ତେଜୁଛି ଆନ୍ଦୋଳନ : ସିଡିଏମ୍‌ଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସୁନ୍ଦରଗଡ଼,୧୮।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା.ପଙ୍କଜ କୁମାର ପଟେଲଙ୍କ ବିରୋଧରେ ଅନ୍ୟାୟ ଭାବେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଡାକ୍ତରମାନେ ଗତ ୧୫ ତାରିଖରୁ କଳାବ୍ୟାଜ୍‌ ପିନ୍ଧି ପ୍ରତୀକ ଧର୍ମଘଟ ଚଳାଇଆସୁଛନ୍ତି। ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଏକ ନୀରବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଜିଲା ମୁଖ୍ୟ ଡାକ୍ତରଖାନା କ୍ୟାମ୍ପସ ପରିକ୍ରମା କରି ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଗତ୧୩ ତାରିଖରେ ୫-ଟି ସଚିବ ଭି. ପାଣ୍ଡିୟାନଙ୍କ ନେତୃତ୍ୱରେ ଆସିଥିବା ସ୍ବତନ୍ତ୍ର ଟିମ୍‌ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଏହା ପରେ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପଙ୍କଜ ପଟେଲଙ୍କୁ ମୋ’ ସରକାର କାର୍ଯ୍ୟର ଫଳ ରୂପାୟନ ଦିଗରେ ଅବହେଳା ଦର୍ଶାଇ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଅଭିଯୋଗ କିମ୍ବା ଅବହେଳାର କାରଣ ଠିକ୍‌ ଭାବେ ତଦନ୍ତ କରା ନ ଯିବା କିମ୍ବା କୌଣସି କାରଣ ଦର୍ଶାଅ ନୋଟିସ୍‌ ଜାରି କରା ନ ଯାଇ ଏକତରଫା ଭାବେ ତାଙ୍କ ବିରୋଧରେ ଏଭଳି ନିଷ୍ପତ୍ତି ନିଆଯିବା ଠିକ୍‌ ହୋଇ ନ ଥିବା ଡାକ୍ତର ଓ କର୍ମଚାରୀମାନଙ୍କ ପକ୍ଷରୁ କୁହାଯାଇଛି । ଏଣୁ ରାଜ୍ୟ ସରକାର ଏହି ଘଟଣାର ନିରପେକ୍ଷ ଭାବେ ଉପଯୁକ୍ତ ତଦନ୍ତ କରି ଉଚିତ୍‌ ପଦକ୍ଷେପ ନେବା ସହ ସିଡିଏମଓଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ତାଙ୍କୁ ପୁନଃ ଅବସ୍ଥାପିତ ପାଇଁ ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା

ବଣାଇଁ, ୧୭।୪(ପ୍ରଦୀପ ତ୍ରିପାଠୀ): ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କମ୍ବିଂ ଅପରେଶନ...

ଫୁଡ୍‌କୋର୍ଟକୁ ସଂଯୋଗ ହୋଇପାରୁନି ବିଦ୍ୟୁତ୍‌

ରାଉରକେଲା, ୧୪ା୪(ସଙ୍ଗୀତା ଜେନା)ଉଠାଦୋକାନୀଙ୍କ ପାଇଁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ (ଆର୍‌ଏସ୍‌ସିଏଲ୍‌) ଦ୍ୱାରା କୋଏଲନଗର ଏନ୍‌ଏସି ମାର୍କେଟ ପାର୍ଶ୍ୱରେ ଫୁଡ୍‌କୋର୍ଟ ନିର୍ମାଣ କରାଯାଇଛି। ହେଲେ ନିର୍ମାଣ...

ରାସ୍ତାରେ ଶୋଇଥିବା ବେଳେ ୧୨ ଗୋରୁଙ୍କ ଉପରେ ମାଡିଗଲା ଟ୍ରକ୍‌

ବୀରମିତ୍ରପୁର ,୧୩।୪: ସୁନ୍ଦରଗଡ ଜିଲା ବୀରମିତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ତଳସେରା ଛକ ନିକଟରେ ଶନିବାର ଏକ ମାଲ ବୋଝେଇ ଟ୍ରକ୍‌ ଗୋରୁଙ୍କ...

ବସ୍ତି ବିକାଶ ବାଟବଣା: ବଢୁଛି ଅସନ୍ତୋଷ

ରାଉରକେଲା, ୧୧ା୪(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବସ୍ତିଗୁଡ଼ିକର ଆଶାନୁରୂପ ବିକାଶ ହୋଇପାରୁନି। ବର୍ଷବର୍ଷ ବିତି ଗଲେ ମଧ୍ୟ ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ୬ମାସ...

ପ୍ରଥମ ବିଜୟ ଆଶାରେ ବିଜେଡି

ବଣାଇଁଁ, ୯ା୪ (ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣାଇଁ ବିଧାନସଭା କ୍ଷେତ୍ର ଅଦ୍ୟାବଧି ବିଜୁ ଜନତା ଦଳ (ବିଜେଡି) ପାଇଁ ସ୍ବପ୍ନ ହୋଇ...

ଏଡିଏମଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ:ଅପରେଶନ ଥିଏଟରକୁ ଡାକି ମହିଳା ଡାକ୍ତରଙ୍କ ଶରୀରକୁ କରୁଥିଲେ ସ୍ପର୍ଶ

ସୁନ୍ଦରଗଡ,୭।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଦନ୍ତ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ଏଡିଏମଓ) ଡା. ପ୍ରକାଶ...

ଦୁର୍ଘଟଣାର ବାହକ ଅନ୍‌ଫିଟ୍‌ ଯାନ

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ)ସ୍ମାର୍ଟସିଟି ରାଉରକେଲା ସହର ରାସ୍ତାରେ ଯାତାୟାତ କରୁଥିବା ଅଧିକାଂଶ ଯାନବାହନର ଫିଟ୍‌ନେସ୍‌ ନାହିଁ। ଏହାକୁ ଯାଞ୍ଚ ଠିକ୍‌ ଭାବେ ଯାଞ୍ଚ କରାଯାଉ ନ...

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ୧୦ ବର୍ଷ ଜେଲ୍‌ ଗଲେ ପ୍ରଧାନଶିକ୍ଷକ

ସୁନ୍ଦରଗଡ଼,୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ପ୍ରିଜାଇଡିଂ ଅଫିସର ତଥା ଜଜ୍‌ ବୁଧବାର ଏକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାର ଶୁଣାଣି କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri