ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ: ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ବାଲେଶ୍ୱର ଅଫିସ, ୧୮।୧୦-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ବାଲେଶ୍ୱର ଜିଲା ଡ୍ରେନେଜ୍‌ ଡିଭିଜନ୍‌ର କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପଣ୍ଡା। ଶୁକ୍ରବାର ପୂର୍ବାହ୍ନରେ ଏକକାଳୀନ ତାଙ୍କ ଘର, ଅଫିସ୍‌, ସମ୍ପର୍କୀୟଙ୍କ ଘର ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ ୨କୋଟି ୮ଲକ୍ଷ ୮୧ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଅଫିସରେ ମାମଲା (ନଂ.୯/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହଛି।
ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ଦକ୍ଷିଣ ଚରଣ ମୁର୍ମୁ ଓ ଏସ୍‌ଆଇ ଜସ୍ମିନ ପାଲଙ୍କ ନେତୃତ୍ୱରେ ୭ଟି ଟିମ୍‌ ଯନ୍ତ୍ରୀ ପଣ୍ଡାଙ୍କ ଆଜିମାବାଦସ୍ଥିତ ବାଗ୍‌ବୃନ୍ଦାବନ ବାସଭବନ, ସହଦେବଖୁଣ୍ଟାସ୍ଥିତ ଭାଇଙ୍କ ଘର, ବସ୍ତା ଥାନା ଅମର୍ଦ୍ଦାରୋଡ୍‌ର ସରିସାଠାରେ ଥିବା ପୈତୃକ ବାସଗୃହ, ଭୁବନେଶ୍ୱର ପଟିଆସ୍ଥିତ କୈଳାସ ଆପାର୍ଟମେଣ୍ଟରେ ଥିବା ନିଜସ୍ବ ଘର, ଅନୁଗୁଳ ଜିଲା ମିଶ୍ରପଡ଼ାସ୍ଥିତ ଶ୍ୱଶୁର ଘର, ବିଭାଗୀୟ ଡ୍ରେନେଜ୍‌ ଅଫିସ୍‌ ଏବଂ ତାଙ୍କ ସ୍ତ୍ରୀ ସୁପ୍ରଭା ମିଶ୍ରଙ୍କ ସୁନହଟ୍‌ସ୍ଥିତ ଶକୁନ୍ତଳା ଗାର୍ଲସ ହାଇସ୍କୁଲ ଅଫିସ୍‌ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜିଲାରେ ଥିବା ୯ଟି ପ୍ଲଟ୍‌ର କାଗଜପତ୍ର, ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍‌ କରାଯାଇଥିବା ପାସ୍‌ବୁକ୍‌ରୁ ୪୪ଲକ୍ଷ ୩୯ହଜାର ଟଙ୍କା, ବୀମା ବଣ୍ଡ, ଲକରରୁ ନଗଦ ୧୭ଲକ୍ଷ ଟଙ୍କା, ଘରୁ ୧ଲକ୍ଷ ୬୪ହଜାର ଟଙ୍କା, ମାରୁତି ଏଷ୍ଟିଲୋ କାର୍‌, ଦୁଇଟି ଦାମୀ ବାଇକ୍‌, ୧୬ଲକ୍ଷ ୫ହଜାର ଟଙ୍କାର ସୁନାଗହଣା ଥିବା ଜଣାପଡିଥିଲା।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଡ୍ରେନେଜ୍‌ ଡିଭିଜନ ଅଧୀନ ବିଭିନ୍ନ ନାଳ, ଖାଲ ଓ ଅନ୍ୟାନ୍ୟ ଜଳ ନିଷ୍କାସନ ପଥ ଖନନ ଓ ନିର୍ମାଣ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ଦୁର୍ନୀତିପୂର୍ଣ୍ଣ ଉପାୟରେ ପୂର୍ବରୁ ଖର୍ଚ୍ଚ କରାଯାଉଥିଲା। ପୁରୁଣା ନାଳ ଉପରୁ ଘାସ ସଫା କରି ଖନନ ହୋଇଥିବା ଦର୍ଶାଯାଇ ମିଥ୍ୟା ବିଲ୍‌ ପ୍ରସ୍ତୁତ କରି ଟଙ୍କା ହଡ଼ପ କରାଯାଇଥିବା ତଥ୍ୟ ମିଳିଛି। ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଉକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରମାନଙ୍କ ଉପରେ ଚଢ଼ାଉ ହୋଇଥିଲା। ଏହାପରେ ମଧ୍ୟ ଦୁର୍ନୀତିରେ ଲିପ୍ତ ରହିଥିବା ଅଧିକାରୀ ସଚେତନ ନ ହେବାରୁ ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri