ଆମ ଜିଲା ଖବର

ରେଳ ଟ୍ରାକ୍‌ରେ ଫସିଲା ଟ୍ରେଲର : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ମୁଡ଼ିଗୁଡ଼ା,୧୩।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ଏକ ଟ୍ରେଲରର ବ୍ରେକ୍‌ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି। ଫଳରେ ମୁନିଗୁଡା ରାୟଗଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରେଲରଟି ବିଶାଖାପାଟଣାରୁ ଆଲୁମିନିୟମ…

ଆର୍‌ଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ

ଯାଜପୁର ଅଫିସ,୧୩।୯: ଯାଜପୁର ଜିଲାରେ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର ଉପଯୁକ୍ତ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି କାଳିଆପାଣି ଖଣି ଅଞ୍ଚଳର ରାସ୍ତାଘାଟ ଓ ବିଭିନ୍ନ ସରକାରୀ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ(ଆର୍‌ଡି) ଏହି…

ମହାନଦୀରେ ଲୀନ ହେବାକୁ ବସିଛି ସିଦ୍ଧେଶ୍ୱର ପୀଠ

ନରାଜ,୧୩।୯(ଡି.ଏନ.ଏ) : ବାରଙ୍ଗ ଥାନା ଅନ୍ତର୍ଗତ ତଳଗଡ ଓ ନରାଜର ମଧ୍ୟସ୍ଥ ଭାଗର ପର୍ବତରେ ସିଦ୍ଧେଶ୍ୱର ମନ୍ଦିର ଅବସ୍ଥିତ। ହେଲେ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗର ଅଣଦେଖାରୁ ଏବେ ଏହି ପୁରାତନ ମନ୍ଦିରଟି ମହାନଦୀରେ ଲୀନ ହେବାକୁ ବସିଛି। ପ୍ରତିବର୍ଷ ବର୍ଷାଦିନେ…

ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଜ୍ୱାଇଁ ଗିରଫ

ବାଲିଅନ୍ତା,୧୩ା୯(ଡି.ଏନ.ଏ): ସ୍ତ୍ରୀଙ୍କୁ ଛାଡିବାକୁ ରାଜି ନ ହେବାରୁ ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୋଲିସ ଜ୍ୱାଇଁଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ସଦର ଥାନା ଅଧୀନ ବାଗଲପୁରର ପ୍ରସନ୍ନଜିତ…

ଦୟାନଦୀରେ କମିଲା ଜଳସ୍ତର

କଣାସ,୧୩ା୯(ଡି.ଏନ.ଏ./ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକର ୩ ପଞ୍ଚାୟତର ୧୨ଖଣ୍ଡ ଗାଁରେ ବନ୍ୟା ପ୍ରବାହିତ ହୋଇଥିଲାବେଳେ ଏବେ ନଦୀର ଜଳସ୍ତର କମିବାର ଦେଖାଯାଇଛି। ବନ୍ୟା ଆଶଙ୍କା ସମସ୍ୟା ଟଳିବାର ସମ୍ଭାବନା ରହିଛି। ଏବେ ଦୟାନଦୀର ବିପଦ ସଙ୍କେତ ୩.୯୯ମିଟର ଥିବାବେଳେ ବୁଧବାର…

ଶୈବ, ଶାକ୍ତ ପୂଜାର ଚିନ୍‌ହାଁ: ନାଗ୍‌ବାଚା

ବିନିକା,୧୩।୯(ଡି.ଏନ୍‌.ଏ.): ଆମର ପୁରାଣ, ଶାସ୍ତ୍ରମାନକେ ଅନେକ ପୂଜାପାଠ୍‌, ତନ୍ତ୍ରମନ୍ତ୍ର ବାବ୍‌ଦେ ବରନନ୍‌ ରହିଛେ। ସେନ୍‌ତା ଆୟୁର୍ବେଦରେ ଅନେକ ରୋଗ୍‌ର ନିଦାନ୍‌ ସଂଗେ ସଁାପ୍‌, କଁଟିଆ, ବିଷାନ୍‌ ପୋକ୍‌ ଚାବ୍‌ଲେ ତାର ପରତିକାର ଲାଗି ଚେରମୂଲିର ବାବ୍‌ଦେ ବରନନ୍‌ ରହିଛେ। ଆଘୋ କାଲେ…

ବର୍ଷାରେ ଘର ଭାଙ୍ଗିଲା, ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

କିର୍ମିରା, ୧୩।୯ (ଡି.ଏନ୍‌.ଏ.)- ଝାରସୁଗୁଡା ଅନ୍ତର୍ଗତ କିର୍ମିରା ଗ୍ରାମରେ ବୁଧବାର ରାତିରୁ ବର୍ଷା ଲାଗି ରହିଥିବାରୁ ଗ୍ରାମର ଜଞ୍ଜ ନେଟୀ, ରୁକ୍ମଣୀ ଧୁରୁଆ, ଗଙ୍ଗା କଛରିଆଙ୍କ ଘର ଭାଙ୍ଗିଯାଇଛି। ଏହା ପୂର୍ବରୁ ବର୍ଷା ଯୋଗୁଁ ଧନମତୀ ଚାରଦିଆ, ବୁଟରୁ ବାଗଙ୍କ ଘର…

ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଝାରସୁଗୁଡା ଅଫିସ୍‌/ଲଖନପୁର,୧୩ା୯(ଡି.ଏନ୍‌.ଏ.):ଝାରସୁଗୁଡା ଜିଲା ଚନ୍ଦନୀମାଲ ଗ୍ରାମର ଜନୈକ ମହିଳା ଗୁରୁବାର କାମରେ ଯାଉଥିବାବେଳେ ଚିଚିନ୍ଦା ଗ୍ରାମ ବ୍ରିଜ୍‌ ନିକଟରେ ଏକ ନବଜାତ ଶିଶୁ କାନ୍ଦୁଥିବା ଶୁଣି ପାଖକୁ ଯାଇଥିଲେ। ସେଠାରେ ଏକ ସିମେଣ୍ଟ ବସ୍ତା ଉପରେ ନବଜାତ ଶିଶୁ ଶୋଇଛି ଓ…

ଝାରସୁଗୁଡାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୩ା୯(ଡି.ଏନ୍‌.ଏ.):ରାଜ୍ୟ ଯୋଜନା ଓ ସଂଯୋଜନା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତରେ ଆସି ସର୍କିଟ୍‌ ହାଉସ୍‌ରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିରେ ଜିଲାପାଳ ସରୋଜ କୁମାର…

ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଯୁଗେ ଯୁଗେ ରହିବ

ବଲାଙ୍ଗୀର ଅଫିସ, ୧୩ା୯-ବଲାଙ୍ଗୀର ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍‌ ହଲଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନା ସଭା…

ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ: ସୁରକ୍ଷା, କ୍ଷତିପୂରଣ ଦାବି

ଢେଙ୍କାନାଳ ଅଫିସ, ୧୩।୯-ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ପରଜଙ୍ଗ ବ୍ଲକବାସୀ। ଦୀର୍ଘ ୪ବର୍ଷ ହେଲା ଅଞ୍ଚଳରେ ହାତୀପଲ ଫସଲ ନଷ୍ଟ କରି ଚାଲିଛନ୍ତି। ଏଥିରେ ବ୍ୟାପକ ଧନଜୀବନ ହାନି ହେଲାଣି। ଏହାର ପ୍ରତିକାର ଏବଂ ଉପଦ୍ରୁତ ଅଞ୍ଚଳବାସୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ…

ତେଜିଲା ମଦବିରୋଧୀ ଆନ୍ଦୋଳନ: ମଦ ଦୋକାନ ସ୍ଥାନାନ୍ତର ଦାବି

ଢେଙ୍କାନାଳ ଅଫିସ, ୧୩ା୯-ଢେଙ୍କାନାଳ ସଦର ବ୍ଲକ ପାଇକଦହିକୋର ଗ୍ରାମବାସୀ ନିଶା ବିରୋଧୀ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଗୁରୁବାର ଶତାଧିକ ମହିଳାପୁରୁଷ ଏକାଠି ହୋଇ ଗ୍ରାମ ନିକଟରେ ଥିବା ଦେଶୀ ମଦ ଦୋକାନ ବନ୍ଦ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମ ପାଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?