ପାରାଦୀପ : ପୌରପାଳିକାରେ ସାମିଲ ହେବାକୁ ବସ୍ତିବାସିନ୍ଦାଙ୍କ କସରତ

ପାରାଦୀପ,୧୯।୧୦(ସ୍ବ.ପ୍ର): ପାରାଦୀପର ଇଫ୍‌କୋ ଖାରଖାନା ସଂଲଗ୍ନ ଓ କାଉଡ଼ିଆ ନଦୀକୂଳରେ ରହିଛି ବିଜୟଚାନ୍ଦପୁର ବସ୍ତି। ୨୦୦୦ରୁ ଅଧିକ ଲୋକ ଓ ୬୫୦ ଭୋଟର ଥିବା ଏହି ବସ୍ତି ଏବେ ଚର୍ଚ୍ଚାରେ। କାରଣ ଏହି ବସ୍ତିର କେତେକ ବାସିନ୍ଦା ପାରାଦୀପ ପୌରପାଳିକାରେ ମିଶିବା ପାଇଁ ଗତ ସପ୍ତାହେ ହେଲା କସରତ ଚଳାଇଛନ୍ତି। ତେବେ ସେମାନଙ୍କୁ ବସ୍ତିର ଅନ୍ୟ କିଛି ଲୋକ ଓ ପଞ୍ଚାୟତର ଜନପ୍ରତିନିଧିମାନେ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶ୍ରଣ ପାଇଁ ଗତ ଅଗଷ୍ଟ ମାସରୁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ନଗର ଉନ୍ନୟନ ବିଭାଗ ଚିଠି (ନଂ.୧୪୯୧୫/୨୯-୦୮-୧୯), ପଞ୍ଚାୟତ ଅଧିକାରୀଙ୍କ ଚିଠି (ନଂ.୬୮୪/୫-୯-୧୯) ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚିଠି (ନଂ.୩୦୪୮/୫-୯-୧୯) ଅନୁଯାୟୀ, ପଞ୍ଚାୟତ ଅଞ୍ଚଳରେ ଥିବା କେତେକ ଗ୍ରାମ ଓ ଶିଳ୍ପ ସଂସ୍ଥା ପୌରପାଳିକା ଅଧୀନକୁ ଯିବାକୁ ନିର୍ଦ୍ଦେଶ ହୋଇଛି। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ସୂଚନାଯୋଗ୍ୟ, ୨୦୦୯ରୁ ପୌରପାଳିକା ସମ୍ପ୍ରସାରଣ ପାଇଁ ସରକାରୀ ଭାବେ ଉଦ୍ୟମ ଚାଲିଛି। ଏବେ ସୁଦ୍ଧା ଇଫ୍‌କୋ, ଏସାର ଷ୍ଟିଲ, ବିଜୟଚାନ୍ଦପୁର, ଲକ୍‌ପଡ଼ା ବସ୍ତିର କିଛି ଅଂଶ, ଉଦୟବିହାର, ଗୋଆକାର୍ବନ, କଳିଙ୍ଗ କାଲସିନର କାର୍ବନ କମ୍ପାନୀ ଓ ତୈଳ ବିଶୋଧନାଗାର ପୌରପାଳିକା ଅଧୀନରେ ସାମିଲ ହୋଇନାହିଁ। ଏଥିଯୋଗୁ କେତେକ ବସ୍ତି ଓ କଲୋନୀ ବାସିନ୍ଦା ପ୍ରଶାସନିକ ସୁବିଧା ଓ ସରକାରୀ ସହାୟତାରୁ ବଞ୍ଚତ୍ତ ହେଉଛନ୍ତି। ଯେପରି କି ପିପିଏଲ ଛକଠାରୁ ଦୋଛକି ପର୍ଯ୍ୟନ୍ତ ସୀମା ମଧ୍ୟରେ ଥିବା ଉଦୟ ବିହାର ବାସିନ୍ଦା ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପଞ୍ଚାୟତ ଓ ପୌରକାଳିକାରେ ସାମିଲ ହୋଇପାରୁନାହାନ୍ତି। ସେପଟେ ବିଜୟଚନ୍ଦ୍ରପୁର, ତଳପଡ଼ା ବସ୍ତିବାସିନ୍ଦା ଓ ତାଳଦଣ୍ଡା କେନାଲ ରାସ୍ତା ଉପରେ ଥିବା ଲକ୍‌ପଡ଼ା ବାସିନ୍ଦା ଦ୍ୱୈତ ଶାସନର ଫାଇଦା ନେଉଛନ୍ତି। ସେମାନେ ପଞ୍ଚାୟତ ଓ ପୌର ପାଳିକାରେ ଭୋଟ ଦେଉଛନ୍ତି। ଦୁଇଟି ସ୍ଥାନରୁ ସରକାରୀ ସୁବିଧା ପାଉଛନ୍ତି।
ଶିଳ୍ପ ସଂସ୍ଥାକୁ ହୋଲ୍ଡିଂ ଟିକସ ଭୟ
ପୌରପାଳିକା ଅଧୀନରେ ନ ଥିବା ଉପରୋକ୍ତ ଶିଳ୍ପସଂସ୍ଥାଗୁଡିକ ପଞ୍ଚାୟତ ଅଞ୍ଚଳରେ ରହିଛନ୍ତି। ଏଥିପାଇଁ ସେମାନେ ରାଜସ୍ବ କ୍ଷେତ୍ରରେ ଅଧିକ ସୁବିଧା ପାଉଛନ୍ତି। ପୌରପାଳିକାରେ ସାମିଲ ହେଲେ ପୌର ଆଇନ୍‌ ଅନୁଯାୟୀ ସେମାନଙ୍କ ଉପରେ ହୋଲ୍ଡିଂ ଟିକସ ଲାଗିବ। ଏହାର ମୂଲ୍ୟ ପଞ୍ଚାୟତ ନିୟମଠାର ଯଥେଷ୍ଟ କମ୍‌। ଉଦାହରଣତଃ ଏକ ଶିଳ୍ପ ସଂସ୍ଥାର ୧୭୧୦ ଏକର ଜାଗା ପଞ୍ଚାୟତ ଅଞ୍ଚଳରେ ରହିଛି। ପଞ୍ଚାୟତ ନିୟମ ଅନୁଯାୟୀ ଏହି ଶିଳ୍ପସଂସ୍ଥା ବାର୍ଷିକ ଟିକସ ଏକର ପିଛା ମାତ୍ର ୯୫ ଟଙ୍କାରୁ ସାମାନ୍ୟ ଅଧିକ ଦେଉଛି। ସେହି ଜାଗା ପୌରପାଳିକା ଅଧୀନକୁ ଗଲେ ହୋଲ୍ଡିଂ ଟିକସ ବାବଦରେ ବାର୍ଷିକ ୪୦ଲକ୍ଷ ଟଙ୍କାରୁ ଅଧିକ ଦେବାକୁ ପଡ଼ିବ। ଏଥିପାଇଁ ଶିଳ୍ପସଂସ୍ଥାମାନେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ହାତବାରିଶି କରି ପଞ୍ଚାୟତରେ ରହିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି ବୋଲି କୁହାଯାଉଛି। ତେଣୁ ପଞ୍ଚାୟତ ପ୍ରତିନିଧିଙ୍କ ବାରଣ ଯୋଗୁ ପୌର ପାଳିକା ସମ୍ପ୍ରସାରଣ ହୋଇପାରୁନି।
ବିଜୟଚାନ୍ଦପୁର ବସ୍ତିର ସୃଷ୍ଟି
ବିଜୟଚାନ୍ଦପୁର ବସ୍ତି ବେଶିଦିନର ନୁହେଁ। ୧୯୯୮-୯୯ରେ ବନ୍ଦର ସମ୍ପ୍ରସାରଣ ବେଳେ ଘନଗଳିଆ ଓ ଇନ୍ଦିରା ପାର୍କ ନଁାରେ ଥିବା ଦୁଇଟି ବଡ଼ ବସ୍ତିକୁ ଉଚ୍ଛେଦ କରାଯାଇଥିଲା। ସେହି ଲୋକଙ୍କୁ ଭିତରଗଡ଼ ମୌଜାର ଉଦୟବଟ ଧାମ ସୀମାରେ ଥଇଥାନ କରାଯାଇଥିଲା। କିନ୍ତୁ ସେମାନେ ବନ୍ଦର ପକ୍ଷରୁ ମିଳିଥିବା ପ୍ଲଟ ବିକ୍ରି କରି ଗୋଟିକ ପରେ ଗୋଟିଏ କାଉଡ଼ିଆ ନଦୀ କୂଳରେ ବସତିସ୍ଥାପନ କଲେ। ସେତେବେଳେ ସେହି ଅଞ୍ଚଳ ନୂଆଗଡ଼ ପଞ୍ଚାୟତରେ ଥିବାରୁ ସେଥିରେ ସାମିଲ ହୋଇଗଲେ। ଏବେ ସେଠାରେ ବିଶାଳ ବସ୍ତି ବିଜୟଚାନ୍ଦପୁର ସୃଷ୍ଟି ହୋଇଛି। ଏଠାରେ ୨୦୦୦ରୁ ଅଧିକ ଲୋକ ରହିଲେଣି। ସେମାନଙ୍କ ମଧ୍ୟରେ ଅଧିକାଂଶ ବାଂଲାଭାଷୀ।
ଦୁଇଆଡୁ ମିଳୁଛି ଫାଇଦା
ଏହି ବସ୍ତିର ୬୫୦ ଭୋଟର ନୂଆଗଡ଼ ପଞ୍ଚାୟତ ଓ ୧୫୦ ଭୋଟର ପୌରପାଳିକା ଅଧୀନରେ ଅଛନ୍ତି। ପୌରପାଳିକାର ୨ନଂ. ଓ୍ବାର୍ଡଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ଏହି ବସ୍ତି ଅଛି। ସେପଟେ ଏଠାରୁ ପଞ୍ଚାୟତର ବ୍ୟବଧାନ ୧୧ କିମି। ଏଠାରେ ୨୦୧୧ ଜନଗଣନା ଓ ସାମାଜିକ ଅର୍ଥନୈତିକ ଗଣନା ପୌରପାଳିକା ପକ୍ଷରୁ କରାଯାଇଥିଲା। କିନ୍ତୁ ୨୦୦୭ରେ ପଞ୍ଚାୟତ ପକ୍ଷରୁ ସେଠାରେ ସରକାରୀ ସ୍କୁଲ ଖୋଲାଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ କରାଯାଇଛି। ପକ୍କାରାସ୍ତା, ବିଦ୍ୟୁତ, ପାନୀୟଜଳ ଇଫ୍‌କୋ କମ୍ପାନୀ କରିଛି। ସମସ୍ତ ରାଶନକାର୍ଡଧାରୀମାନେ ପୌରପାଳିକାରୁ ଖାଦ୍ୟ ସାମଗ୍ରୀ ପାଉଛନ୍ତି। କିନ୍ତୁ ଭତ୍ତା ପାଉଛନ୍ତି ପଞ୍ଚାୟତ ଅଫିସରୁ। ଏପରିକି କେତେକ ଲୋକଙ୍କ ନାମରେ ଦୁଇଟି ସ୍ଥାନରେ ଭୋଟର ଲିଷ୍ଟରେ ନାମ ଥିବା ଜଣାଯାଏ କିନ୍ତୁ ସମସ୍ତେ ରହୁଛନ୍ତି ସରକାରୀ ଜାଗାରେ। ସୁବିଧା ପାଉଛନ୍ତି ଦୁଇଆଡୁ। ସେବା ଯୋଗାଉଛି କମ୍ପାନୀ। ବର୍ତ୍ତମାନ ଏନଆରସି ପ୍ରସଙ୍ଗ ଉଠିବା, ଆଉ ୬ମାସ ପରେ ପୌର ନିର୍ବାଚନ ଥିବା ଓ ସଚିବଙ୍କ ଚିଠି ଆସିବା ପରେ ବିବାଦ ଉଷ୍ମ ହୋଇଛି।
ଆଶଙ୍କାରେ ପୌରପାଳିକା ମାନ୍ୟତା
ନିୟମ ଅନୁଯାୟୀ ଯେଉଁ ସହରର ଜନସଂଖ୍ୟା ୫୦ ହଜାରରୁ ଅଧିକ ତାକୁ ପୌରପାଳିକା ମାନ୍ୟତା ମିଳିଥାଏ। ଏହି ସଂଖ୍ୟା ୫୦ହଜାରରୁ କମିଲେ ପୌରପାଳିକା ମାନ୍ୟତା କଟି ଏନଏସି ମାନ୍ୟତା ମିଳିବ। ସେପଟେ ପାରାଦୀପ ପୌରପାଳିକାରେ ଦିନକୁ ଦିନ ଜନସଂଖ୍ୟା କମିବାରେ ଲାଗିଛି। କାରଣ ୨୦୦୧ ଜନଗଣନା ଅନୁଯାୟୀ, ଏଠାରେ ୭୩,୬୨୫ ଲୋକ ଥିବାବେଳେ ୨୦୧୧ ଜନଗଣନାବେଳକୁ ତାହା ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ଏବେ ୨୦୨୧ ଜନଗଣନାରେ ଯଦି ଏହି ଜନସଂଖ୍ୟା ଆହୁରି ହ୍ରାସ ପାଇ ୫୦ ହଜାର ତଳକୁ ଆସେ ତେବେ ପୌରପାଳିକା ମାନ୍ୟତା ଚାଲିଯିବ। ତେଣୁ ପୌରପାଳିକା ସମ୍ପ୍ରସାରଣ ବା ଅଧିକ ଲୋକଙ୍କୁ ସାମିଲ କରିବା ଜରୁରୀ ହୋଇପଡିଛି।
କ’ଣ କୁହନ୍ତି ବସ୍ତି ବାସିନ୍ଦା
ବିଜୟଚାନ୍ଦପୁର ତଳପଡ଼ା ବସ୍ତିର କମିଟି ସଭାପତି ନିରାପଦ ମଣ୍ଡଳ, ସମ୍ପାଦକ ଯାମିନୀ ମିଦ୍ଧା, ହାରାମଣି ଓଝା, ସୁଶାନ୍ତ ମାଇତି, ଜଗନ୍ନାଥ ହାଲଦାର, ତପନ ଝା ପ୍ରମୁଖ କହିଛନ୍ତି ଯେ, ବସ୍ତି ବାସିନ୍ଦା ପୌର ପାଳିକାରେ ସାମିଲ ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଛନ୍ତି। କିନ୍ତୁ ସେମାନଙ୍କୁ କେତେକ ଲୋକ ବିରୋଧ କରି ବସ୍ତିରେ ଖାତା ବୁଲାଇ ଦସ୍ତଖତ କରୁଛନ୍ତି। ପୌରପାଳିକାର ୨ନଂ. ଓ୍ବାର୍ଡ କାଉନ୍‌ସିଲର ଅଜୟ କୁମାର ନାୟକ କହିଛନ୍ତି ଯେ, ସମସ୍ତ ବସ୍ତିବାସିନ୍ଦାଙ୍କୁ ଆମେ ସେବା ଯୋଗାଉଛୁ। ସେମାନେ ମିଶିବା ଦରକାର। ଆମେ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରୁଛୁ। ଅନ୍ୟପକ୍ଷରେ ନୂଆଗଡ଼ ପଞ୍ଚାୟତର ସରପଞ୍ଚ ବବିତା ସେଠୀ କହିଛନ୍ତି ଯେ, ଆମ ପଞ୍ଚାୟତର ଅଧିକାଂଶ ଜମି ଇଫକୋ, ଏସାର ଷ୍ଟିଲରେ ଯାଇଛି। ଲୋକେ କ୍ଷତିପୂରଣ ପାଇନାହାନ୍ତି। ପୌରପାଳିକାରେ ସାମିଲ ହେଲେ ଏଥିରେ ଅସୁବିଧା ହେବ। ବସ୍ତିର ଅଧିକାଂଶ ଲୋକ ପଞ୍ଚାୟତରେ ରହିବାକୁ ଚାହୁଁଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। ମିଶ୍ରଣ ପାଇଁ ଗ୍ରାମସଭା କରାଯାଉ ଓ ଲୋକଙ୍କ ମତ ନେଇ ନିଷ୍ପତ୍ତି କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri