ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଆରଡ଼ି, ୧୯।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ସନ୍ନିକଟ କୁଳେଇପଦା ପଡ଼ିଆରେ ନିର୍ମିତ ଜଳସେଚନ ବିଶ୍ରାମାଗାର ଏବେ ଭୂତକୋଠି ପାଲଟିଛି। ବର୍ଷତମାମ ଗୃହରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଏହାକୁ କାର୍ଯ୍ୟକ୍ଷମ କରାଯିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବର୍ଷ ବର୍ଷ ଧରି ଭୂତକୋଠି ପାଲଟିଥିବା ଏହି ବିଶ୍ରାମାଗାର କାର୍ଯ୍ୟକ୍ଷମ ନ ହେବା ପାଇଁ କେତେକ ଅସାଧୁ ବ୍ୟକ୍ତି ଉଦ୍ୟମ କରି ସଫଳ ହୋଇଥିବା କୁହାଯାଉଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ସ୍ଥାନୀୟ କୁଳେଇପଦା, ଓଳଗ, ଷାଠିବାଙ୍କୁଡ଼ା, ବୋଡ଼କ, ଦୋହରାପାଟଣା, ପହଣା, ସୁନ୍ଦରପୁର, ନାନ୍ଦପୁର ଓ ଆରଡ଼ି ଆଦି ଗଁା ଲୋକେ ଦାବି କରିଛନ୍ତି।

ଉଲ୍ଲେଖନୀୟ ଯେ, ୨୦୧୪ରେ ତତ୍କାଳୀନ ଚାନ୍ଦବାଲି ବିଧାୟକ ବିଜୟ ନାୟକ ଏହାର ଶିଳାନ୍ୟାସ କରିଥିଲେ। ବର୍ଷକ ମଧ୍ୟରେ ବ୍ୟୟବରାଦ ଅର୍ଥରାଶିରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ହେଲେ ଏହାମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ବିଶ୍ରାମାଗାର ଉଦ୍‌ଘାଟନ ତ ଦୂରର କଥା ଏଠାକୁ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରି ନାହିଁ। ଏଠାରେ ବିଶ୍ରାମାଗାର ନିର୍ମାଣ ହେବାର ବିଭିନ୍ନ କାରଣ ଥିଲା। ନିକଟ ଦେଇ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଆସି ସ୍ଥାନୀୟ ଓଳଗ, ସୁନ୍ଦରପୁର, ଆରଡ଼ି, ନାନ୍ଦପୁର ଆଦି ପଞ୍ଚାୟତରେ ବହୁ କ୍ଷତି ଘଟାଇଥାଏ। ଏଣୁ ଏହାକୁ ଏକ ସେକ୍ସନ ଅଫିସ କରାଯାଇ ଏଠାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯିବାର ପ୍ରସ୍ତାବ ରହିଥିଲା। ବନ୍ୟା ଓ ଅନ୍ୟ ସମୟରେ କନିଷ୍ଠ ଯନ୍ତ୍ରୀ ସହଜରେ ସମସ୍ୟାର ଆଶୁ ସମାଧାନ ନିମନ୍ତେ ପଦକ୍ଷେପ ନେଇପାରିଥାନ୍ତେ। ଏହି ଉଦ୍ଦେଶ୍ୟରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଏଠାରେ ଜଳସେଚନ ସେକ୍ସନ ଅଫିସ ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ଏଠାରେ ଏହି ଅଫିସ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚ ଏହାକୁ ବିରୋଧ କରିଥିଲେ। କୁଳେଇପଦା ଗ୍ରାମବାସୀଙ୍କ ସହ ଚାନ୍ଦବାଲି ତହସିଲଦାର ଏ ସମ୍ପର୍କରେ କଥା ହୋଇଥିଲେ। ଗ୍ରାମବାସୀ ମଧ୍ୟ ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ ଏବଂ ବିନା ସର୍ତ୍ତରେ ଜମି ଯୋଗାଇ ଦେଇଥିଲେ। ଏ ସମ୍ପର୍କରେ ଜଳସେଚନ ବିଭାଗ ଏସ୍‌ଡିଓ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି ଯେ,  ଉକ୍ତ ବିଶ୍ରାମାଗାର କାର୍ଯ୍ୟକ୍ଷମ ଲାଗି ଆବଶ୍ୟକ ଅର୍ଥରାଶି ବ୍ୟୟବରାଦ ହେଉନାହିଁ। ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଉଛି। ଖୁବ୍‌ଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା କରାଯାଉଥିବା ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri