ଟ୍ରେନ୍ରୁ ୧୫ କଇଁଛ ଉଦ୍ଧାର:ଅଭିଯୁକ୍ତ ଗିରଫ
ରୂପ୍ସା, ୨୨।୯(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍ସା ଆରପିଏଫ୍ ଥାନା ପୋଲିସ ରବିବାର ଏକ ଟ୍ରେନ୍ରେ ଚଢ଼ାଉ କରି ୧୫ଟି ଦେଶୀ କଇଁଛ ଉଦ୍ଧାର କରିଛି। ଏଥିସହ ଅଭିଯୁକ୍ତ ରୂପ୍ସା ଥାନା ବରହମ୍ପୁର ଗ୍ରାମର ଶଙ୍କର ଚନ୍ଦ୍ର…
ମହିଳାଙ୍କୁ ଅସଦାଚରଣ : ୨ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୨୨।୯: ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରାଯାଇଥିବା ମାମଲାରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଦିନେଶ ସାହୁ (୨୫), ଗଣେଶ ସାହୁ (୨୪)। କେସ୍…
ସୋଲାର ଷ୍ଟ୍ରିଟ୍ ଲାଇଟ୍ ବଣ୍ଟନରେ ଅନିୟମିତତା ଅଭିଯୋଗ
ଯୋଡ଼ା,୨୨।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଚମକପୁର ପଞ୍ଚାୟତରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ବଣ୍ଟନରେ ଅନିୟମିତତା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର ରେଭେନ୍ସାପୁର (କ) ଗ୍ରାମବାସୀ ଜଗନ୍ନାଥ ତିରିଆ, ସୁରେଶ ମୁଣ୍ଡା, ଧୀରେନ୍ ମହାକୁଡ଼, ଦିଲୀପ ମହାକୁଡ,…
ରାସ୍ତାରେ ଭାସୁଛି ଡ୍ରେନ୍ ପାଣି : ସମସ୍ୟାର ସମାଧାନ ଲାଗି ଦାବିପତ୍ର ପ୍ରଦାନ
ଆନନ୍ଦପୁର,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଡ୍ରେନ୍ ପାଣି ଜମି ରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଡ୍ରେନ୍ଗୁଡିକ ସଫା ହେଉ ନ ଥିବାରୁ ପାଣି ରାସ୍ତାରେ ଭାସୁଛି। ଏପରିକି ଗ୍ରାମରେ ସ୍ବଚ୍ଛ ଭାରତ…
ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ
ଖୁଣ୍ଟୁଣି,୨୨।୯(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ହାତୀ ଶାବକ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଖଣ୍ଡୁଆଳୀ ଗ୍ରାମର କେତେକ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ…
ତୃତୀୟ ଥର ପାଇଁ ବାହାରିବ ବିଜ୍ଞାପନ; ଖୁବ୍ଶୀଘ୍ର ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି: ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର/ ସମ୍ବଲପୁର,୨୨।୯(ବ୍ୟୁରୋ): ଆସନ୍ତା ଡିସେମ୍ବର ସୁଦ୍ଧା ବୁର୍ଲା ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏ ନେଇ ତୃତୀୟଥର ପାଇଁ ବିଜ୍ଞାପନ ବାହାରିବ। ରବିବାର ନିଯୁକ୍ତି ପ୍ରକ୍ରିୟା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ସେ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ଅର୍ଦ୍ଧଦଗ୍ଧ
ଦିଗପହଣ୍ଡି,୨୨।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ହନୁମାନ ମନ୍ଦିର ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରବିବାର ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଜଣାପଡିଛି। ସେ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା…
ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ଭୂତ ଭୟ: ହଷ୍ଟେଲ ଛାଡ଼ିଲେ ୫ ଛାତ୍ର
ଉଦଳା,୨୨।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଉଦଳା ଖଇରା ଥାନା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲର ୫ ଜଣ ଛାତ୍ର ରବିବାର ଭୋରରେ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି। ଭୂତ ବାହାରିଥିବା ଭୟରେ ସେମାନେ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଛାତ୍ରମାନେ ଉଦଳା ବସ୍…
୨୫ ଲକ୍ଷ ଲଟେରୀ ଉଠିଥିବା କହି ଠକିନେଲେ ୩ ଲକ୍ଷ, ଚାଷୀଙ୍କ ଆତ୍ମହତ୍ୟା ନିଷ୍ପତ୍ତି
ଜୟପୁର,୨୨।୯(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ମାଳିଗୁଡ଼ାରେ ଲଟେରୀ ପ୍ରଲୋଭନ ଦେଖାଇ ଜଣେ ନିରୀହ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାଳିଗୁଡାର ଭୀମସେନ ଗୌଡ଼ଙ୍କୁ ଗତ ଅଗଷ୍ଟ ୩୧ ତାରିଖରେ ୨୫ ଲକ୍ଷ ଟଙ୍କା ଲଟେରୀ ଉଠିଥିବା…
ବୃଦ୍ଧାଙ୍କୁ ଧକ୍କାଦେଇ ଭାରସାମ୍ୟ ହରାଇଲା ବାଇକ୍: ଆରୋହୀ ଗୁରୁତର
ହାଡଡିହୀ,୨୨।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣାଛକଠାରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇ ଥିବା ବେଳେ ଜଣେ ବୃଦ୍ଧା ସାମାନ୍ୟ ଆହତ ହୋଇଛନ୍ତି। ତେବେ ଉଭୟଙ୍କ ପରିଚୟ ମିଳିପାରି ନାହିଁ। ସୂଚନାଯୋଗ୍ୟ,…
ମହିଳାଙ୍କ ଆତ୍ମହତ୍ୟା: ମୃତ୍ୟୁର କାରଣ ଅସ୍ପଷ୍ଟ
ଡାବୁଗାଁ,୨୨।୯ (ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡୀ ଗ୍ରାମରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶନିବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ଭଦର ମାଝିଙ୍କ ସ୍ତ୍ରୀ ରୂପମା (୩୪) ।…
ବାଇକ୍ରେ ମଦ ଚୋରାଚାଲାଣ ବେଳେ ଦୁର୍ଘଟଣା: ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ
ବାହାନଗା,୨୨।୯(ଡି.ଏନ୍.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ବାଲେଶ୍ବର -ବାସୁଦେବପୁରକୁ ସଂଯୋଗ କରୁଥିବା ରାସ୍ତରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛିି। ୩ଟି ବାଇକ୍ ଯୋଗେ ବାସୁଦେବପୁରରୁ ଅନନ୍ତପୁର ଅଭିମୁଖେ ଯାଉଥିବା ୬ ଚୋରାମଦ ବେପାରୀ ଗୋଟିଏ ଷଣ୍ଢକୁ ଧକ୍କା ଦେଇ…

