ସାମାଜିକ ସଂହତିର ସେତୁବନ୍ଧ ‘ଲୋକକଳା’

(ରତନ ନାୟାର)
ଢେଙ୍କାନାଳ ଅଫିସ, ୧୮।୧୦ ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି ଲୋକକଳା। ତେବେ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ଲୋକକଳାରେ ଧସେଇ ପଶିଲା ଉଗ୍ର ଆଧୁନିକତା। ପରିସ୍ଥିତି ଏମିତି ହେଲା ଯେ, କଳାକାରମାନେ ମୁଖ୍ୟସ୍ରୋତରୁ ଦୂରେଇ ଗଲେ। ସେମାନଙ୍କୁ ଘାରିଲା ପେଟପାଟଣା ଚିନ୍ତା। କିଏ ଦାଦନ ଖଟିଲା ତ ଆଉ କିଏ ଅନ୍ୟ ବୃତ୍ତି ଆଡ଼େ ମୁହଁାଇଲା। ମଳିନ ପଡ଼ିଲା କଳାବିଭବ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗ୍ରାମାଞ୍ଚଳର କଳା ସଂସ୍କୃତିକୁ ପୁନରୁଦ୍ଧାର କରିବାକୁ ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ହେଲା ଜିଲା ଓ ବ୍ଲକ କଳା ସଂସ୍କୃତି ସଂଘ। ତଦନୁଯାୟୀ ଢେଙ୍କାନାଳ ଜିଲାରେ ଗଠିତ ୨ଟି ସଂଘ ଲୋକକଳାକୁ ଯୋଗାଇଲେ ପ୍ରୋତ୍ସାହନ।
୨୦୧୫-୧୬ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ କଳାକାରଙ୍କୁ ସଙ୍ଗଠିତ କରାଯାଇଥିଲା। ଏହାପରେ ୨୦୧୬ରେ ସଫଳତାର ସହ ଆୟୋଜିତ ହେଲା ଜିଲା ଲୋକକଳା ମହୋତ୍ସବ। ଏହାପରଠାରୁ ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ମେଳାପଡିଆରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ୩ଦିନିଆ ଲୋକକଳା ମହୋତ୍ସବ। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୧ରୁ ୨୦୧୯ ମଧ୍ୟରେ ଲୋକକଳା ଏବଂ ଏହାକୁ ବଞ୍ଚାଇ ରଖିଥିବା କଳାକାରଙ୍କୁ ପ୍ରୋତ୍ସାହିତ କରାଯାଇଛି। ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପ୍ରତ୍ୟାର୍ପଣ ପାଣ୍ଠି ବିନିଯୋଗ ମାଧ୍ୟମରେ ଖର୍ଚ୍ଚ ହୋଇଛି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଏଥିସହ ୧୦ହଜାରରୁ ଊର୍ଦ୍ଧ୍ୱ ସରକାରୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ୫୦ହଜାରରୁ ଊର୍ଦ୍ଧ୍ୱ କଳାକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉପକୃତ ହୋଇଛନ୍ତି। ୧୧୭୮ଜଣ କଳାକାରଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି। କାମାକ୍ଷାନଗର ବ୍ଲକ ରାୟନୃସିଂହପୁରକୁ ମିଳିଛି ଲୋକକଳା ଗ୍ରାମର ମାନ୍ୟତା। ଲୋକକଳାର ସଂରକ୍ଷଣ କ୍ଷେତ୍ରରେ ଅବଦାନ ଲାଗି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୫-୧୬ରେ ଢେଙ୍କାନାଳକୁ ଦିଆଯାଇଥିଲା ପ୍ରଥମ ଆଦର୍ଶ ଜିଲାର ମାନ୍ୟତା। ଲୋକକଳାର ପ୍ରସାର ଲାଗି ଲଗାତର ୩ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛି ଜିଲା। ଜିଲାର ୧୪ ପ୍ରକାରର ଲୋକକଳା ମଧ୍ୟରେ ଗୋପାଳଲଉଡ଼ି, ପାଲା, ଦାସକାଠିଆ, ଧୁଡୁକି, ଦଣ୍ଡ, ପାଇକଆଖଡା, ଘୁମୁରା, ଘଣ୍ଟବାଦ୍ୟ, ମୃଦଙ୍ଗ, ଘୋଡ଼ାନାଚ, କଣ୍ଢେଇନାଚ, ସଂକୀର୍ତ୍ତନ, ଖଞ୍ଜଣି ବାଦନ ଏବଂ ଆଦିବାସୀ ନୃତ୍ୟ ଅନ୍ୟତମ। ପରଜଙ୍ଗର ଘଣ୍ଟବାଦ୍ୟ, କଙ୍କଡ଼ାହାଡ଼, ସଦର, ଗଁଦିଆ ବ୍ଲକର ଆଦିବାସୀ ଓ ଘୁମୁରା ନୃତ୍ୟ, ହିନ୍ଦୋଳ, ଗଁଦିଆ, ଓଡ଼ାପଡ଼ାର ଦଣ୍ଡନୃତ୍ୟ ସୁନାମ ଅର୍ଜିଛି। ଗ୍ରାମାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଆବାସ ଯୋଜନା, ଭତ୍ତା କାର୍ଯ୍ୟକ୍ରମ, ସମାଜ କଲ୍ୟାଣ ଯୋଜନାକୁ ଲୋକକଳା ମାଧ୍ୟମରେ ପ୍ରଚାର କରାଯାଉଛି। ସହାୟତା ଏବଂ ପ୍ରୋତ୍ସାହନ ବଢିଲେ ଜିଲାର ଲୋକ ସଂସ୍କୃତି ବିଶ୍ୱବ୍ୟାପୀ ପରିଚୟ ସୃଷ୍ଟି କରିବ ବୋଲି ସଂସ୍କୃତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ବନ୍ୟା ଜଳରୁ ୧୦ କୃଷ୍ଣସାର ଉଦ୍ଧାର, ୨ ମୃତ

ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ…

ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ…

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?