ଆମ ଜିଲା ଖବର

ରେଞ୍ଚ ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା: ପ୍ରତିବାଦରେ ଅଞ୍ଚଳବାସୀଙ୍କ ଧାରଣା

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚ ଡାକ୍ତରଖାନାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦ ଓ ୮ ଦଫା ଦାବିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଗୁରୁବାର ମେଡିକାଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନକାରୀମାନେ ନିମାପଡ଼ା-ପିପିଲି ରାସ୍ତାର ରେଞ୍ଚ ଛକଠାରେ…

ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌: ବାପା ମୃତ, ପୁଅ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ୨ ଘଣ୍ଟା ଧରି ବନ୍ଦ ରହିଲା ଯାତାୟାତ

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଖେଲାର-ବଳଙ୍ଗା ରାସ୍ତାର କଅଁରପୁର କଲେଜ ଛକ ନିକଟରେ ଗୁରୁବାର ସକାଳେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଉଭୟ ସମ୍ପର୍କରେ ବାପା-ପୁଅ ହୋଇଥିବା ସୂଚନା ମିଳିଛି। ମୃତକ…

ଯୁବତୀଙ୍କୁ ବଳାତ୍କାର ମାମଲା : ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୫।୯(ଡି.ଏନ୍‌.ଏ.): ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର ଦିଗପହଣ୍ଡି ପୋଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ପି. ଶିବ ଶଙ୍କର ପାତ୍ର। ମାମଲା…

ଓଡ଼ିଶା ଆସିବେ ଜଗା-କାଳିଆ: ଦିଲ୍ଲୀ ଗଲେ ଦୁଇ ଡାକ୍ତର

କଟକ ଅଫିସ,୫।୯: ଓଡ଼ିଶା ଆସିବେ ଜଗା-କାଳିଆ। ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ। ସେମାନଙ୍କୁ ଆଣିବା ଲାଗି ଗୁରୁବାର ଶିଶୁ ରୋଗ ବିଭାଗର ଦୁଇଜଣ ଡାକ୍ତର ଶିବ ଶଙ୍କର ବରିହା ଏବଂ…

ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି

ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା ଗ୍ରାମର ନିରଞ୍ଜନ ସାହୁଙ୍କ ପୁଅ ଏବଂ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଛାତ୍ର ଅଟନ୍ତି। ରାଜେନ୍ଦ୍ର…

କୋଟପୁର ଗ୍ରାମରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦଶରଥପୁର,୫।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ନିଜାମପୁର ପଞ୍ଚାୟତ କୋଟପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଗ୍ରାମର ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଘନଶ୍ୟାମ ଖଟୁଆ(୭୦)…

ରେଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବ ୧୮୨ ଟୋଲ୍‌ ଫ୍ରି ନଂ

କେନ୍ଦୁଝର,୫।୯:(ସ୍ବ.ପ୍ର.):କେନ୍ଦୁଝର ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ଜନଜାଗରଣ କାର୍ଯ୍ୟକ୍ରମ ଗୁରୁବାର କେନ୍ଦୁଝର ରେଳଷ୍ଟେଶନଠାରେ ଅନୁଷ୍ଠିତ ହୋଇଯାଇଛି। ଆରପିଏଫ ଅମରେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ କିପରି କରିବେ ଏବଂ ପୋଲିସର ସହାୟତା କେମିତି…

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋପାଳପୁର ପାଣିପାଗ କେନ୍ଦ୍ର ଇନ୍‌ଚାର୍ଜ ଉମାଶଙ୍କର ସାହୁଙ୍କ…

ଏଟିଏମ୍‌ ମେଶିନରେ ପରିସ୍ରା କଲେ କନଷ୍ଟେବଳ, ଭିଡିଓ ଭାଇରାଲ

ବାରିପଦା ଅଫିସ,୫।୯- ବାରିପଦା ମ୍ୟୁନିସିପାଲିଟି ସଂଲଗ୍ନ ଏକ ଏଟିଏମ୍‌ରେ ଜନୈକ ପୋଲିସ କର୍ମଚାରୀ ପରିସ୍ରା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସେ ମୟୂରଭଞ୍ଜ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ବିଶୃଙ୍ଖଳା ଆଚରଣ ପାଇଁ ୨ ବର୍ଷ ପୂର୍ବେ…

ବିଦେଶୀ ମଦ ଜବତ: ୨ଗିରଫ

ଦିଗପହଣ୍ଡି,୫।୯(ଡି.ଏନ.ଏ.):ଦିଗପହଣ୍ଡି ପୋଲିସ ଡେଙ୍ଗା ଓସ୍ତା ଗ୍ରାମର ମଦ ବିକ୍ରେତା ବାଳକୃଷ୍ଣ ବିଷୋୟୀ ଏବଂ ଧର୍ମପୁର ଗ୍ରାମର ଏସ. ବିଷ୍ଣୁ ଦୋରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ନିକଟରୁ ୧୩୮ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ବୁଧବାର…

ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ ଶାସନ, ଶ୍ରମିକ ମାରଣ ନୀତି, ଦୁର୍ବ୍ୟବହାର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବାଦରେ ଗୁରୁବାର କୋଠାବାଡ଼ି ଓ ଅନ୍ୟାନ୍ୟ ନିିର୍ମାଣ ମଜଦୂର ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ…

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର, ୫।୯:(ସ୍ବ.ପ୍ର.): ବିଭିନ୍ନ ସମସ୍ୟାକୁ ନେଇ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପରେ ସିଡିଏମଓ ଡ଼କ୍ଟର ଏସ. ଏସ. ବଳଙ୍କ ଆଶ୍ୱାସନା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଉଠିଥିଲେ। ଦରମା ନିୟମିତ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?