ଆମ ଜିଲା ଖବର

ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ

ରୂପ୍‌ସା, ୫।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର କାର୍ତ୍ତିକ ଜେନାଙ୍କ ଦେଢ଼ବର୍ଷର ପୁଅ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ବୁଧବାର ଅପରାହ୍ନରେ ଶିଶୁଟି ଖେଳୁଥିବାବେଳେ ଅସାବଧାନତାବଶତଃ ଘର ସାମ୍ନାରେ ଥିବା ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର…

ନୀଳଗିରିରେ ପ୍ରଥମ ଡେଙ୍ଗୁ ରୋଗୀ

ସଜନାଗଡ଼, ୫।୯(ଡି.ଏନ.ଏ.)- ନୀଳଗିରି ଅଞ୍ଚଳରେ ଚଳିତବର୍ଷ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଧୋବଶିଳା ପଞ୍ଚାୟତ ବଧିଆ ଚାନ୍ଦୁଆପଦା ଗ୍ରାମର ଜଣେ ଯୁବତୀ ହାଇଦ୍ରାବାଦ୍‌ରେ ରହି ପାଠ ପଢୁଥିଲେ। ୪ରୁ ୫ଦିନ ହେବ ତାଙ୍କୁ ଜ୍ୱର ହେବା ସହ ବାନ୍ତି ହୋଇଥିଲା।…

ପାଣିରେ ବୁଡ଼ି ଚାଷୀଙ୍କ ଜୀବନ ଗଲା

ସମ୍ବଲପୁର,୫।୯(ବ୍ୟୁରୋ) : ସମ୍ବଲପୁର ଜିଲା ମହୁଲପାଲି ଥାନା ଗଡ଼ମୁଣ୍ଡା ନିକଟ ଏକ ନାଳରୁ ଲଇକେରା ଥାନା ନାକଡିହି ଗ୍ରାମର ଚାଷୀ ମନୋଜ ଓରାମ(୪୫)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ବର୍ଗ ଏବଂ ଗ୍ରାମବାସୀ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ମୃତ…

ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଗଡିଲା ସଚେତନତା ରଥ

ସୋନପୁର,୫।୯(ନି.ପ୍ର.) : ସ୍ବଚ୍ଛ ସର୍ବେକ୍ଷଣ-୧୯ ପାଇଁ ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ସଚେତନ କରିବ ରଥ। ପ୍ରଥମ ପର୍ଯ୍ୟାୟରେ ୩ଟି ରଥ ଜିଲାର ୬ଟି ବ୍ଲକ ପରିକ୍ରମା କରିବ। ଗୁରୁବାର ଜିଲାପାଳ ମୋନିଷା ବାନାର୍ଜୀ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ।…

ହୀରାକୁଦ ଡ୍ୟାମ୍‌: ୧୦ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୫।୯(ବ୍ୟୁରୋ) : ହୀରାକୁଦ ଡ୍ୟାମରୁ ଗୁରୁବାର ୧୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବୁଧବାର ଦୁଇଟି ଗେଟ୍‌ ଖୋଲା ଥିଲା। ଗୁରୁବାର ସକାଳୁ ସା ମଧ୍ୟରେ ପର୍ଯ୍ୟାୟକ୍ରମେ ଆଉ ୮ଟି ଗେଟ୍‌ ଖୋଲାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ…

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଚାନ୍ଦବାଲି, ୫।୯ (ଡି.ଏନ.ଏ.) – ଚାନ୍ଦବାଲି ଏନ୍‌ଏସିରେ କେତେକ ଅନିୟମିତତା ନେଇ ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ, ଷ୍ଟ୍ରିଟଲାଇଟ, ନାଳ ନର୍ଦ୍ଦମା ସଫେଇ, ରାସ୍ତା ନିର୍ମାଣରେ ଅନିୟମିତତା ଓ…

ଟ୍ରାଫିକ ଜାମ୍‌ରେ ଫସିଲା ୨ ଆମ୍ବୁଲାନ୍ସ : ସାଧାରଣରେ ଅସନ୍ତୋଷ

ଯୋଡ଼ା,୫।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ୫୨୦ନଂ. ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ ସମସ୍ୟାରେ ସୁଧାର ଆସିପାରୁନାହିଁ। ଏଥିପାଇଁ ଜିଲାପାଳ ଘନଘନ…

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ଗୁରୁବାର ଏସ୍‌ଟି କେସ୍‌ ନଂ. ୭୬/୧୩୨/୧୭/୧୫, ଘସିପୁରା ଥାନା କେସ୍‌ ୬୯/୧୩.୪.୨୦୧୫ର ବିଚାର କରି ଅଭିଯୁକ୍ତ ପବିତ୍ର ଓରଫ ବିଶୁ ନାଇକକୁ ଉପଯୁକ୍ତ ପ୍ରମାଣ ଅଭାବରୁ ଖଲାସ କରିଥିବା…

ନିଜେ ପଢିବି, ନିଜକୁ ଗଢିବି

ମାଲକାନଗିରି, ୫।୯(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷା ନିମନ୍ତେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଏବଂ ସାଇକେଲ ଇତ୍ୟାଦି ପ୍ରଦାନ କରାଯାଇ ପିଲାଙ୍କୁ ବିଦ୍ୟାଳୟ ପ୍ରତି…

ଗୁରୁଦିବସରେ ଶିକ୍ଷୟିତ୍ରୀ,ଶିକ୍ଷକ ସମ୍ବର୍ଦ୍ଧିତ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗୟାଧର ସାହୁ ସ୍ମୃତି ସଂସଦ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୭ ଜଣ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା…

ବ୍ଲକସ୍ତରୀୟ ଗୁରୁଦିବସ : ଅବସରପ୍ରାପ୍ତ ଶିକ୍ଷକ, କୃତୀ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଭଟଲି,୫।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟଲି ସତୀହାତୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଭଟଲି ବ୍ଲକ୍‌ ସମନ୍ବିତ ଶିକ୍ଷକ ସଂଘର ବ୍ଲକ ସଭାପତି ତିୟାରମ ଡନସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଟଲି ଗୋଷ୍ଠୀ ଶିକ୍ଷାଧିକାରୀ ଛତ୍ରପତି…

ଗୁରୁପୂଜନ, ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ତାଳଚେର,୫।୯(ନି.ପ୍ର.):ଆମ ପ୍ରତିଭା ଆମ ପରିଚୟ ପରିବାର ପକ୍ଷରୁ ଗୁରୁପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଅଫିସର୍ସ କ୍ଲବ ମଙ୍ଗଳମ ଦେଉଳ ବେଡାଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିରଞ୍ଚି ସାମଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?