ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। ଉଭୟ ପକ୍ଷକୁ ନେଇ ତଦନ୍ତ କରାଯିବା ପରେ ଏହା ର଼୍ୟାଗିଂ ନୁହେଁ ବରଂ ଝଗଡ଼ା ବୋଲି ସେଲ୍‌ ପକ୍ଷରୁ ୟୁଜିସିକୁ ସ୍ପଷ୍ଟ କରାଯାଇଥିଲା। ଦଣ୍ଡ ସ୍ବରୂପ ଉଭୟ ପକ୍ଷର ଛାତ୍ରୀଙ୍କୁ ନୋଟିସ ଜାରି କରାଯାଇଥିଲା। ର଼୍ୟାଗିଂର ଅଭିଯୋଗ ଉଠାଇଥିବା ଉଦ୍ଭିଦ ବିଜ୍ଞାନର ସ୍ନାତକ ତୃତୀୟ ବର୍ଷର ଛାତ୍ରୀଙ୍କୁ ୧୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଥିବାବେଳେ ଅଭିଯୁକ୍ତ ତଥା ଏମ୍‌ଫିଲ ଛାତ୍ରୀଙ୍କୁ କାଠଯୋଡ଼ି ହଷ୍ଟେଲରୁ କଢ଼ାଯାଇ ଅନ୍ୟ ହଷ୍ଟେଲରେ ଅବସ୍ଥାପିତ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟରେ ପରିଣତ କରିବା ପାଇଁ ନୋଟିସରେ ଉଲ୍ଲେଖ ମଧ୍ୟ କରାଯାଇଥିଲା। ହେଲେ ଦଣ୍ଡାଦେଶକୁ ଇତିମଧ୍ୟରେ ୧୪ଦିନ ପୂରଣ ହେଲାଣି। ଉଭୟ ଛାତ୍ରୀ ଏହି ଦଣ୍ଡାଦେଶକୁ ମାନି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ର଼୍ୟାଗିଂ ଅଭିଯୋଗ ଉଠାଇଥିବା ଛାତ୍ରୀଙ୍କୁ ୟୁଜିସିର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଫୋନ୍‌ କଲ୍‌ ଆସିଥିଲା। ତଦନ୍ତ ଠିକ୍‌ ଭାବେ ହୋଇନାହିଁ ବୋଲି ଛାତ୍ରୀ ଜଣକ ୟୁଜିସିରେ ଫେରାଦ ହେଇଛନ୍ତି। ଏ ସମ୍ପର୍କରେ କୁଳସଚିବ ଅଶୋକ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ, କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ପରିଣତ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମୋ ନିକଟରେ ନାହିଁ। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

ସୂଚନାଥାଉ କି, କାଠଯୋଡ଼ି ହଷ୍ଟେଲରେ ରହୁଥିବା ବାଣିଜ୍ୟ ବିଭାଗର ଜଣେ ଏମ୍‌ଫିଲ ଛାତ୍ରୀ ଗତ ମାର୍ଚ୍ଚ ୩୦ରେ ଉଦ୍ଭିଦ ବିଜ୍ଞାନର ସ୍ନାତକ ତୃତୀୟ ବର୍ଷର ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜୁନିୟରମାନଙ୍କୁ ଗାଳି କରୁଥିବା ଏମ୍‌ଫିଲ ଛାତ୍ରୀଙ୍କୁ ରୋକିବା ବେଳେ ସେ ର଼୍ୟାଗିଂର ଶିକାର ହୋଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଏ ନେଇ ର଼୍ୟାଗିଂର ଶିକାର ଛାତ୍ରୀ ୟୁଜିସି ନିକଟରେ ଅଭିଯୋଗ କରିଥିଲେ। ନ୍ୟାୟ ମିଳିବା ଦାବିରେ କୁଳସଚିବଙ୍କ କାର୍ଯ୍ୟାଳୟ ମଧ୍ୟ ଦୁଇଦିନ ଧରି ଘେରାଉ କରାଯାଇଥିଲା। ପରେ କୁଳସଚିବଙ୍କ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏହି ବୈଠକରେ ହୋଇଥିବା ନିଷ୍ପତ୍ତିରେ ଛାତ୍ରୀମାନେ ରାଜି ନ ହେବା ଫଳରେ ଘଟଣା ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌କୁ ଯିବା ସହ ତଦନ୍ତ କରାଯାଇ ଦଣ୍ଡାଦେଶ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?