ଆମ ଜିଲା ଖବର

ବଦଳିପାରେ ପରେଡ୍‌ ସ୍ଥାନ

ଭୁବନେଶ୍ୱର, ୩।୮(ବ୍ୟୁରୋ): ଆସନ୍ତା ସ୍ବାଧନତା ଦିବସ ଅବସରରେ ରାଜ୍ୟସ୍ତରୀୟ ପରେଡ୍‌ ସ୍ଥାନ ବଦଳିପାରେ। ବିକଳ୍ପଭାବେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଦର୍ଶନୀ ପଡ଼ିଆ, ଜନତା ମଇନାନ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି। ଏହି ସମୟରେ ଡିଜିଙ୍କ ସହ ପୋଲିସ…

ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରିବାକୁ ଦାବି

ଭବାନୀପାଟଣା, ୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକରିବା ପାଇଁ ଶୁକ୍ରବାର କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ…

ମେଡିକାଲ ପାଇଁ ସ୍ପଟ୍‌ ଆଡମିଶନ

ଭୁବନେଶ୍ୱର,୩।୮(ବ୍ୟୁରୋ): ଖାଲିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ସ୍ପଟ୍‌ ଆଡମିଶନ ହେବ। ରବିବାରଠାରୁ ୩ ଦିନ ଧରି ଏହି ସ୍ପଟ୍‌ ଆଡମିଶନ ଚାଲିବ। ବର୍ତ୍ତମାନ ୮ଟି ମେଡିକାଲ କଲେଜ ଓ ୨ଟି ଡେଣ୍ଟାଲ କଲେଜରେ ୧୮୦ ସିଟ୍‌ ଖାଲି ରହିଥିବା…

ଟ୍ରାଫିକ ଜାମ୍‌ରେ ଫସିଲେ: ସ୍କୁଲ ଯାଇ ନ ପାରି ଫାଣ୍ଡିରେ ବସିଲେ ଛାତ୍ରୀଛାତ୍ର

ଯୋଡ଼ା, ୩।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା, ଯୋଡ଼ା, ଭଦ୍ରାସାହି, ବଡ଼ବିଲ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ପ୍ରଶାସନର ଅବହେଳା ଯୋଗୁ ଏହି ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ…

ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ: ବନ୍ଦ ୟୁନିଟ୍‌ ସଂଖ୍ୟା ୪କୁ ବୃଦ୍ଧି

ତାଳଚେର,୩।୮(ନି.ପ୍ର.): ଅନୁଗୋଳ ଜିଲା ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ୩ ହଜାର ମେଗାୱାଟ ବିଶିଷ୍ଟ ମହାରତ୍ନ କମ୍ପାନୀ କଣିହଁାସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗଛି। କୋଇଲା ଅଭାବରୁ ବିଭାଗୀୟ କର୍ତ୍ତୃପକ୍ଷ ଶନିବାର ପୁଣି ଆଉ…

ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ୩ ଗିରଫ

ଚନ୍ଦ୍ରଗିରି,୩।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ପୋଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ ବେଳେ ରାଇସିଂ ଛକରୁ ୫୯.୫୦୦ କେଜି ଗଞ୍ଜେଇ ବୋଝେଇ ଏକ ବୋଲେରୋ(ଓଡି୦୭କ୍ୟୁ୪୪୫୦) ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଆର୍‌…

ଅଭିଯୁକ୍ତଙ୍କ ଗିରଫ ଦାବିରେ ଗର୍ଭବତୀ ନାବାଳିକାଙ୍କ ଧାରଣା

ଅଫିସ, ୩।୮: ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳରେ ଗତ ଦୁଇ ମାସ ପୂର୍ବେ ଜନୈକ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ସମ୍ପୃକ୍ତା ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ପୀଡ଼ିତାଙ୍କ…

ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର: ଶହୀଦ ସପ୍ତାହକୁ ନିନ୍ଦା ଦିବସ ରୂପେ ପାଳିବାକୁ ଆହ୍ବାନ

ବାଲିଗୁଡ଼ା,୩।୮(ଡି.ଏନ୍‌.ଏ.): ମାଓବାଦୀଙ୍କ ଶହୀଦ ସପ୍ତାହରେ କନ୍ଧମାଳ ଜିଲା ବାଲିଗୁଡା ବସଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ଉଲ୍ଲେଖ ରହିଛି। ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ…

ପରିବାର ସଦସ୍ୟଙ୍କ ହାତ,ଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର

ସାକ୍ଷୀଗୋପାଳ,୩।୮(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରେଳଷ୍ଟେଶନ ନିକଟ ଯାଦବ ନିବାସରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ପରିବାରର ୭ ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ ଲଗାଇ, ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କା, ସୁନା,ରୁପା ଅଳଙ୍କାର ସହିତ ମୋବାଇଲ ଲୁଟି ନେଇଥିବା…

ପଟିଆ ଛକରୁ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ଼, ୩।୮(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶନିବାର ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ ଛକରୁ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ଇଞ୍ଜଣା ଗ୍ରାମର ସାମନ୍ତ ଦାସ। ସୂଚନା…

ହୀରାଧରବାଟି କେନାଲରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ହୀରାଧରବାଟି କେନାଲରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଏନ୍‌ଏସି (ୱାର୍ଡ ନଂ.୮) କାଳୁଆବାଉରି ସାହିର ଦଣ୍ଡପାଣି ଦାସ (୫୫)। ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଦଣ୍ଡପାଣି ଗାଧୋଇବାକୁ…

ଖଣ୍ଡପଡ଼ା ସବ୍‌ ଜେଲରୁ ବିଚାରାଧୀନ କଏଦୀ ଫେରାର

ନୟାଗଡ଼ ଅଫିସ, ୩।୮: ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ ଜେଲରୁ ଶନିବାର ପୂର୍ବାହ୍ନରେ ଜଣେ ବିଚାରାଧୀନ କଏଦୀ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ଫତେଗଡ଼ ଗ୍ରାମର ତପନ ରାଉତ। ଗତ କିଛି ବର୍ଷ ହେବ ତପନ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri