ବିଜେପୁର ଉପନିର୍ବାଚନ: ପୋଲିସର ଉଚ୍ଚସ୍ତରୀୟ ବୈଠକ

ବରଗଡ଼ ଅଫିସ, ୨୮।୯: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସବୁ ରାଜନୈତିକ ଦଳ ତତ୍ପର ହୋଇପଡିଥିବା ବେଳେ ପୋଲିସ, ପ୍ରଶାସନ ମଧ୍ୟ ପଛରେ ପଡ଼ିନାହାନ୍ତି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଶନିବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ପୋଲିସ ପଦାଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ୧୮୯ ସିଆର୍‌ପିଏଫ୍‌ କମାଡାଣ୍ଟ ଏସ. ମେରିଆ, ବରଗଡ଼ ଏସ୍‌ପି ପଦ୍ମିନୀ ସାହୁଙ୍କ ସମେତ ସୋନପୁର, ବଲାଙ୍ଗୀର, ସମ୍ବଲପୁର ଏସ୍‌ପି ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ପଡୋଶୀ ଛତିଶଗଡ଼ ରାଜ୍ୟର ରାୟଗଡ଼ା ଏବଂ ମହାସମୁଦ ଏସ୍‌ପି ବୈଠକରେ ଯୋଗଦେଇଥିବା ଜଣାପଡ଼ିଛି। ଭୋଟରଙ୍କୁ ପ୍ରଭାବିତ କରିବା କିମ୍ବା କୌଣସି ହିଂସାକାଣ୍ଡ ଘଟାଇବା ପାଇଁ ବରଗଡ଼ ଜିଲାକୁ ଯେଭଳି ବାହ୍ୟ ଅଞ୍ଚଳରୁ ବେଆଇନ ଭାବେ ଟଙ୍କା, ମଦ, ବନ୍ଧୁକ ତଥା ଅପରାଧୀମାନେ ପଶି ପାରିବେ ନାହିଁ ସେ ଉପରେ ଆଲୋଚନା ହୋଇଥିଲା। ସେହିପରି ଉପନିର୍ବାଚନ ସମୟରେ କେଉଁ କେଉଁ ଜାଗାରେ ଯାଞ୍ଚ -ତନଖି କରାଯାଇ କେଉଁ ଅଞ୍ଚଳପ୍ରତି ନଜର ରଖାଯିବ ତା ଉପରେ ମଧ୍ୟ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ବନ୍ୟା-ଭୂସ୍ଖଳନ ବିଭୀଷିକା: ୧୫ ନିଖୋଜଙ୍କ ମଧ୍ୟରୁ ଜଣେ ଜୀବିତ ଉଦ୍ଧାର, ଜାରି ରହିଛି…

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାନ୍ତବର୍ତ୍ତୀ ଡାଙ୍ଗେଶୀ ଏବଂ ଗିଡ଼ିପାବାଲି ଅଞ୍ଚଳରେ ଗୁରୁବାର ରାତିରେ ଘଟିଥିବା ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁ…

ଏହି ଦିନ ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌: RBIର କଲା ଘୋଷଣା!

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୨୭ ଏପ୍ରିଲ ୧ ତାରିଖରୁ ୧୦ ଓ ୨୦ ଟଙ୍କିଆ ନୂଆ ପଲିମର (ପ୍ଲାଷ୍ଟିକ) ନୋଟ୍‌ର ପାଇଲଟ ପ୍ରୋଜେକ୍ଟ ବା…

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ବଡ଼ଗାଁରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ନେଇ ଦୌଡ଼ିଲେ ୫୦୦ ଛାତ୍ରୀଛାତ୍ର

ବଡ଼ଗାଁ, ୩୧।୧୦(ଅଶୋକ ଷଡ଼ଙ୍ଗୀ): ଦେଶର ଅଖଣ୍ଡତା, ଏକତା ଓ ସଂହତିର ପ୍ରତୀକ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଶନିବାର ବଡ଼ଗାଁଠାରେ ‘ରନ୍ ଫର୍ ୟୁନିଟି’…

ଋଷିକୁଲ୍ୟା ବନ୍ୟାରେ ପୁରୁଷୋତ୍ତମପୁର ବେହାଲ: ରାତିରେ ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲାପାଳ, ଆସନ୍ତା ୧୦ ଦିନ ଯାଏ…

ପୁରୁଷୋତ୍ତମପୁର, ୩୧।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ଗାଁଠାରୁ ସହର…

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଗୁଡ଼ାରି ପୋଲିସର ‘ରନ୍ ଫର୍ ୟୁନିଟି’: ଦେଶପ୍ରେମ-ଏକତାର ସଂକଳ୍ପ

ଗୁଡ଼ାରି, ୩୧।୧୦(ପ୍ରମୋଦ କୁମାର ପତି): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜନ୍ମଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଡ଼ାରି ପୋଲିସ ପକ୍ଷରୁ ଏକ ‘ରନ୍…

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ…

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଲାଙ୍ଗୀରରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ଦେଲେ ପୋଲିସ ବାହିନୀ

ବଲାଙ୍ଗୀର, ୩୧।୧୦(ସୁନିଲ କୁମାର ମହାନ୍ତି): ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ବଲାଙ୍ଗୀର ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ…

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?