ଆମ ଜିଲା ଖବର

ବ୍ୟାଙ୍କ ମ୍ୟାନେଜର କହି ଟଙ୍କା ଲୁଟ୍‌

ବଅଁରପାଳ,୭।୯(ଡି.ଏନ.ଏ.) ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ୧୦ ହଜାର ଲୁଟ୍‌ ହୋଇଛି। ଲୁଟ୍‌ ଶିକାର ହୋଇଛନ୍ତି ନାଲ୍‌କୋ ଥାନା କନ୍ୟାବେଡା ଗ୍ରାମର ସଞ୍ଜୟ ସାହୁ। ଏ ନେଇ ସେ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟଙ୍କ ୟୁନାଇଟେଡ଼ ବ୍ୟାଙ୍କ…

ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଦ୍ୟପର୍ବ ଆରମ୍ଭ:ରାଧାଷ୍ଟମୀରେ ଅନୁକୂଳ ହେଲା ମାଟି

ଢେଙ୍କାନାଳ ଅଫିସ, ୭।୯ ପବିତ୍ର ରାଧାଷ୍ଟମୀରେ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଆଦ୍ୟପର୍ବ। ମୀନାବଜାର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଏବଂ ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପକ୍ଷରୁ ଧନର ଦେବୀଙ୍କ ମୃଣ୍ମୟୀ ପ୍ରତିମା…

ଏନ୍‌ଟିଏସ୍‌ଇ ସ୍କଲାରଶିପ୍‌ ପରୀକ୍ଷା:ସାନଭି ସନ୍ଦିପିକା କୃତକାର୍ଯ୍ୟ

ତାଳଚେର, ୭|୯(ନି.ପ୍ର.)ଏନ୍‌ଟିପିସି ଦ୍ୱାରା ପରିଚାଳିତ କଣିହାଁ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସାନଭି ସନ୍ଦିପିକା ପ୍ରଧାନ ସର୍ବଭାରତୀୟ ସ୍କଲାରଶିପ୍‌ ପରୀକ୍ଷା ଏନଟିଏସ୍‌ଇରେ କୃତକାର୍ଯ୍ୟ ହୋଇଛନ୍ତି। ଏନ୍‌ସିଇଆରଟି, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ମେଧାବୃତ୍ତି ପରୀକ୍ଷାରେ…

ରୋଗ ଉଜାଡ଼ିଦେଲା ସୁଖ, ଦୟନୀୟ ସ୍ଥିତିରେ ଜୀବନ: ଦୁଇ ଦିବ୍ୟାଙ୍ଗ ପୁଅର ସେବା କରୁଛନ୍ତି ବୃଦ୍ଧବାପା

ଜୟପୁର,୭ା୯(ନି.ପ୍ର.) ପୁଅ ଜନ୍ମ ହେଲେ ବୃଦ୍ଧକାଳରେ ସାହା ହେବ। ଏହି ଆଶାରେ ବଞ୍ଚତ୍ଥିବା ବାପ କିନ୍ତୁ ପରିଣତ ବୟସରେ ଏବେ ଦୁଇ ଜଣ ଦିବ୍ୟାଙ୍ଗ ପୁଅଙ୍କ ସେବା କରୁଛନ୍ତି। ଦୟନୀୟ ସ୍ଥିତିରେ ଚାଲିଛି ସେମାନଙ୍କ ଜୀବନ। ମା’ ଆରପାରିକୁ ଚାଲିଯାଇ ଥିବାବେଳେ…

ସିନାପାଲି: ଉଦନ୍ତୀର ଦୁଇ କୂଳ ମୁକୁଳା :ବନ୍ୟା ଜଳରେ ତଟବର୍ତ୍ତୀ ଗଁ। କ୍ଷତିଗ୍ରସ୍ତ

ସିନାପାଲି,୭।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲି ଦେଇ ପ୍ରବାହିତ ଉଦନ୍ତୀ ନଦୀରେ ବନ୍ୟା ଜଳ ଆସି ୨ କୂଳର ଅନେକ ଚାଷ ଜମି ନଷ୍ଟ ହେଉଥିବା ବେଳେ କେତକ ଗ୍ରାମ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ବର୍ଷା ଋତୁରେ…

ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଗତ ନୂଆଁଖାଇ ସମୟରେ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବାରୁ ନୂଆଁଖାଇରୁ ମଧ୍ୟ ବଞ୍ଚତ୍ତ…

ଖଡିଆଳ ପୋଲିସର ଅଭିନବ ପ୍ରୟାସ:ଟ୍ରାଫିକ୍‌ ନିୟମ ଉପରେ ଶିଶୁ କଲେ ସଚେତନ

ନୂଆପଡା ଅଫିସ/ଖଡିଆଳ,୭।୯(ଡି.ଏନ.ଏ.) ସରକାର ଯାନବାହନ ଚଳାଚଳ ଉପରେ ଥିବା ୧୯୮୮ ଅଧିନିୟମରେ ପରିବର୍ତ୍ତନ କରି ପରିବର୍ତ୍ତିତ ନିୟମକୁ ବର୍ତ୍ତମାନ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ଚାଳକ, ଯାତ୍ରୀଙ୍କୁ ବିଭିନ୍ନ ଦଣ୍ଡିତ କରିବା ବ୍ୟବସ୍ଥା କରାଯାଇଛି । ଏହାକୁ ଗୋଟିଏପଟେ କାର୍ଯ୍ୟାନ୍ବୟନ କରାଯାଉଥିବା…

କାଲିପୁସିଂ ନାଳରେ ପିକଅପ୍‌ ଭ୍ୟାନ ଖସିପଡ଼ିଲା

ମୋହନଗିରି,୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରୁ ୫ କି.ମି. ଦୂର କନ୍ଧମାଳ ଜିଲା ସୀମାନ୍ତ କାଲିପୁସିଂ ନାଳରେ ଶୁକ୍ରବାର ପୁଣି ଏକ ଖତ ବୋଝେଇ ପିକଅପ୍‌ ଭ୍ୟାନ (ନଂ. ଓଡି୦୩ପି-୮୧୦୪) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଚାଳକଙ୍କ ସହିତ ଉକ୍ତ…

ହାତୀ ନଦୀରେ ବନ୍ୟା ପରିସ୍ଥିତି: ଶତାଧିକ ଏକର ଚାଷ ଜମି ଜଳମଗ୍ନ, ଯାତାୟାତ ବ୍ୟାହତ

ଜୁନାଗଡ,୭।୯(ଡି.ଏନ.ଏ.) ଗତ ୨ ଦିନ ଧରି ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ଶୁକ୍ରବାର ଭୋରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହାତୀନଦୀରେ ବନ୍ୟା ଆସିବା ଯୋଗୁ…

ମଦ ଦୋକାନ ସ୍ଥାନାନ୍ତର ଦାବିରେ ପୁଣି ମହିଳାଙ୍କ ଧାରଣା

ବେଗୁନିଆପଡ଼ା,୬।୯(ଡି.ଏନ.ଏ.)-ବେଗୁନିଆପଡ଼ା ବଜାରରେ ଖୋଲିଥିବା ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତରଣ ଦାବିରେ ଶୁକ୍ରବାର ଦୋକାନ ଆଗରେ ମହିଳାମାନେ ପୁନର୍ବାର ଧାରଣା ଦେଇଛନ୍ତି। ଏହି ମଦ ଦୋକାନ ପଡ଼ୋଶୀରେ ଜଣେ ବ୍ୟକ୍ତିଙ୍କ ଘର ରହିଛି। ମଦ୍ୟପମାନେ ବେଳେ ବେଳେ ମଦ ଦୋକାନ ଜାଣି…

ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜରଉ, ବାନ୍ଥୁଳି, ଋଷିକୁଲ୍ୟା ନଦୀରେ ପାଣି ବଢୁଥିବା…

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ବୁଗୁଡ଼ା,୬ ।୯(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ପଙ୍କଳବାଡ଼ି ଗ୍ରାମର ଏକ ଦୋକାନ ଶୁକ୍ରବାର ରାତି ୮ଟାରେ ଜଳିଯାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ନିଆଁ ଲିଭାଇଥିଲେ। ପଙ୍କଳବାଡ଼ିର ପ୍ରତାପ ଜେନା ତାଙ୍କର କିରାଣୀ ଦୋକାନରେ ବସି ବ୍ୟବସାୟ କରୁଥିବା ବେଳେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?