ରାତିଅଧିଆ ଡାକ୍ତରଖାନାରେ ଏସ୍ପି: ବୁଝିଲେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା
ନବରଙ୍ଗପୁର, ୭।୧୦(ବି.ପ୍ର.)-ନବରଙ୍ଗପୁର ଏସ୍ପି ନୀତିନ କୁସାଲକର ରବିବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି। ଏସ୍ପି ବ୍ୟକ୍ତିଗତ ଭାବେ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀଙ୍କ ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ…
ଦୁର୍ଗାଙ୍କ ପାର୍ଶ୍ୱ ମୂର୍ତ୍ତି ଚୋରି
କୋରୁକୋଣ୍ଡା, ୭।୧୦(ଡି.ଏନ୍.ଏ.)-ଓର୍କେଲ ଥାନା ଅଧୀନ ପର୍କନମାଳା ପଞ୍ଚାୟତ ସୁନାନଗର ଘାଟିସ୍ଥିତ ଦୁର୍ଗା ମନ୍ଦିରରୁ ମା’ଙ୍କ ପାର୍ଶ୍ୱ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଛି। ସୋମବାର ସକାଳୁ ପୂଜାରୀ ମନ୍ଦିରକୁ ଯାଇ ଦୁର୍ଗାଙ୍କ ୩ଟି ପାର୍ଶ୍ୱ ମୂର୍ତ୍ତି ମଧ୍ୟରୁ ଗୋଟିଏ ନ ଥିବା ଦେଖିଥିଲେ।…
ବଜ୍ରପାତରେ ବାପପୁଅ ମୃତ
ଜୟପୁର/ବୋରିଗୁମା,୭।୧୦ (ଡି.ଏନ୍. ଏ)- କୋରାପୁଟ ଜିଲା ବୋରିଗୁମା ଥାନା କେବିଡ଼ି ଗାଁରେ ରବିବାର ବଜ୍ରପାତ ଘଟି ବାପପୁଅ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଉକ୍ତ ଗାଁର ପୀତବାସ କୁମ୍ଭାର ଓ ତାଙ୍କ ପୁଅ ଉପେନ୍ଦ୍ର। ପ୍ରକାଶ ଯେ, ପୀତବାସ ଏବଂ ଉପେନ୍ଦ୍ର…
ନବମୀରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା
ବୈଶିଙ୍ଗା, ୭।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୭ ପଞ୍ଚାୟତରେ ଚଳିତବର୍ଷ ୧୮ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସୋମବାର ନବମୀ ଅବସରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ୪୫ବର୍ଷରେ…
ଜୁଆ ଆଡ୍ଡାରେ ଚଢ଼ାଉ: ୩ ଗିରଫ
ବାସୁଦେବପୁର,୭।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଢୁଅଁ। ବଜାରରେ ବେଆଇନ ଭାବେ ଜୁଆଖେଳ ଚାଲିଥିବାବେଳେ ପୋଲିସ ଚଢ଼ାଉ କରିଛି। ପୋଲିସ ୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ ପଢୁଆ ଗ୍ରାମର କୁନା ମଳିକ, ଯୋଗେନ୍ଦ୍ର କୁମାର ମଳିକ ଓ…
ଜୁଆ ଆଡ୍ଡାରେ ଚଢାଉ, ୭ ଗିରଫ
ଦିଗପହଣ୍ଡି/ଚିକିଟି,୭ା୧୦(ଡି.ଏନ୍.ଏ.)- ଦିଗପହଣ୍ଡି ନିକଟ ନୂଆପଡ଼ା ଗ୍ରାମ ଖାଡିସାହି କୋଠ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ କେ. ନୂଆଗଁା ଥାନା ଏସ୍ଆଇ ଜ୍ଞାନ ରଞ୍ଜନ ସେଠି, ନୂଆପଡ଼ା ଫାଣ୍ଡି ଏଏସଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସଦଳବଳ ଚଢ଼ାଉ କରି ୭ ଜୁଆଡିଙ୍କୁ…
ଆଦିବାସୀ ମହିଳାଙ୍କୁ ମାଡ଼ ଅଭିଯୋଗ: ପୋଲିସ ତଦନ୍ତ ଆରମ୍ଭ
ରାଉରକେଲା ଅଫିସ,୭।୧୦: ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଦୁର୍ବ୍ୟବହାର, ଟଙ୍କା ମାଗିବା ନେଇ ଅଭିଯୋଗ ହୋଇଛି। ସୋମବାର ସହର ସେବା ବିଭାଗ ବିରୋଧରେ…
ସାଥୀ ଖେଳାଳିଙ୍କ ବ୍ୟାଟ୍ ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ
ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଓସିଏମ୍ କଲୋନୀ ଏଚ୍ଲାଇନ ନିକଟରେ ଗତ ଶନିବାର କେତେକ ବାଳକ କ୍ରିକେଟ ଖେଳିବା ପାଇଁ ରୁଣ୍ଡ ହୋଇଥିଲେ। ଏହି ସମୟରେ କୌଣସି କାରଣରୁ ୨ ନାବାଳକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ…
ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
କଣ୍ଟାପଡ଼ା,୭।୧୦(ଡି.ଏନ୍.ଏ.): କଟକ ଜିଲା ଓଲଟପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣା ଗ୍ରାମର ଦିପୁ ବେହେରା(୨୨)। ଏ…
ଉପରସୁମଠ ଜଙ୍ଗଲରେ ଅସୁସ୍ଥ ମାଈହାତୀର ମୃତ୍ୟୁ
କେନ୍ଦୁଝର,୭।୧୦(ଡି.ଏନ୍.ଏ.): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧୀନ ଉପରସୁମଠ ଜଙ୍ଗଲରେ ଅସୁସ୍ଥ ଥିବା ମାଈହାତୀର ସୋମବାର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ୩୦ ବର୍ଷ ବୟସ୍କା ଉକ୍ତ ମାଈହାତୀ ୧୦ ଦିନ ହେବ ଅସୁସ୍ଥ ଥିଲା। ପ୍ରାଣୀ ଚିକିତ୍ସକ…
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ ଅଫିସ,୭।୧୦: ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବିଭିନ୍ନ ଶକ୍ତିପୀଠ ଏବଂ ପୂଜାମଣ୍ଡପରେ ମା’ଙ୍କୁ ଆବାହନୀ କରାଯାଉଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି। ସୋମବାର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନବମୀ ପୂଜା ଚାଲିଛି। ଏପଟେ…
ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ
ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ ଘରେ ଘରେ…

