ପରିବହନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ଥାନାରେ ଏତଲା

ଯୋଡ଼,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡାଠାରେ ଲୁହାପଥର ପିଲେଟ ପରିବହନକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଥିବା ମଧ୍ୟ ଜଣାପଡିଛି ।
ସୂଚନାନୁଯାୟୀ, ଶୁକ୍ରବାର ବାଂଶପାଣି ରେଳସାଇଡିଂରୁ ଗଚ୍ଛିତ ରଖାଯାଇଥିବା ପିଲେଟ ପରିବହନ ହେଉଥିଲା । ଲୁହାପଥର ପିଲେଟ ଉ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ୨୦୦ ଟ୍ରିପ୍‌ ପିଲେଟ ଜୁରୁଡି ରେଳସାଇଡିଂକୁ ପରିବହନ କରିବା ପାଇଁ ଏକ ପରିବହନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରିବହନକାରୀ ସଂସ୍ଥା ପକ୍ଷରୁ ୪୦ ଟ୍ରିପ୍‌ ପରିବହନ ହେବା ପରେ ବନ୍ଦ କରାଯାଇଥିଲା ଏବଂ ପରେ ପୁଣି ଥରେ ପରିବହନ ଆରମ୍ଭ କରାଯାଇଥିଲା । ଏଥିରେ ସ୍ଥାନୀୟ ଗାଡିଗୁଡିକୁ ପରିବହନ କାର୍ଯ୍ୟ ଦେବାକୁ ନେଇ ସେଠାରେ ଉପସ୍ଥିତ ଥିବା ସନ୍ତୋଷ ସିଂ, ବବି ରାୟ, ବୁଦ୍ଧଦେବ ବାନାର୍ଜୀଙ୍କ ସହିତ ଅମର ମହାକୁଡ, ଗୁରୁମିତ ସିଂ, ଚନ୍ଦ୍ରକାନ୍ତ ବେହେରାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ମାରପିଟ୍‌ ହୋଇଥିଲା । ଗୁରୁମିତ, ଅମର, ଚନ୍ଦ୍ରକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଯୋଡା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଯୋଡା ଥାନା ପକ୍ଷରୁ କେସ ନଂ. ୧୫୮/୨୦୧୯ ରୁଜୁ କରାଯାଇଥିବା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଏକ ପାଲଟା ଅଭିଯୋଗ କରାଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri