ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ, ୭ା୧୦- ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରୁ ଗତ ୫ ତାରିଖ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଚମ୍ପତିରାୟ (୨୮) ଓ ଘର ନୟାଗଡ଼ ଜିଲା ଚାନ୍ଦପୁର ଥାନା କାଞ୍ଚନପୁର ବୋଲି ଜଣାଯାଇଛି । ଚମ୍ପତିରାୟଙ୍କ ସ୍ତ୍ରୀ ରଶ୍ମିତା ବାଲିକୁଦା ଥାନାରେ ପହଞ୍ଚତ୍ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। କୃଷ୍ଣଚନ୍ଦ୍ର ଅହମ୍ମଦାବାଦରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ପୂର୍ବରୁ ଗାଁକୁ ଆସିଥିଲେ। ଗତ ୫ ତାରିଖରେ ଅହମ୍ମଦାବାଦ ଯାଉଥିବା କହି ଘର ଛାଡ଼ିଥିଲେ। ହେଲେ ଅହମ୍ମଦାବାଦ ବଦଳରେ ସେ ଜଗତ୍‌ସିଂହପୁରରେ ପହଞ୍ଚତ୍ଥିଲେ। ତେବେ କୃଷ୍ଣଚନ୍ଦ୍ର ପୂର୍ବରୁ ଜଣଙ୍କୁ ପ୍ରେମ କରୁଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ବାଲିକୁଦା ଥାନା ଆଇଆଇସି ସର୍ବେଶ୍ୱର ବେହେରା କହିଛନ୍ତି, ରଶ୍ମିତାଙ୍କ ଅଭିଯୋଗ ଉପରେ ହତ୍ୟା ମାମଲା ରୁଜୁ କରାଯିବ ଓ ତଦନ୍ତ କରାଯାଇ ପ୍ରକୃତ ଚିତ୍ର ପଦାକୁ ଅଣାଯିବ।
ସୂଚନା ଅନୁଯାୟୀ, ଗତ ୫ ତାରିଖ ରାତି ପ୍ରାୟ ୧୧ଟାରେ ଦାଗାଁ ବିଦ୍ୟାଳୟ ବିଲ୍ଡିଂରେ ଜଣେ ବ୍ୟକ୍ତି ଜୀବନ ସହ ସଂଗ୍ରାମ କରୁଥିବା ଖବର ପୋଲିସକୁ ମିଳିଥିଲା। ପୋଲିସ ସେଠାରେ ପହଞ୍ଚତ୍ବା ବେଳକୁ ବ୍ୟକ୍ତିଜଣକ ଜୀବିତ ଥିଲେ। ପୋଲିସ ତାଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇବାର ବ୍ୟବସ୍ଥା କରିଥିଲା। ମାତ୍ର ବିଳମ୍ବିତ ରାତିରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସେ ଜୀବତ ଥିବାବେଳେ ତାଙ୍କ ଘର ଖୋର୍ଦ୍ଧା ବୋଲି କହିଥିଲେ। ତାଙ୍କ ବାମ ହାତରେ ସାମାନ୍ୟ କ୍ଷତ ଥିଲା। ପୋଷାକ ପୋଡ଼ିଯାଇଥିଲା। ନିକଟରେ ଏକ ଛୋଟ ଛୁରୀ, ଦିଆସିଲ କାଠି ଓ ଚପଲ ପଡିଥିଲା। ସବୁଠାରୁ ବଡ କଥା ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିଲେ ହେଁ ତାଙ୍କ ମୁଣ୍ଡ କିମ୍ବା ଚୁଟି ପୋଡ଼ି ନ ଥିବା ଦେଖିବାକୁ ମିଳିଥିଲା। ଯଦି ସେ ଆତ୍ମହତ୍ୟା କରିଥାନ୍ତେ ତେବେ ପାଖରେ କିରୋସିନ କିମ୍ବା ପେଟ୍ରୋଲ ପାତ୍ର ପଡିଥିବା କଥା। କିନ୍ତୁ ତାହା ଦେଖିବାକୁ ମିଳି ନ ଥିଲା। ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri