ଚୋରା ଚାଲାଣ ବେଳେ ବନ ବିଭାଗର ଚଢ଼ାଉ: କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ

ଦେବଗଡ,୨୪।୯(ଡି.ଏନ୍‌.ଏ): କଲରାପରତରିଆ ବାଘ ଚମଡ଼ା ଚୋରାଚାଲାଣ ବେଳେ ଦେବଗଡ଼ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ବାଘଛାଲ ଓ ଚୋରା ଚାଲାଣରେ ବ୍ୟବହୃତ ଏକ ବୋଲେରୋ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ ଜିଲା ବାରକୋଟ ଥାନାଞ୍ଚଳର ଶନାତନ ଲୁହୁରା(୧୯), ତିଲେଇବଣି ବ୍ଲକ ଅଧିନ ପାଳକୁଦର ଗ୍ରାମର ଦେବେନ୍ଦ୍ର ରଣଚୁଳିଆ(୨୭), ଦେବଗଡ ଥାନା ଅଧିନ ପଳସାକୁଦର ଗ୍ରାମର ବିମ୍ବାଧର ଉଦାବର(୪୦) ଓ ରାଜେଶ ବେହେରା(୩୦), ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିର ନିତେଶ ଇନ୍ଦୁଆର(୨୭)। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳର ରାନୁ ବେହେରା ଓ ଦେବଗଡ ଥାନା ଅଧୀନ ବଳମ ଗ୍ରାମର ସୁଶାନ୍ତ କୁଲୁ(୩୦)ଙ୍କୁ ମଧ୍ୟ ବନ ବିଭାଗ ଅଟକରଖି ପଚରାଉଚରା ଜାରି ରଖିଛି ।
ସୂଚନାଯୋଗ୍ୟ, ଜିଲା ଟିକାୟତପାଲି ଥାନାଞ୍ଚଳରୁ କଲରାପତରିଆ ବାଘ ଚମଡ଼ାକୁ ଏକ ବୋଲେରୋ ଯୋଗେ ସମ୍ବଲପୁର ଅଞ୍ଚଳକୁ ଚୋରା ଚାଲଣ କରାଯାଉଥିଲା। ଖବର ପାଇ ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ଟିମ୍‌ ଦେବଗଡ଼ ଥାନା ଅଧିନ ଚଟି ବରଘାଟ ନିକଟସ୍ଥ ରାଜପଥରେ ଯାଞ୍ଚ କରିଥିଲା। ତେବେ ଏକ ବୋଲେରୋରୁ ୧.୫ ମିଟର ଲମ୍ବର ଏକ କଲରାପତରିଆ ବାଘଛାଲ ମିଳିଥିଲା। ଫଳରେ ବନ ବିଭାଗ କର୍ତୃପକ୍ଷ ଗାଡ଼ିଚାଳକଙ୍କ ସମେତ ଗାଡିରେ ଥିବା ୬ ଜଣଙ୍କୁ ଗିରଫ କରିବାସହ ଗାଡ଼ିକୁ ଜବତ କରି ବିଭାଗୀୟ କାର୍ଯ୍ୟାଳୟକୁ ଆଣିଥିଲେ ା ପଚରା ଉଚରା ସମୟରେ ସେମାନେ ଏହାକୁ ବିକ୍ରି ପାଇଁ ସମ୍ବଲପୁର ଜିଲାର ରେମେଡ ଅଞ୍ଚଳକୁ ନେଉଥିବା ସ୍ବୀକାର କରିଥିଲେ । ତେବେ ଜବତ ବାଘଛାଲର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ା ଦେବଗଡ ବନଖଣ୍ଡ ଅଧିକାରୀ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri