ଆମ ଜିଲା ଖବର

ଗଛକଟା ହେଲା କାଳ: ୟୁକାଲିପ୍‌ଟସ କାଟିବା ସମୟରେ ବ୍ୟକ୍ତଙ୍କ ଜୀବନଗଲା

ତାଳଚେର,୪।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସୌଭାଗ୍ୟ ନଗରରେ ଗଛ କାଟିବା ସମୟରେ ମଙ୍ଗଳବାର ଗଛପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକାନ୍ତ ବେହେରା(୩୦)। ଶ୍ରୀକାନ୍ତ ସୌଭାଗ୍ୟ ନଗରର ଦୁର୍ଯ୍ୟୋଧନ ବେହେରାଙ୍କ ଗଛ କାଟିବାକୁ ଯାଇଥିଲେ। ଏକ ୟୁକାଲିପ୍‌ଟସ…

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ଧାରଣା

ସରଣ୍ଡା,୪।୬(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ପୂରିବାକୁ ବସିଲାଣି। ହେଲେ ଧାନ କିଣାବିକାରେ ସୁଧାର ଆସୁନାହିଁ। ମଣ୍ଡିକୁ ଧାନ ଆସୁଛି, ମାତ୍ର ତାହା ଠିକ୍‌ ଭାବେ ଉଠୁ ନାହିଁ। ବିକ୍ରି ହୋଇ ନ ପାରି ବହୁପରିମାଣର ଧାନ…

ଯୁବତୀଙ୍କ ମୃତ୍ୟୁ : ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ବଅଁରପାଳ,୪।୬(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ଥାନା ବଉଳିଗଡ଼ ଗ୍ରାମର ଜଣେ ଜୁବତୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରିଙ୍କିନା ଦଣ୍ଡିଆ(୨୩)। ସୋମବାର ରାତିରେ କୌଣସି କାରଣରୁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ନିଆଯାଇଥିଲା।…

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଅନୁଗୋଳ ଅଫିସ, ୪।୬: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ ରଖିଥିବା ୫୨ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ ପ୍ରଦର୍ଶନ କରିଥିବା ୫ଟି ବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ…

ବୈଠକକୁ ଆସିଲେନି ବିଦ୍ୟୁତ୍‌ ବିଭାଗ ଅଧିକାରୀ: କାରଣ ଦର୍ଶାଅ ନୋଟିସ ନିର୍ଦ୍ଦେଶ ଦେଲେ ଜିଲାପାଳ

ବାରିପଦା ଅଫିସ,୪।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆସନ୍ତା ଜୁଲାଇ ୫ ଓ ୬ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ମଙ୍ଗଳବାର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବିଜେପୁର ଡାକ୍ତରଖାନରେ ଖାଲିପଡ଼ିଥିବା ପଦବୀପୂରଣ ଦାବି: ୧୯ରେ ଅନଶନ ଚେତାବନୀ

ବରଗଡ଼ ଅଫିସ,୪।୬: ବରଗଡ଼ ଜିଲା ବିଜେପୁର ଡାକ୍ତରଖାନାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀଗୁଡ଼ିକ ଦୀର୍ଘଦିନ ହେଲା ଖାଲି ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ…

ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ଦାବିପତ୍ର ପ୍ରଦାନ

କେନ୍ଦୁଝର,୪।୬( ସ୍ବ.ପ୍ର.):ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଖଣିରେ ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧ ଜାନୁୟାରୀ ୨୦୧୬ ମସିହାରୁ ଶ୍ରମିକଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ, ବେଆଇନ…

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା (୬୦)। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଜଙ୍ଗଲକୁ ଟୋଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର,୪।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଆକୁଳ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଦଳୀ ରଣାସିଙ୍ଗ(୬୦)। ଅନ୍ୟ ସାଥୀଙ୍କ ସହ କଦଳୀ ଟୋଲ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ…

ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ଜଳିଗଲା ୩ ଗୋଦାମ

ଭଦ୍ରକ ଅଫିସ, ୪।୬: ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବଜାରର ୩ ଗୋଦାମ ଗୃହ ଜଳିଯାଇଛି। ଗୋଦାମ ଗୃହରେ ଲକ୍ଷାଧିକ ଟଙ୍କାର ବ୍ଲିଚିଂ ପାଉଡର ଥିବା ଜଣାପଡିଛି। ଏଯାବତ୍‌ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ

ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ଖଣିଜ ବୋଝେଇ ଶହ ଶହ…

ବିପଦସଙ୍କୁଳ ଭାବେ ଚାଲିଛି ଶାଳଣିଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ହାଟଡିହୀ, ୪।୬(ଡି.ଏନ୍‌.ଏ.)- ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଅଞ୍ଚଳରେ ଅଙ୍ଗନଓ୍ବାଡ଼ି ଓ ମିନି ଅଙ୍ଗନଓ୍ବାଡ଼ି କେନ୍ଦ୍ର ମାନ ଖୋଲିଛନ୍ତି। କେତେକ ସ୍ଥାନରେ ଏଥି ନିମନ୍ତେ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri