କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଏବଂ କେନ୍ଦୁଝର ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି। ସେ କେନ୍ଦ୍ରୀୟ ଯୋଜନା ରୂପାୟନରେ ରାଜ୍ୟରେ ବିଜେଡି ସରକାର ଅସହଯୋଗ କରୁଥିବା ଅଭିଯୋଗ କରିବା ସହ କଂଗ୍ରେସକୁ ଟାର୍ଗେଟ କରି ବକ୍ତବ୍ୟ ରଖିଥିଲେ। ଶାଳପଡା ପଡିଆଠାରେ ଅନୁଷ୍ଠିତ ସଭାରେ କେନ୍ଦ୍ର ମନ୍ତ୍ରୀ ଗଡକରୀ ଭାଜପା ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାକୁ ଆସିଲେ ଶିଳ୍ପାୟନ ଜରିଆରେ ବେକାର ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ।

ଏକ ନିର୍ବାଚନୀ ସଭାରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହ ସଭାପତିତ୍ୱ କରିଥିଲେ। ଭାଜପା ଜିଲା ସଭାପତି ରାଧା ମହାନ୍ତ, ପୂର୍ବତନ ବିଧାୟକ ରାଧାକାନ୍ତ ସ୍ବାଇଁ, ପୂର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ଜିଲା ଭାଜପା ଉପସଭାପତି ଗୋଲଖ ଯେନା, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତୀ ଯେନା, ସମ୍ପାଦିକା ଅସୀମା ମିଶ୍ର, ରାଜ୍ୟ ଭାଜପା ସମ୍ପାଦିକା ରଶ୍ମିରେଖା ଦାସ, ହେମନ୍ତ ମଲ୍ଲିକ, ଟୁକୁନା ମହାନ୍ତ, ବିଚିତ୍ର ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଭାଜପା ନେତାମାନେ ପରିବର୍ତ୍ତନର ପ୍ରସଙ୍ଗ ଉଠାଇ ରାଜ୍ୟରେ ବିଜେଡି ସରକାରଙ୍କୁ ବଦଳାଇବା ସକାଶେ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ। ଘସିପୁରା ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର କଂଗ୍ରେସ ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଦେଶରେ ଡବଲ ଇଞ୍ଜିନ୍‌ ସରକାର ଚଳାଇବା ପାଇଁ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ। କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଆନନ୍ଦପୁର ଓ ଘସିପୁରାର ଭାଜପା ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ ଦେବା ଲାଗି ନିବେଦନ କରିବା ସହ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ।

ମଧ୍ୟାହ୍ନ ୧୨ ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନୀ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଦେଖିବା ପାଇଁ ଲୋକଙ୍କ ସମାଗମ ହୋଇଥିଲା। ହେଲେ ମନ୍ତ୍ରୀ ଗଡକରୀ ବହୁ ବିଳମ୍ବରେ ଆସି ଅପରାହ୍ନ ସାଢେ ୩ଟାବେଳେ ନିର୍ବାଚନୀ ସଭାରେ ପହଞ୍ଚିଥିଲେ। ସେତେବେଳକୁ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରି ସିଟ୍‌ ଛାଡି ପଳାଇଯାଇଥିଲେ। ଏଣୁ କେନ୍ଦ୍ର ମନ୍ତ୍ରୀ ଅଳ୍ପ କେଇମିନିଟ୍‌ ଭାଷଣ ଦେଇ  ବକ୍ତବ୍ୟ ଶେଷ କରିଥିଲେ।

ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହେବା ଏବଂ ସଭାରେ ରାଜ୍ୟ ଭାଜପାର ଜଣେ ସମ୍ପାଦିକା ତାଙ୍କ ଭାଷଣରେ ଦଳର ପ୍ରାର୍ଥୀଙ୍କ ନାମ କହିବାବେଳେ ତ୍ରୁଟି କରିବା ଦଳୀୟ କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।  ସେ ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀଙ୍କ ପରିବର୍ତ୍ତେ ଭାଜପା ଛାଡି ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଭାଗୀରଥି ସେଠୀଙ୍କ ନାମ ଭୁଲବଶତଃ ଉଚ୍ଚାରଣ କରିଥିଲେ, ଯାହାକୁ ନେଇ ସଭାରେ ଗୁଞ୍ଜରଣ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri