ଡେଲାଙ୍ଗ, ୨୭ା୮(ଡି.ଏନ୍.ଏ.)-ଖୋର୍ଦ୍ଧା-ପଟ୍ଟନାୟିକିଆ ରାସ୍ତାର ତିରିମଲଠାରେ ଦୟାନଦୀ ଉପରେ ନିର୍ମାାଣ ହୋଇଥିବା ସେତୁ ଉପରୁ କଙ୍କ୍ରିଟ ଉଠିଯିବା ଫଳରେ ରଡ ଗୁଡିକ ବାହାରି ପଡିଥିବାରୁ ଯାତାୟତରେ ଅସୁବିଧା ହୋଇଛି। କଙ୍କ୍ରିଟ ଉଠି ଯିବା ଯୋଗୁ ସେତୁ ଉପରେ ଏକ ବଡ଼ ଖାଲ ସୃଷ୍ଟି…
ପୂର୍ବ ଶତ୍ରୁତାରୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଧରିବା ଦାବିରେ ଥାନା ସମ୍ମୁଖରେ ଧାରଣା
ଗୋପ, ୨୭।୮(ଡି.ଏନ୍.ଏ.)-ପୂର୍ବ ଶତ୍ରୁତାରୁ ଜଣେ ମହିଳାଙ୍କ ଆକ୍ରମଣ ପରେ ତାଙ୍କୁ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୨୨ ଦିନ ବିତିଥିଲେ ବି ପୋଲିସ ଅପରାଧୀଙ୍କୁ ଧରିବାରରେ ସକ୍ଷମ ହୋଇପାରିନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ଅପରାହ୍ନରେ ଗୋପ ଥାନା ସମ୍ମୁଖରେ ମୃତ ମହିଳାଙ୍କ…
ଭାରତୀୟ କନ୍ସୁଲ ଜେନେରାଲଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ
କୋଣାର୍କ, ୨୭।୮(ଡି.ଏନ.ଏ)-ବ୍ରିଟେନର ସ୍କଟଲାଣ୍ଡଠାରେ ଅବସ୍ଥାପିତ ଭାରତୀୟ କନ୍ସୁଲ ଜେନେରାଲ ହିତେଶ ରାଜପାଲ ମଙ୍ଗଳବାର ଅପରାହ୍ନରେ ସପରିବାର କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ରାଜପାଲ ପରିବାର ସହ ସୂର୍ଯ୍ୟମନ୍ଦିର ମୁଖ୍ୟଫାଟକ ସମ୍ମୁଖରେ ପହଞ୍ଚତ୍ବା ପରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ତାଙ୍କୁ…
ଡକାୟତି ଉଦ୍ୟମ ପଣ୍ଡ, ୩ ଅଣଓଡିଆ ଯୁବକ ଗିରଫ
ସୋନପୁର,୨୭।୮(ନି.ପ୍ର.): ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ସୋନପୁର ଟାଉନ ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ୩ ଜଣ ଧରା ପଡିଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ମଙ୍ଗଳବାର ଗିରଫ ୩…
ନୂଆଁଖାଇ ପୂର୍ବରୁ ଦେବୀଦେବ ଉପାସନା
ରିଷିଡା,୨୭।୮(ଡି.ଏନ.ଏ.): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଉ ୬ ଦିନ ରହିଲା । ନୂଆଁଖାଇ ପର୍ବ ପାଳନ କରିବା ପାଇଁ ଏବେଠୁ ଲୋକେ ନିଜକୁ ପ୍ରସ୍ତୁତ ଆରମ୍ଭ କରିଦେଇଥିବା ବେଳେ ବିଭିନ୍ନ ଗ୍ରାମରେ ଗ୍ରାମ ଦେବୀଦେବଙ୍କ ଉପାସନା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି…
ଅନୁଗୋଳରେ ମୃଦୁ ଭୂକମ୍ପ, ସହରବାସୀ ଭୟଭୀତ
ଅନୁଗୋଳ ଅଫିସ, ୨୭।୮- ଅନୁଗୋଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ପାଇଁ ହୋଇଥିବା ଏହି ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଖବର ମିଳି ନ ଥିଲେ ବି ଲୋକମାନେ ଭୟଭୀତ…
ଚୋରା ଦେଶୀ ମଦ ସହ ବାଇକ ଜବତ, ୨ ଗିରଫ
ବଇଣ୍ଡା,୨୭।୮(ଡି.ଏନ.ଏ.)-ଠାକୁରଗଡ଼ ଥାନା ନାକିଚି ରୋଡ ଛକ ନିକଟରେ ମଙ୍ଗଳବାର ସକାଳେ ପୋଲିସ ଚଢାଉ କରି ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ଅଜୟ ଘିଓ୍ବାଲା…
ବିଚାରପତିଙ୍କୁ କୋର୍ଟ ଏଏସ୍ଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ, ଦାରିଙ୍ଗବାଡ଼ି ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ
ଦାରିଙ୍ଗବାଡ଼ି,୨୭।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ଗଗନ ସାହୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ବିଚାର ବିଭାଗରେ କାର୍ଯ୍ୟରତ ସିଏଏସ୍ଆଇ ପବିତ୍ର ମୋହନ ଛୋଟରାୟ ସୋମବାର ବିଚାରପତି ସାହୁଙ୍କୁ କୌଣସି ଏକ ଘଟଣାକୁ ନେଇ ଦୁର୍ବ୍ୟବହାର ଓ…
ନାବାଳିକାକୁ ଅପହରଣ, ଜଣେ ଗିରଫ
ଜଗନ୍ନାଥପ୍ରସାଦ,୨୭ା୮(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ଅପହରଣ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୧୨୯/୧୯ରେ ଏକ ମାମଲା ରୁଜୁ କରି ଭଞ୍ଜନଗରର ଚିତ୍ତରଞ୍ଜନ ପ୍ରଧାନଙ୍କୁ ଗିରଫପରେ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ନାବାଳିକାଙ୍କ ବାପା…
ବୁଗୁଡ଼ା ପିପୁଲସ୍ ହାଇସ୍କୁଲରେ ମାଙ୍କଡ ଉତ୍ପାତ, ଶିକ୍ଷାଦାନ ବାଧାପ୍ରାପ୍ତ
ବୁଗୁଡ଼ା,୨୭ା୮(ଡି.ଏନ.ଏ.)- ବୁଗୁଡ଼ା ପିପୁଲସ୍ ହାଇସ୍କୁଲରେ ମଙ୍ଗଳବାର ମାଙ୍କଡ଼ମାନଙ୍କର ଉତ୍ପାତ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ ୧୦ଟା ସମୟରେ ପ୍ରାର୍ଥନା ଆରମ୍ଭରେ ମାଙ୍କଡ଼ମାନେ ହଠାତ୍ ହତା ମଧ୍ୟରେ ପଶି ଦୌଡାଦୌଡି କରିଥିଲେ। ଭୟରେ ଛାତ୍ର ଓ ଶିକ୍ଷକମାନେ ଶ୍ରେଣୀଗୃହକୁ ପଳାଇଥିଲେ। ମାଙ୍କଡ଼ମାନଙ୍କ…
ବସ୍ତା ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ଦୌରାତ୍ମ୍ୟ, ଧରାପଡିଲେ ୪ ଲୁଟେରା
ବସ୍ତା, ୨୭।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ଲୋକଙ୍କ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ୪ ବାଇକ୍ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ୪ଟି ବାଇକ୍ ଜବତ ହୋଇଥିବା ବସ୍ତା ପୋଲିସ ଆଇଆଇସି ଧନେଶ୍ୱର ସାହୁ…

