ଆମ ଜିଲା ଖବର

ଲୁହାମୁଣ୍ଡାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବଇଣ୍ଡା,୨୩।୯(ଡି.ଏନ.ଏ)- କିଶୋରନଗର ବ୍ଲକ ଲୁହାମୁଣ୍ଡା ଗ୍ରାମରେ ସୋମବାର ମା’ ହିଙ୍ଗୁଳାଇ ୟୁଥ କ୍ଲବର ନୂତନ ଗୃହ, ଯୁବ ବାହିନୀର ନୂତନ ଗୃହ, ମିଶନ ଶକ୍ତି ଗୃହ, ଭାଗବତୀ ଟୁଙ୍ଗି ଉଦ୍‌ଘାଟିତ ହୋଇଛି। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟଅତିଥି ଭାବେ…

ବିଧାୟକଙ୍କ ଅଚାନକ ସ୍କୁଲ ପରିଦର୍ଶନ, କାଗଜପତ୍ର ଯାଞ୍ଚ

ବଇଣ୍ଡା,୨୩।୯(ଡି.ଏନ.ଏ)-କିଶୋରନଗର ବ୍ଲକ ଜାମ୍ବୁନାଳୀ ପଞ୍ଚାୟତ ଜାମ୍ବୁନାଳୀ ସରକାରୀ ଉ.ପ୍ରା ବିଦ୍ୟାଳୟକୁ ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଅଚାନକ ଗସ୍ତ କରିଛନ୍ତି। ବିଦ୍ୟାଳୟ ଶ୍ରେଣୀଗୃହକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଥିଲେ। ବିଦ୍ୟାଳୟରେ ସଠିକ ଭାବେ…

ନୂଆପାଲିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : କ୍ଷତିପୂରଣ ଦାବି

ବରଗଡ଼ ଅଫିସ,୨୩।୯: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍‌ ଡୁମ୍ବେରପାଲି ପଞ୍ଚାୟତ ଅନ୍ତର୍ଗତ ନୂଆପାଲି ଗ୍ରାମର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବୁର୍ଲା ମେଡିକାଲ ଫାଣ୍ଡିରେ ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ରସିକ ସାହୁଙ୍କ ପୁଅ…

ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ହାଇଓ୍ବା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଡ଼ବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ନଂ. ଜାତୀୟ ରାଜପଥର ବାରବାଙ୍କଠାରେ ସୋମବାର ମଧ୍ୟାହ୍ନରେ ଏକ ହାଇଓ୍ବା ଟ୍ରକ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ଡ୍ରାଇଭର ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରୁଗୁଡିରୁ ଭଦ୍ରାସାହି ଅଭିମୁଖେ ଆସୁଥିବା…

ହାଇସ୍କୁଲରେ ପାଠପଢାଇଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲକୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲର ପ୍ରବେଶପଥ ଠାରୁ ଆରମ୍ଭ କରି ରୋଷେଇଶାଳ, ବଗିଚା ଇତ୍ୟାଦି ପରିଦର୍ଶନ…

ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ୍‌ : ଯୁବକ ଗିରଫ

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡ୍‌ରେ ଥିବା ଏକ ଏଟିଏମ୍‌ରୁ ସୁଦର୍ଶନପୁର ଗ୍ରାମର ରଶ୍ମିତା ଦାସ ନାମ୍ନୀ ଜଣେ ମହିଳା ଟଙ୍କା ଉଠାଉଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ପାଖରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ…

ପକ୍କାଘର ଯୋଗାଇଦେବାକୁ ନିର୍ମାଣ ସଂଘ ଏବଂ ଅନ୍ୟାନ୍ୟ ସଂଘର ଦାବି

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ସମେତ ଝିଞ୍ଜିରିଗୁଡ଼ା, ହାତିମୁଣ୍ଡା, କୁମ୍ଭାରିଗାଁ ଏବଂ ତାଜୁଙ୍ଗିଆ ପଞ୍ଚାୟତର କୋଠାବାଡ଼ି ନିର୍ମାଣ ଏବଂ ଅନ୍ୟାନ୍ୟ ସଂଘ ପକ୍ଷରୁ ସୋମବାର ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବାକୁ ସ୍ଥାନୀୟ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ନିକଟରେ…

ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ନାଗରିକ ମଞ୍ଚ ଏବଂ କନ୍ଧମାଳ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା,ଶୋଭାଯାତ୍ରା ସହ ବ୍ଳକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହାସହ…

ସାପ କାମୁଡ଼ାରେ ୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳରେ ୨ ଏବଂ କେନ୍ଦୁଝର ଜିଲା ତେଲକୋଇରେ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମର ଜିଲା କଦଳା…

ବିଦ୍ୟାଳୟରେ ତାଲା ପକାଇବା ଘଟଣା: ବିଇଓ ଏବଂ ସ୍କୁଲ ପରିଚାଳନା କମିଟିର ଆଲୋଚନା; ୨୬ ଓ ୨୭ରେ ହେବ ବିଧିବଦ୍ଧ ତଦନ୍ତ

ଆନନ୍ଦପୁର,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ କୋଚିଆନେଣ୍ଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କମିଟି ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ପଟ୍ଟନାୟକଙ୍କ ବିରୋଧରେ ଗତ ଶନିବାର ଏକ ଅଭିଯୋଗପତ୍ର ଦାଖଲ କରାଯାଇଥିଲା। ଅଭିଯୋଗକୁ ଆଧାର କରି ସୋମବାର ବ୍ଲକ ଶିକ୍ଷାଧିକାରୀ କ୍ଷେତ୍ରମୋହନ…

ବିଦ୍ୟାଳୟରେ ବଜ୍ରପାତ: ୪ ଛାତ୍ରୀଛାତ୍ର, ପାଚିକା ଆହତ

ମାର୍ଶାଘାଇ, ୨୩।୧୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର କଣକଶୋଟି ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ସୋମବାର ବଜ୍ରପାତଘଟି ୪ ଛାତ୍ରୀଛାତ୍ରଙ୍କ ସମେତ ଜଣେ ବାଚିକା ଆହତ ହୋଇଛନ୍ତି। ଚିକତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକତ୍ସା ପରେ…

ପାରିବାରିକ କଳହ ହେଲା କାଳ : ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ କୋର୍ଟ ଚାଲାଣ

ପାଟଣା,୨୩।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହାର ମୁଣ୍ଡାସାହିରେ ପାରିବାରିକ କଳହ କାଳ ହୋଇଛି। ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କର ପ୍ରାଣହାନି ଘଟିଥିବାବେଳେ ସ୍ବାମୀଙ୍କୁ କୋର୍ଟ ଚାଲାଣ କରାଯିବା ପରି ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରବିବାର ସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?