ଭଦ୍ରକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର: ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ

ଭଦ୍ରକ ଅଫିସ, ୧୯।୪ – କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଗୁରୁବାର ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲା ନିର୍ବାଚନ ଅଧିକାରୀ  ଜ୍ଞାନରଞ୍ଜନ ଦାସ, ନିର୍ବାଚନ ନୋଡାଲ ଅଫିସର ତଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଉପଜିଲାପାଳ ହେମନ୍ତ କୁମାର ବିହାରୀ, ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତିଙ୍କ ସହ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ସାମଲ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପ୍ରସ୍ତୁତି ତଦାରଖ କରିବା ସହ ଜିଲାର ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ଲାଗି ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତି ନିର୍ବାଚନରେ ଦିବ୍ୟାଙ୍ଗମାନେ ଭୋଟଦାନରୁ ବିରତ ରହିଛନ୍ତି। ଚଳିତ ନିର୍ବାଚନରେ ଯେପରି ସେଭଳି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି। ବୁଥ୍‌ୱାରୀ ଦିବ୍ୟାଙ୍ଗ ଭୋଟର ତାଲିକା ପ୍ରସ୍ତୁତ କରି ପ୍ରିଜାଇଡିଂ ଅଫିସରଙ୍କୁ ଦେବାକୁ ସେ ଜିଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ଦିବ୍ୟାଙ୍ଗ ଭୋଟରଙ୍କୁ ସେମାନଙ୍କ ଘରୁ ସହାୟତା ଗାଡ଼ିରେ ଆଣି ଭୋଟଦାନ କେନ୍ଦ୍ରର ୧୦୦ ମିଟର ଦୂରରେ ରଖାଯିବ। ସେଠାରୁ ହୁଇଲଚେୟାର ଯୋଗେ ବୁଥ୍‌କୁ ଆଣି ଭୋଟ ଦେବା ପରେ ପୁଣି ସେମାନଙ୍କୁ ସସମ୍ମାନେ ଗାଡ଼ିରେ ନେଇ ଘରେ ଛାଡ଼ିବାରେ ଯେପରି କୌଣସି ତ୍ରୁଟି ନ ହୁଏ ସେ ଦିଗରେ ପଦକ୍ଷେପ ନେବାକୁ ସେ ଜିଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ର଼୍ୟାମ୍ପ ଓ ହୁଇଲଚେୟାର ଯିବାଆସିବା କରିବା ନିମନ୍ତେ ରାସ୍ତାଘାଟକୁ ସୁଗମ କରିବାକୁ କହିଥିଲେ। ଜିଲା ନିର୍ବାଚନ ଅଧିକାରୀ ଦାସ ଦିବ୍ୟାଙ୍ଗ ଭୋଟର ଥିବା ବୁଥ୍‌ରେ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏସବୁର ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଥିଲେ। ଜିଲାରେ ମୋଟ ୪୩ ହଜାର ୭୧୨ ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଥିବା କୁହାଯାଇଛି। ପରେ କମିଶନର ସାମଲ କେତେକ ବୁଥ୍‌ ପରିଦର୍ଶନ କରି ଯାଜପୁର ଜିଲାକୁ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri