ଆମ ଜିଲା ଖବର

୫୨୦ ଜାତୀୟ ରାଜପଥ ଟ୍ରାଫିକ୍‌ ଜାମ୍‌ରେ ଫସିଲା ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ଯୋଡ଼ା,୧।୧୦ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ମଙ୍ଗଳବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ ହୋଇଥିବାରୁ ଏକ ଆମ୍ବୁଲାନ୍ସ ଫସିଯାଇଥିଲା। ଫଳରେ ସେଥିରେ…

ଶାରଦୀୟ ପାର୍ବଣ ପୂଜା ପାଇଁ ଉତ୍ସବମୁଖର ପ୍ରାଚୀ ଉପତ୍ୟକା

କାକଟପୁର, ୧।୧୦(ଡି.ଏନ୍‌.ଏ.): ପୁରୀ ଜିଲା ପ୍ରାଚୀ ଉପତ୍ୟକାରେ ରହିଥିବା ଶତାଧିକ ଶକ୍ତି (ଦୁର୍ଗା, ଚାମୁଣ୍ଡା, ଗ୍ରାମ ଦେବତୀ) ମନ୍ଦିରମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଷୋଳ ପୂଜା ବା ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି। ମନ୍ଦିରମାନଙ୍କରେ ଭକ୍ତି ଓ ନିଷ୍ଠାର ସହିତ…

ଘରୋଇ କଳି ହେଲା କାଳ: ପୁଅ ସହ ଯୁକ୍ତିକରି ମା’ଙ୍କ ଆତ୍ମହତ୍ୟା

ଢେଙ୍କିକୋଟ,୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ପାଣୁପଶି ଗ୍ରାମ ଗିଧିବସା ସାହିରେ ସୋମବାର ରାତିରେ ଘରୋଇ କଳିକୁ କେନ୍ଦ୍ରକରି ଜଣେ ବୃଦ୍ଧା ବେକରେ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁରେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଚୁଳୁପା ମୁଣ୍ଡା।…

ହାତୀର ସ୍ବାସ୍ଥ୍ୟବସ୍ଥାରେ ସୁଧାର ନାହିଁ, ଜାରି ରହିଛି ଚିକିତ୍ସା

କେନ୍ଦୁଝର, ୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଉପରସୁମଠ ଗ୍ରାମ ଜଙ୍ଗଲରେ ଗତ ୪ ଦିନ ହେବ ଅସୁସ୍ଥ ହୋଇ ପଡ଼ିରହିଥିବା ମାଈ ହାତୀର ଚିକିତ୍ସା ଜାରିରହିଛି। ତେବେ ତା’ର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି…

ମଧ୍ୟାହ୍ନଭୋଜନ ଅନିୟମିତତା ଅଭିଯୋଗ: ଦୋଷ ଲୁଚାଇବାକୁ ଖବରଦାତାଙ୍କୁ ଲାଞ୍ଚ ଯାଚିଲେ ଶିକ୍ଷକ

ପଟ୍ଟାମୁଣ୍ଡାଇ,୧।୧୦(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ୟୁଜି ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା। ତଥ୍ୟ ସଂଗ୍ରହ ଲାଗି ମଙ୍ଗଳବାର ଜଣେ ଖବରଦାତା ଉକ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ନିଜର ଦୋଷ ଦୁର୍ବଳତା ଘୋଡାଇବାକୁ…

ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ୩୦ ଲକ୍ଷ ଚୋରି: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଟାଉନ, ୧।୧୦(ଡି.ଏନ୍‌.ଏ.): ଯାଜପୁର ସହର ଅମ୍ବିକାୟୀ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ମୁଖ୍ୟ ଗେଟ ତାଲା ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କା ଚୋରିକରି ନେଇଥିବା ବ୍ୟାଙ୍କର କର୍ମଚାରୀମାନେ…

ମେଡିସିନ୍‌ ରିପ୍ରେଜେଣ୍ଟେଟିଭଙ୍କୁ ଦଲାଲ କହି ଗିରଫ କରାଯାଉଥିବା ପ୍ରତିବାଦ: ଅତିରିିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭଦ୍ରକ ଅଫିସ, ୧।୧୦: ମେଡିସିନ୍‌ ରିପ୍ରେଜେଣ୍ଟେଟିଭଙ୍କୁ ଦଲାଲ କହି ପୋଲିସ ଗିରଫ କରୁଥିବା ପ୍ରତିବାଦରେ ମଙ୍ଗଳବାର ଜିଲା ମେଡିସିନ୍‌ ରିପ୍ରେଜେଣ୍ଟେଟିଭ ସଂଘ ପକ୍ଷରୁ ଅତିରିିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସକାଳେ ସଂଘର କର୍ମକର୍ତ୍ତା ବାଇକ୍‌ରେ ସହର ପରିକ୍ରମା କରିବା…

ବିନା ନୋଟିସରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ଯାଇ ଅଡୁଆରେ ପ୍ରଶାସନ

ଭଦ୍ରକ ଅଫିସ, ୧।୧୦: ଭଦ୍ରକ ଜିଲା ଚରମ୍ପା ପରିବହନ ବିଭାଗ ନିକଟସ୍ଥ ସରକାରୀ ଜମିରେ କିଛି ଆଦିବାସୀ ଜବରଦଖଲ କରି ରହିଆସୁଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ କର୍ମଚାରୀମାନେ ସେମାନଙ୍କୁ ଉଚ୍ଛେଦ ଲାଗି ଜେସିବି ମେଶିନ ସହ ପହଞ୍ଚିଥିଲେ। ବସ୍ତିବାସିନ୍ଦା ଏହାକୁ ତୀବ୍ର…

ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ଭଦ୍ରକ ଅଫିସ,୧।୧୦: ଭଦ୍ରକ ପଞ୍ଚାୟତ ସମିତି ଓ ଭଦ୍ରକ ପୌରପାଳିକା ପକ୍ଷରୁ ମଙ୍ଗଳବାର ଟାଉନହଲ ପରିସରରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ଜ୍ଞାନରଞ୍ଜନ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ…

ଫାଶୀ ଦେଇ ଯୁବତୀଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ବଡ଼ବିଲ,୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଚଟେଇ ହଣ୍ଟିରେ ଜଣେ ୧୬ ବର୍ଷୀୟ ଯୁବତୀ ଓଢଣିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତିରେ ଏହି ଅଘଟଣ ଘଟିଥିବା ପୋଲିସ କହିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମଙ୍ଗଳବାର ସକାଳେ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ତୀବ୍ର ହେଲା ଆନ୍ଦୋଳନ, ପରିବହନ କାର୍ଯ୍ୟାଳୟ ବନ୍ଦ

ବରଗଡ଼ ଅଫିସ, ୧।୧୦: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଦାବି ନେଇ ଗତ ମାସ ୨୪ ତାରିଖରୁ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟ ବନ୍ଦକରି…

ରେଙ୍ଗାଲୀ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ: ଖୋଲିଲା ୮ ନମ୍ବର ଗେଟ୍‌

କଣିହାଁ,୧।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଲୀ ଡ୍ୟାମ୍‌ରୁ ମଙ୍ଗଳବାର ପୂର୍ବାହ୍ନରେ ତୃତୀୟଥର ପାଇଁ ବନ୍ୟାଜଳ ନିଷ୍କାସନ ହୋଇଛି। ଡ୍ୟାମ୍‌ର ବିପଦସଙ୍କେତ ୧୨୩.୫୦ ମିଟର ରହିଥିବା ବେଳେ ଜଳସ୍ତର ୧୨୪.୪ ମିଟରକୁ ଛୁଇଁଥିଲା। ଏଥିଲାଗି ଡ୍ୟାମର ୮ନମ୍ବର ଗେଟ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?