ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପରଜଙ୍ଗ, ୧୩।୧୦(ଡି.ଏନ୍‌.ଏ.) – ଜଣେ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହାର ଫଟୋ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ ବିଭାଗର ପଦସ୍ଥ ଅଧିକାରୀଙ୍କ ଏଭଳି ଦବଙ୍ଗଗିରିକୁ ନାପସନ୍ଦ କରି ସୋସିଆଲ ମିଡ଼ିଆରେ ମତ ରଖିଛନ୍ତି ଅନେକେ। ଅନ୍ୟପଟେ ଘଟଣାକୁ ରେଞ୍ଜର ସ୍ବୀକାର କରିଛନ୍ତି। ସେହିପରି ଅଧିକାରୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
ବାଇଗିଣିଆ ସଂରକ୍ଷିତ ଜଙ୍ଗଲରେ ଚୋରା କାଠ ବ୍ୟବସାୟ ଚାଲିଥିବା ସୂଚନା ପାଇ ଗୁରୁବାର ରେଞ୍ଜର ସୁବ୍ରତ ବେହେରା, ଡେପୁଟି ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ପ୍ରମୁଖ ଚଢ଼ାଉ କରି ୩ଖଣ୍ଡ ଶାଳ ଗଣ୍ଡି ଜବତ କରିଥିଲେ। ପଚରାଉଚୁରା ପରେ ଉକ୍ତ କାଠ ଅଁଳାକଟା ଗ୍ରାମର କୈଳାସ ବେହେରାଙ୍କର ବୋଲି ଜଣାପଡ଼ିଥିଲା। ଏଥିସହ ବାଇଗିଣିଆ ଗ୍ରାମର ରଞ୍ଜନ ଭୋଇଙ୍କ ଘରେ ମୂଲ୍ୟବାନ କାଠ କଟାଯାଇ ରଖାଯାଇଥିବା ସୂଚନା ମିଳିଥିଲା। ବନ କର୍ମଚାରୀ ରଞ୍ଜନଙ୍କ ଘରେ ଚଢ଼ାଉ କରି ଶାଗୁଆନ, ଶାଳ ପଟା ଏବଂ ଗଣ୍ଡି ଜବତ କରିଥିଲେ। ଚଢ଼ାଉ ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ରଞ୍ଜନଙ୍କ ସ୍ତ୍ରୀ ଉକ୍ତ କାଠଗୁଡ଼ିକ କୈଳାସଙ୍କର ବୋଲି କହିଥିଲେ। ଏଥିସହ ରେଞ୍ଜରଙ୍କ ମୋବାଇଲରୁ କୈଳାସଙ୍କୁ ଫୋନ୍‌ କରି ଡାକିଥିଲେ। ଜବତ କାଠଗୁଡ଼ିକୁ ଏକ ଟାଟା ଏସିଇରେ ବୋଝେଇ କରି ଜଙ୍ଗଲରେ ଜବତ କରାଯାଇଥିବା କାଠଗଣ୍ଡି ଆଣିବାକୁ ବନ କର୍ମଚାରୀ ଯାଉଥିବାବେଳେ କୈଳାସ ଏବଂ ତାଙ୍କ ପୁଅ ସୁକୁମାର ବାଇକ୍‌ରେ ପହଞ୍ଚତ୍ଥିଲେ। ଜବତ କାଠ ଛାଡ଼ିଦେବାକୁ ଉଭୟେ ରେଞ୍ଜରଙ୍କୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରେଞ୍ଜର କୈଳାସଙ୍କୁ ମାଡ଼ ମାରିବା ସହ ଉଠ୍‌ବସ୍‌ କରାଇଥିବା ସୁକୁମାର କହିଛନ୍ତି। ଜବତ କାଠ ଏବଂ ଅଭିଯୁକ୍ତଙ୍କୁ ଧରି ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ମଧ୍ୟ ରେଞ୍ଜର କୈଳାସଙ୍କୁ ଆଣ୍ଠେଇ ଦେଇଥିବା ଏକ ଫଟୋ ଭାଇରାଲ ହୋଇଛି। ଅନ୍ୟପଟେ ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ଏ ନେଇ ରେଞ୍ଜର କୁହନ୍ତି, କୈଳାସ ଦୀର୍ଘଦିନ ହେଲା ଚୋରା କାଠ ବ୍ୟବସାୟ କରିଆସୁଥିବା ଅଭିଯୋଗ ହେଉଥିଲା। ସୂଚନା ପାଇ କାଠ ଜବତ କରାଯିବା ପରେ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚତ୍ ସେଗୁଡ଼ିକୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଦଣ୍ଡ ଦେଇଥିବା ରେଞ୍ଜର ସ୍ବୀକାର କରିଛନ୍ତି। ଆଗକୁ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଛନ୍ତି। ଏ ନେଇ ଡିଏଫ୍‌ଓ କୁହନ୍ତି, କାଠ ବ୍ୟବସାୟରେ ଲିପ୍ତ ଜଣେ ଅଭିଯୁକ୍ତଙ୍କୁ ରେଞ୍ଜର ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି। ସୋମବାର ରେଞ୍ଜରଙ୍କ ସହ ଆଲୋଚନା କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri