ଆମ ଜିଲା ଖବର

ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ

ଛେଣ୍ଡିପଦା,୨ା୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୋଶଳା ପଞ୍ଚାୟତ ଶିମିଳିସାହି ପ୍ରାଥମିକ ବିଦ୍ୟାଳୟର ନବ ନିର୍ମିତ ଶ୍ରେଣୀ ଗୃହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଗଣେଶ ପୂଜା ପାଳନ ଅବସରରେ ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଉଦ୍‌ଘାଟନ କରିଥିଲେ। ସମ୍ମାନିତ…

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଭାପୁର, ୨ା୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ବଜାରରେ ଔଷଧ ଦୌକାନ କରିଥିବା ଶ୍ରୀନିବାସ ଗୋଛି(୩୫)ଙ୍କ ରବିବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶ୍ରୀନିବାସ ରାତିରେ ଦୋକାନ ବନ୍ଦ କରି ଏକ ବାଇକ୍‌ରେ ଆଠଗଡ ଥାନା ବାସୁଦେବପୁର ସ୍ଥିତ…

ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ

ସଜନାଗଡ଼, ୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌୍‌ପୁର ଥାନା ମାଟିଆଳି ପଞ୍ଚାୟତ ଦୁର୍ଗାପୁର ଗ୍ରାମର ସର୍ବେଶ୍ୱର ଖଣ୍ଡେଇଙ୍କ ପୁଅ ଜିତେନ୍ଦ୍ର (୧୪)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ରବିବାର ରାତିରେ ଖାଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା…

ଉପାଧ୍ୟକ୍ଷାଙ୍କ ମାଡ଼ରେ ଛାତ୍ରୀ ଆହତ: ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ

ବାଲେଶ୍ୱର ଅଫିସ, ୨।୯-ବାଲେଶ୍ୱର ଟାଉନ ଥାନା ଅଧୀନ ଚୁନଭାଟି ଅଞ୍ଚଳରେ ଥିବା ବେସିକ ସାଇନ୍ସ କଲେଜରେ ଗଣେଶ ପୂଜା ଚାଲିଥିବା ବେଳେ ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜ ଉପାଧ୍ୟକ୍ଷା ନୀଳିମା ମଢୁଆଳ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିବାରୁ ସେ କିଛି ସମୟ…

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ:କ୍ଷତିପୂରଣ ଦାବିରେ ରାସ୍ତାରୋକୋ,ପ୍ରଶାସନ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକୋ

ରାୟଗଡ଼ା ଅଫିସ, ୨।୯: ରାୟଗଡ଼ା ଜିଲା କୋଲନରା ବ୍ଲକ ଭୂଜବଳ ଗ୍ରାମ ସୀତାକଟା ବ୍ରିଜ ନିକଟରେ ସୋମବାର ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…

ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଫାଣ୍ଡିର କନଷ୍ଟେବଳ ମୋହନ ପୁହାଣଙ୍କୁ ବଦଳି କରାଯାଇଛି।…

ଆନନ୍ଦପୁର ଉତ୍ସବମୁଖର : ପୂଜା ପାଉଛନ୍ତି ବିଘ୍ନ ବିନାଶକ

ଆନନ୍ଦପୁର,୨।୯(ସ୍ବ.ପ୍ର.) : ବିଘ୍ନ ବିନାଶକ ଗଣପତିଙ୍କ ପୂଜାର୍ଚ୍ଚନା ପାଇଁ କେନ୍ଦୁଝର ଜିଲାର ଆନନ୍ଦପୁର ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ଲବରେ ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ସୁସଜ୍ଜିତ ଗଣିପତିଙ୍କ ମୃଣ୍ମୟ ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ବେଶ୍‌ ଆକର୍ଷିତ କରିଛି। ସକାଳୁ ଛାତ୍ରୀଛାତ୍ର ନୂତନ…

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଆନ୍ଦୋଳନ ଚେତାବନୀ

ବ୍ରହ୍ମପୁର ଅଫିସ,୨।୯: ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଫୋରମ୍‌ ଫର୍‌ ଗଞ୍ଜାମ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ବୈଠକ ଆର୍ଯ୍ୟଭଟ ଫାଉଣ୍ଡେସନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଂଯୋଜକ ସୁଧୀର କୁମାର…

କୋଟଗଡ଼ରେ ଗଣେଶ ପୂଜା

କୋଟଗଡ଼,୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବଜାର, କୁମ୍ଭାରସାହି, ହାଇସ୍କୁଲ ଓ ଟାଉନ ଆଖପାଖରେ ଗଜାନନଙ୍କ ପୂଜା ଧୂମ୍‌ଧାମରେ ପାଳିତ ହେଉଛି। ମେଢ଼ଗୁଡ଼ିକରେ ଗଣେଶ ବିଭିନ୍ନ ରୂପରେ ବିରାଜମାନ କରିଛନ୍ତି। ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ର ଭକ୍ତି ସହକାରେ ଗଣପତିଙ୍କୁ ପୂଜାର୍ଚ୍ଚନା…

ବନ୍ଧଟିଆରେ ୧୨୦ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ଗଜାନନ

ଧାମନଗର,୨।୯:(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆସ୍ଥିତ ଗଣେଶ ମଣ୍ଡପରେ ଗଜାନନଙ୍କ ପୂଜା ସୋମବାର ଧୂମ୍‌ଧାମ୍‌ରେ ପାଳିତ ହୋଇଛି। ଏହିଠାରେ ୧୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଆଡମ୍ବରରେ ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା ଚାଲିଛି। ସେହିପରି ବାହାରବିଲରେ ବୁଢ଼ା ଗଣେଶ ପୂଜା ପାରମ୍ପରିକ ରୀତିରେ…

ପୂର୍ବତନ ସରପଞ୍ଚଙ୍କ ପରଲୋକ

ଭଞ୍ଜନଗର,୨।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ(୭୩)ଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା ପ୍ରମୁଖ ଲୋକନାଥଙ୍କ ଶେଷ…

ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନରେ ତାମିଲନାଡୁ ଇଞ୍ଜିନିୟରିଂ ଛାତ୍ରଙ୍କ ସଚେତନତା ପଦଯାତ୍ରା

ଭୋଗରାଇ, ୨।୯(ଡ଼ି.ଏନ୍‌.ଏ.): ତାମିଲନାଡୁ ମେକାନିକାଲ ଇଞ୍ଜିନିୟରିଂର ଛାତ୍ର ଇନସନଇବେଲ ଜୋଶେଫ ରାଜ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ସେ ଏକ ସଚେତନତା ବାର୍ତ୍ତା ନେଇ ପଶ୍ଚିମବଙ୍ଗ ହାୱଡ଼ାରୁ ୧୮୦ କିଲୋମିଟର ପଦଯାତ୍ରା କରି ସୋମବାର ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?