ସ୍ବାଗତ ପାଇଁ ଖରାରେ ଛିଡାହେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି ା ତାଙ୍କୁ ସ୍ବାଗତ କରିବାକୁ ପାଇଁ ବିଦ୍ୟାଳୟ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ଓ ବିଇଓ ବ୍ରହ୍ମାନନ୍ଦ ରାଉତ ବିଦ୍ୟାଳୟଠାରୁ ପ୍ରାୟ ୧ଶହ ମିଟର ଦୂର ୫୯ନଂ ଜାତୀୟ ରାଜପଥରେ ଅପେକ୍ଷା କରିରହିଥିଲେ। ପୂର୍ବାହ୍ନ ୧୦ଟାରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ପ୍ରାୟ ସାଢ଼େ ୧୧ଟାରେ ଏମ୍‌ପି ପହଞ୍ଚତ୍ଥିଲେ। ପ୍ରଚଣ୍ଡ ଖରାରେ ଛାତ୍ରୀଛାତ୍ର ଦେଢଘଣ୍ଟା ଏମ୍‌ପିଙ୍କୁ ଅପେକ୍ଷା କରିଥିଲେ। ବିଇଓ ରାଉତଙ୍କୁ ଛାତ୍ରୀଛାତ୍ରଙ୍କୁ କାହିଁକି ଖରାରେ ଠିଆ କରାଯାଇଛି ବୋଲି ପ୍ରଶ୍ନ କରିବାରୁ ସେ ତରବରିଆ ଭାବେ ସେମାନଙ୍କୁ ବିଦ୍ୟାଳୟକୁ ପଠାଇଦେବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମପି ସାମନ୍ତ ପହଞ୍ଚତ୍ବାପରେ ପୁଣି ଛାତ୍ରୀଛାତ୍ର ଫୁଲତୋଡ଼ା ଦେଇ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ପଚରାଯିବାରୁ ସେ କହିଛନ୍ତି, ସ୍କୁଲର ନୂତନ କୋଠା ଉଦ୍‌ଘାଟନ ହେଉଛି, ଏମ୍‌ପି, ବିଧାୟକ ଆସୁଛନ୍ତି ତେଣୁ ଛାତ୍ରୀଛାତ୍ରମାନେ ଉତ୍ସାହରେ ଅପେକ୍ଷା କରିଥିଲେ। ସରକାରଙ୍କ ନିୟମ ପ୍ରକାରେ କୌଣସି ଲୋକ ପ୍ରତିନିଧି କିମ୍ବା ଅତିଥିଙ୍କୁ ସ୍ବାଗତ କରିବାକୁ ଛାତ୍ରୀଛାତ୍ରଙ୍କୁ ଖରାରେ ଛିଡା କରାଯିବ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କିରିକୁଟିର ସୁରେସନ ସାହୁ। ଏନେଇ ଏମ୍‌ପି ସାମନ୍ତଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କୁ ଖରାରେ ଠିଆକରିବା ଘଟଣାକୁ ସେ ନିନ୍ଦା କରିଥିଲେ। ବିଇଓଙ୍କୁ ପଚାରି ବୁଝିବା ସହ ଆଗାମୀ ଦିନରେ ଏଭଳି କରାଯିବ ନାହିଁ ବୋଲି କହିଛନ୍ତି।
ଅତିଥିଭାବେ ଏମ୍‌ପି ସାମନ୍ତଙ୍କ ସହ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, କିରିକୁଟି ସରପଞ୍ଚ ନିର୍ମାତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଇଓ ରାଉତ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଯାଇଥିଲା। ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏସ. ସୁବ୍ରମଣ୍ୟମ୍‌, ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, କନିଷ୍ଠଯନ୍ତ୍ରୀ ନିମୁରାମ ତୁଡ଼ୁ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଏମପି ସାମନ୍ତ, ବିଧାୟକ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରମୁଖ ପର୍ତ୍ତମାହା ପଞ୍ଚାୟତ ଗସ୍ତ କରି ସେଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିବା ସହ ପାଙ୍ଗାଲି ଠାରୁ ପ୍ଲିହେରୀ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): ବିଧାୟକ ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ବିଜେଡିର ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଦାରିଙ୍ଗବାଡ଼ିଠାରେ ବିଜୁ ଜନତା ଦଳ ସମେତ ବିଭିନ୍ନ...

ମା’ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ; ଦାରିଙ୍ଗବାଡ଼ିରେ ଭକ୍ତିମୟ ପରିବେଶ

ଦାରିଙ୍ଗବାଡି, ୨୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ମା’ଠାକୁରାଣୀଙ୍କ ଯାତ୍ରା -୨୦୨୪ ନିମନ୍ତେ ବୁଧବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ମା’ଠାକୁରାଣୀ...

ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ସହ ହୋଲି

ଦାରିଙ୍ଗବାଡି,୨୬।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳନ ହୋଇଛି। ବିଶେଷ କରି ଛୋଟ...

ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ

ବାଲିଗୁଡା,୨୬।୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଗାଁଠୁ...

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ହଳଦୀଚାଷୀ

ଦାରିଙ୍ଗବାଡି,୨୫ା୩ (ଅରୁଣ ସାହୁ)କନ୍ଧମାଳ ହଳଦୀର ଅଭାବି ବିକ୍ରୀ ଏବେ ଚାଷୀଙ୍କୁ ସଂକଟରେ ପକାଇଛି। ଗୋଟିଏ ପଟେ ସାହୁକାର ଋଣ, ଅନ୍ୟପଟେ ଅମଳରେ ହ୍ରାସ ପାଇ ଚାଷୀ...

ବାଇକ୍‌-ଟ୍ରାକ୍ଟର ମୁହାଁମୁହିଁ: ଜଣେ ଗୁରୁତର

ଦାରିଙ୍ଗବାଡ଼ି,୨୫।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିର ଜାତୀୟ ରାଜପଥ ଉପରେ ସୋମବାର ଏକ ଦୁର୍ଘଟଣାରେ ବାଇକ୍‌ ଚାଳକ ମିଲନ ପ୍ରଧାନ ଗୁରୁତର ହୋଇଛନ୍ତି।...

ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): ଆଳୁଚପ୍‌ରୁ ଲୁହା କଣ୍ଟା ବାହାରିବା କଥା ଶୁଣିଲେ ମନରେ ଭୟ ଜାତ ହେଉଛି। ମାତ୍ର ଏହା ସତ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ...

ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri