କୁଶକିଳା ଡବଲ ମର୍ଡର ମାମଲା: ଝସକେତନଙ୍କୁ ଆଜୀବନ ଜେଲ୍‌

ଅନୁଗୋଳ ଅଫିସ, ୨୭।୯-ବହୁ ଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ ମାଉସୀ ପୁତୁରା ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ଝସକେତନ ରାଉତଙ୍କୁ ଅନୁଗୋଳ ଜିଲା ଓ ଦୌରାଜଜ୍‌ ଗୁରୁବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରପଡା ଥାନା କୁଶକିଳା ଗାଁର ଦୁଇ ଭାଇ ଯୋଗଶ୍ୱେର ସାହୁ(୩୬) ଏବଂ ହିରଣାକ୍ଷ ସାହୁ(୩୨)ହତ୍ୟା ମାମଲାରେ ଅଦାଲତ ଏହି ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ୨ ହତ୍ୟା ମାମଲା ଏବେ ବି ବିଚାରାଧୀନ ରହିଛି। ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଚାରପତି ଅଶାନ୍ତ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନାଦାୟ ହେଲେ ଅଧିକ ୩ ବର୍ଷ କାରାଦଣ୍ଡ ଭୋଗିବାକୁ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଅଭିଯୁକ୍ତ ଝସକେତନ ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ ରହିବା ସହ ଜମି କିଣାବିକା, ସୁଧ କାରବାର କରୁଥିଲେ। ବ୍ୟବସାୟୀ ହୋଇଥିବାରୁ ବହୁ ଲୋକଙ୍କ ସହ ତାଙ୍କର ଆର୍ଥିକ ନେଣଦେଣ ବିବାଦ ଥିଲା। କୁଶକିଳାର ପୂର୍ବତନ ସରପଞ୍ଚ ରାଜ କିଶୋର ସାହୁଙ୍କ ସହ ତାଙ୍କର ଆର୍ଥିକ ଓ ଜମିଜମା ବିବାଦ ରହିଥିଲା। ଏହି କାରଣରୁ ସେ ରାଜକିଶୋରଙ୍କ ପୁଅ ଯୋଗେଶ୍ୱର ଓ ପୁତୁରା ହିରଣାକ୍ଷଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୧୬ ଫେବୃୟାରୀ ୫ରେ ଝସକେତନ ପ୍ରଥମେ ହିରଣାକ୍ଷ ସାହୁଙ୍କୁ କୁଶକିଳାସ୍ଥିତ ନିଜ ଶିଶୁମନ୍ଦିର ପରିସରକୁ ଡାକି ହତ୍ୟା କରି ସେଠାରେ ଥିବା କୂଅରେ ପକାଇ ଦେଇଥିଲେ। ପରେ ଯୋଗଶ୍ୱେର ସାହୁଙ୍କୁ କୌଶଳକ୍ରମେ ସେଠାକୁ ଡାକିଆଣି ହତ୍ୟା କରିଥିଲେ। ସିମେଣ୍ଟ ଖୁଣ୍ଟ ଓ ପଥର ପକାଇ ଦୁଇ ଭାଇଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ପରେ ଉକ୍ତ କୂଅରେ ଲୁଣ, ପାଳ, ଖତ ଓ ବାଲି ଦେଇ ପୋତି ଦେଇଥିଲେ। ରାଜକିଶୋରଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଝସକେତନଙ୍କୁ ଗିରଫ କରିଥିଲା। ତାଙ୍କ ବୟାନକୁ ଆଧାର କରି ପୋଲିସ ସେହି ମାସ ୧୧ ତାରିଖରେ ଉକ୍ତ ଶିଶୁମନ୍ଦିର ପରିସରରେ ଥିବା କୂଅ ଖୋଳି ଦୁଇ ଭାଇଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। କେବଳ ଉକ୍ତ ଦୁଇ ଭାଇ ନୁହନ୍ତି, ୨୦୧୫ ମେ ୨୨ରୁ ନିଖୋଜ ଥିବା ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ ନୂଆମୌଜା ଗ୍ରାମର ମାଉସୀ ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରା କୁମୁଦ ଚନ୍ଦ୍ର ସାହୁଙ୍କୁ ମଧ୍ୟ ଝସକେତନ ହତ୍ୟା କରି ଉକ୍ତ ଶିଶୁମନ୍ଦିର ପରିସରରେ ପୋତି ଦେଇଥିବା ପୋଲିସ ନିକଟରେ ସେତେବେଳେ ସ୍ବୀକାର କରିଥିଲେ। ପରେ ପୋଲିସ ଶିଶୁମନ୍ଦିର ପରିସର ଖୋଲି ଦୁଇଜଣଙ୍କ କଙ୍କାଳ ଉଦ୍ଧାର କରିବା ପରେ ଏହି ଘଟଣା ସେତେବେଳେ ରାଜ୍ୟରେ ଚହଳ ପକାଇ ଦେଇଥିଲା। ଉପରୋକ୍ତ ୪ ହତ୍ୟା ମାମଲାର ବିଚାର ଅନୁଗୋଳ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଚାଲିଥିବା ବେଳେ ପ୍ରଥମେ କୁଶକିଳା ଦୁଇ ଭାଇ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କ୍ୟାଡର ପିପି ପ୍ରଦୀପ କୁମାର ଦାସ ଓ ପୂର୍ବତନ ପିପି ମହେନ୍ଦ୍ର କୁମାର ବସ୍ତିଆ ମାମଲା ପରିଚାଳନା କରିଥିଲେ। ୩୬ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri