ଆମ ଜିଲା ଖବର

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୁଡ଼ିଆରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବଣାଇଁ,୯।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା କୁଳିପୋଷ ଗ୍ରାମ ସଲଗ୍ନ ଶାଗୁଳିହୁଡ଼ି, ଖଡ଼ିଆମୁଣ୍ଡା ଜଙ୍ଗଲରେ ରହୁଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଖଇରୁ ନାୟକ ଓରଫ ନିଳାଦ୍ରୀ(୬୫)। ସେ ଝଡ଼ାଫୁଙ୍କା…

ମର୍ନିଂଓ୍ବାକ୍‌ ବେଳେ ଅଜଣା ଗାଡ଼ି ଧକ୍କାରେ କ୍ରଶର ମ୍ୟାନେଜର ମୃତ

ବରଗଡ଼ ଅଫିସ,୯।୧୦: ବରଗଡ଼-ସୋହେଲା ରାସ୍ତାର ସାଉନ୍ତପୁର ନିକଟରେ ବୁଧବାର ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କ୍ରଶର ମାଲିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଗଡ଼ ଜିଲା ତାଲଶ୍ରୀଗିଡ଼ା ନିବାସୀ ରଜତ ଷଡଙ୍ଗୀ। ପ୍ରକାଶ ଯେ, ରଜତ ସାଉନ୍ତପୁରରେ…

୨ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ କୋରାପୁଟ ସହକାରୀ ଜିଲାପାଳ

କୋରୁକୋଣ୍ଡା, ୯।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗୁରୁବାର କୋରାପୁଟ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ ଗସ୍ତ କରିଥିଲେ। ଏହି ଅବସରରେ ଆର୍ଥିକ ଦୁର୍ବଳତା ଯୋଗୁ ଚିକିତ୍ସା ହୋଇପାରୁ ନ ଥିବା ୨ ରୋଗୀଙ୍କ ବିଷୟରେ ସହକାରୀ…

କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ

ମାଧପୁର, ୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ ତଥା ଭାଜପା ଯୁବନେତା ପରେଶ ଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ…

ମଦ ପିଆକୁ କେନ୍ଦ୍ର କରି ଭୁଜାଲି ମାଡ଼: ଜଣେ ମୃତ, ୪ ଗୁରୁତର

ସୋହେଲା,୯।୧୦(ଡି.ଏନ.ଏ.): ବରଗଡ ଜିଲା ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ ପଡ଼ିଆରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ…

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ:ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୯।୧୦: ବୁଧବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ…

୧୩ ବର୍ଷର ବାଳକଙ୍କ ଉପରେ ପଡିଗଲା ରାବଣ ପ୍ରତିକୃତି

ନୂଆପଡା ଅଫିସ୍‌,୯।୧୦: ନୂଆପଡା ଜିଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପ୍ରତିକୃତି ପଡି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କାଣ୍ତେତରା ଗାଁରେ ରାବଣ ପୋଡି ଉତ୍ସବ…

ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ତାଳଚେର, ୮।୧୦(ନି.ପ୍ର.)-ତାଳଚେର କିଶୋର କ୍ଲବର ୫୪ତମ ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ମହେଶ ସାହୁ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ଏକ ମଶାଲ…

ଆରମ୍ଭ ହେଲା ବନ୍ଧୁକ ଚାଳନା ପ୍ରତିଯୋଗିତା

ତାଳଚେର, ୮।୧୦(ନି.ପ୍ର.)-ତାଳଚେର ରାଇଫଲ କ୍ଲବ୍‌ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୫୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତା। ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ପଏଣ୍ଟ ୨୨ ବୋର୍‌ ରାଇଫଲ ଷ୍ଟାଣ୍ଡିଂ, ପ୍ରୋନ୍‌ (୫୦ମିଟର), ୧୭୭…

ମନମୋହିଲା ପାଇକ ସମରକଳା

କଣିହଁ।, ୮।୧୦(ଡି.ଏନ.ଏ.)-କଣିହଁ। ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଜୟାଦଶମୀ ଓ ଦଶହରା ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ବଜ୍ରକୋଟ ଗ୍ରାମରେ ଦେବୋତ୍ତର କମିଟି ସଭାପତି ଫକୀରମୋହନ ସାମଲ ପାଇକକଳା ପ୍ରଦର୍ଶନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ସେହିପରି ଜମାନିଅଁ।, ସାନକାକୁଡ଼ିଆ, କୁଲୁଇ…

ରୂପସାରେ ରାବଣ ପୋଡ଼ି

ରୂପସା,୮ା୧୦ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଆଙ୍କୋ ଶତାଦ୍ଧୀ କ୍ଲବ ଆନୁକୂଲ୍ୟରେ ୩୧ ତମ ରାବଣପୋଡ଼ି ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ଲବ ସଭାପତି ସନ୍ତୋଷ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?