ଆମ ଜିଲା ଖବର

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। ଉଭୟ ପକ୍ଷକୁ ନେଇ ତଦନ୍ତ…

୪ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

ତାଳଚେର,୧୯ା୪(ଡି.ଏନ୍‌.ଏ): ତାଳଚେର ପୋରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୪ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍‌, ସାରଥି ସହର ଓ ଅନୀତା ସହର। ଗୋଟିଏ ଆଦିବାସୀ ପରିବାର କୁଡ଼ିଆ କରି ଗ୍ରାମ ନିକଟରେ…

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଭୁବନ, ୧୯ା୪(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିବା ମାର୍କେଟରେ ଥିବା ନାରାୟଣ ପୋଥାଳଙ୍କ ଗ୍ରୋସରୀ ଦୋକାନରେ ବିଦ୍ୟୁତ ସର୍ଟସର୍କିଟରୁ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁ ଜଳି ପାଉଁଶ ହୋଇଯାଇଛି । ନାରାୟଣ ଦୋକାନ ବନ୍ଦ କରି ଘରକୁ…

ବେଆଇନ ପିସ୍ତଲ ସହ ୮ ଜୀବନ୍ତ ଗୁଳି ଜବତ, ଅଭିଯୁକ୍ତ ଗିରଫ

ବଡବିଲ, ୧୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉପରବସ୍ତିରୁ ଜଣେ ଯୁବକଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ସହ ୮ଟି ଜୀବନ୍ତ ଗୁଳି ଜବତ ହୋଇଥିବାବେଳେ ସମ୍ପୃକ୍ତ ଅଭିଯୁକ୍ତ ସେକ ମୁମତାଜଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ସେକଙ୍କ ନାମରେ ବଡବିଲ…

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା) ସେଣ୍ଟରରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଯୋଗଦେଇଥିଲେ। ନବମ ଶ୍ରେଣୀ ଛାତ୍ରୀ ଅନୁସ୍କା…

ନେସ୍କୋ କାର୍ଯ୍ୟାଳୟରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଧାରଣା

ଭୋଗରାଇ, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଦେହୁର୍ଦ୍ଦାସ୍ଥିତ ନେସ୍କୋ ବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଦ୍ୱାରା ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇ ଧାରଣା ଦିଆଯାଇଛି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ବିଦ୍ୟୁତ୍‌୍‌ ସେବା ବ୍ୟାହତ ହେବାର…

କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଏବଂ କେନ୍ଦୁଝର ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି। ସେ କେନ୍ଦ୍ରୀୟ ଯୋଜନା…

ଭଦ୍ରକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର: ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ

ଭଦ୍ରକ ଅଫିସ, ୧୯।୪ – କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଗୁରୁବାର ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲା ନିର୍ବାଚନ ଅଧିକାରୀ  ଜ୍ଞାନରଞ୍ଜନ ଦାସ,…

ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଆରଡ଼ି, ୧୯।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ସନ୍ନିକଟ କୁଳେଇପଦା ପଡ଼ିଆରେ ନିର୍ମିତ ଜଳସେଚନ ବିଶ୍ରାମାଗାର ଏବେ ଭୂତକୋଠି ପାଲଟିଛି। ବର୍ଷତମାମ ଗୃହରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଏହାକୁ କାର୍ଯ୍ୟକ୍ଷମ କରାଯିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।…

କନ୍ଧମାଳରେ ୫୭.୪ ପ୍ରତିଶତ ମତଦାନ

ଫୁଲବାଣୀ ଅଫିସ, ୧୯ା୪-କନ୍ଧମାଳ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି| କନ୍ଧମାଳ ଲୋକ ସଭା ଅଧୀନ ୭ ବିଧାନସଭା  ନିର୍ବାଚନମଣ୍ଡଳୀରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୫୭.୪ ରହିଛି। ଫୁଲବାଣୀ ବିଧାନସଭାରେ ୫୯%, ବାଲିଗୁଡା ବିଧାନସଭାରେ ୫୩.୨,…

୬୩ନଂ. ବୁଥ୍‌ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ

ବ୍ରହ୍ମପୁର ଅଫିସ୍‌,୧୯ା୪-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୬୩ନମ୍ବର ବୁଥ୍‌ରେ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ସିଟି ହାଇସ୍କୁଲସ୍ଥିତ ବୁଥ୍‌ରେ ମତଦାନ ଗ୍ରହଣ କରାଯାଇଥିଲା। ଏହି ବୁଥ୍‌ରେ ମୋଟ ୯୯୬ଜଣ ଭୋଟର୍‌ ଅଛନ୍ତି । ସେଥିରୁ ୫୩୯ଜଣ ଭୋଟ୍‌ ଦେଇଛନ୍ତି।…

ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଞ୍ଜନଗର,୧୯।୪(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଗଝୋଳରେ ବୁଧବାର ରାତିରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ପ୍ରଧାନ (୨୬)। ରାଜନୈତିକ ଶତ୍ରୁତାରୁ ସଦାଶିବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ହାଡ଼ୁ ଥାନାରେ ଏତଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri