ନେସ୍କୋ କାର୍ଯ୍ୟାଳୟରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଧାରଣା

ଭୋଗରାଇ, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଦେହୁର୍ଦ୍ଦାସ୍ଥିତ ନେସ୍କୋ ବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଦ୍ୱାରା ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇ ଧାରଣା ଦିଆଯାଇଛି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ବିଦ୍ୟୁତ୍‌୍‌ ସେବା ବ୍ୟାହତ ହେବାର ଆଶଙ୍କା ଥିବାରୁ ବିଭାଗୀୟ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରି ତୀକ୍ଷ୍‌ଣ ନଜର ରଖିଛନ୍ତି।

ଗତ ୧୧।୪।୧୯ରେ ଚନ୍ଦନେଶ୍ୱର ବିଦ୍ୟୁତ୍‌ ସେକ୍ସନ୍‌ର ଜେଇ ସନ୍ତୋଷ କୁମାର ମହନ୍ତ ତାଙ୍କ ସହିତ କେତେକ ବିଦ୍ୟୁତ୍‌ କର୍ମଚାରୀ ରଣକୋଠା ଗ୍ରାମସ୍ଥିତ ଚିଙ୍ଗୁଡ଼ି ଝିଲ ମାଲିକଙ୍କ ବକେୟା ବିଦ୍ୟୁତ୍‌ ବିଲ ପୈଠ ପାଇଁ ସେଠାକୁ ଯାଇଥିଲେ। ହାମରିଆ ଗ୍ରାମର ଚିଙ୍ଗୁଡ଼ି ଝିଲି ମାଲିକ ଧନଞ୍ଜୟ ଜେନା, ମୃତ୍ୟୁଞ୍ଜୟ ଜେନା ଓ ଗୌତମ ଜେନା ବିଦ୍ୟୁତ୍‌ କର୍ମଚାରୀଙ୍କୁ ବକେୟା ବିଦ୍ୟୁତ୍‌ ବିଲ ସମାଧାନ କରାଯାଉ ବୋଲି ଅଡ଼ି ବସିଥିଲେ। ବିଦ୍ୟୁତ୍‌ କର୍ମଚାରୀମାନେ ବକେୟା ବିଦ୍ୟୁତ୍‌ ବିଲ ପୈଠ ନ କଲେ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କରାଯିବ ବୋଲି କହିବାରୁ ଚିଙ୍ଗୁଡ଼ି ଝିଲି ମାଲିକ ସଂଘବଦ୍ଧ ହୋଇ ବାଉଁଶ ଦ୍ୱାରା କର୍ମଚାରୀଙ୍କୁ ମାଡ଼ ମାରିଥିବା ଭୋଗରାଇ ଥାନାରେ ଅଭିଯୋଗ ହୋଇଥିଲା। ବିଦ୍ୟୁତ୍‌ ବିଭାଗର ଦୁଇ କର୍ମଚାରୀ ପାର୍ଥସାରଥୀ ପାତ୍ର ଓ ଚନ୍ଦନ ଭୁୟାଁ ଆକ୍ରମଣକାରୀଙ୍କ ଦ୍ୱାରା ଆହତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଆକ୍ରମଣକାରୀମାନେ ବିଦ୍ୟୁତ୍‌ କର୍ମଚାରୀଙ୍କ ମୋବାଇଲ ଫୋନ୍‌କୁ ଚିଙ୍ଗୁଡ଼ି ଝିଲ୍ଲିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଭୋଗରାଇ ପୋଲିସ ଏହି ଘଟଣାରେ ଏକ ମାମଲା(ନଂ.୫୫/୧୯) ରୁଜୁ କରି ପ୍ରାଥମିକ ତଦନ୍ତ କରୁଛି। ହେଲେ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ବିଳମ୍ବ କରୁଥିବାରୁ ନେସ୍କୋ କାର୍ଯ୍ୟାଳୟର ୫୦ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ କର୍ମଚାରୀ ଧାରଣାରେ ବସିଛନ୍ତି। ଘଟଣାସ୍ଥଳକୁ ନେସ୍କୋ ନିର୍ବାହୀ ଯନ୍ତ୍ରୀ ହରିଶ କୁମାର ପଣ୍ଡା ଯାଇ ଏସ୍‌ଡ଼ିଓ ଭୁବନାନନ୍ଦ ଦାସ, ଜେଇ ବିଶ୍ୱଜିତ୍‌ ମହାପାତ୍ର ଓ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଦ୍ୟୁତ୍‌ ସେବା ବ୍ୟାହତ ନ ହେବା ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିର୍ବାହୀଯନ୍ତ୍ରୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri