ଆମ ଜିଲା ଖବର

ବଦଳିଲା ଅନୁଗୋଳ ଏସ୍‌ପିଙ୍କ ଟିମ୍‌: ୪ ଥାନା ଅଧିକାରୀ,୧୪ ଏସ୍‌ଆଇ ଓ ୧୭ ଏଏସ୍‌ଆଇଙ୍କ ବଦଳି

ଅନୁଗୋଳ ଅଫିସ, ୩।୧୦ – ଅନୁଗୋଳ ଜିଲା ପୋଲିସରେ ବୁଧବାର ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ନୂଆ ଏସ୍‌ପି ଜଗମୋହନ ମୀନା ଆସିବା ପରେ ତାଙ୍କ ଟିମ୍‌ ପ୍ରଥମ ଥର ପାଇଁ ବଦଳାଇଛନ୍ତି। ଜିଲାର ୪ଟି ଥାନା ଅଧିକାରୀଙ୍କ…

ମେଡିକାଲ ପରିଚାଳନା ଟିମ୍‌ ସୋର୍ସିଂ କରିବ ଏମ୍‌ସିଏଲ୍‌

ଭୁବନେଶ୍ୱର,୩ |୧୦ – ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌) ତାଳଚେରରେ ସ୍ଥାପନ କରିଥିବା ୫୦୦ ବେଡ୍‌ ବିଶିଷ୍ଟ ଏହାର ଷ୍ଟେଟ୍‌ ଅଫ୍‌ ଆର୍ଟ ମେଡିକାଲ ପ୍ରତିଷ୍ଠାନର ପରିଚାଳନା ଟିମ୍‌ ସୋର୍ସିଂ କରିବ। ଉକ୍ତ ହସ୍ପିଟାଲର ପରିଚାଳନା ଲାଗି ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକୁ…

ବିନା ପରମିଟ୍‌ରେ ଚାଲୁଥିବା ସ୍କୁଲ ବସ୍‌ ଜବତ

ଢେଙ୍କାନାଳ ଅଫିସ, ୩ା୧୦ – ଢେଙ୍କାନାଳ ଜିଲା ଗୋବିନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଥିବା ସ୍କୁଲ ବସ୍‌ ବିନା ପରମିଟରେ ଚାଲୁଥିବା ଅଭିଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ଜବତ କରିଛନ୍ତି। ଏ ବାବଦରେ ୨୨ହଜାର ଟଙ୍କା…

ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଗୋପାଳପୁର,୩ା୧୦- ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଗୋଳନ୍ଥରା ପୋଲିସ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପଞ୍ଚମା ଗ୍ରାମର ଲକ୍ଷ୍ମୀନାରାୟଣ ପ୍ରଧାନ। ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଘରକୁ…

ବ୍ୟବସାୟୀଙ୍କଠାରୁ ରୁପା ଅଳଙ୍କାର ଲୁଟ୍‌

ଗୋପାଳପୁର,୩ା୧୦-ଗୋପାଳପୁର ଥାନା କଦରପୁଲି ଗ୍ରାମରେ ମଙ୍ଗଳବାର ଜଣେ ରୂପା ବ୍ୟବସାୟୀଙ୍କଠାରୁ ୫ କେଜିରୁ ଊର୍ଦ୍ଧ୍ୱ ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ନଂ. ୧୧୪/୧୯ରେ ମାମଲା ରୁଜୁ କରିଛି। ଥାନାଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍…

କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ:  ସିଟି ବସ୍‌ଷ୍ଟାଣ୍ଡରୁ ୩ ରୁଟ୍‌ରେ ଚାଲିଲା ୧୦ ସିଟିବସ

ବ୍ରହ୍ମପୁର ଅଫିସ,୩ା୧୦-ଦୀର୍ଘ ୩ ବର୍ଷ ପରେ କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ ା ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଅନ୍ୟ ଜିଲାକୁ ଯାତାୟାତ କରୁଥିବା ସମସ୍ତ ଓଏସ୍‌ଆରଟିସି ବସ୍‌ ଟର୍ମିନାଲରୁ ବୁଧବାର ଚଳାଚଳ ଆରମ୍ଭ କରିଛି ା ଦିନରେ ୩ ଟି…

ମାଛ ଧରାକୁ ନେଇ ସଂଘର୍ଷ ଘଟଣା: ୩ ମାମଲା ରୁଜୁ, ଗ୍ରାମରେ ପୋଲିସ ଛାଉଣୀ

ଗୋପାଳପୁର,୩ା୧୦-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟାପାଟଣା ଓ ଚନ୍ଦନବାଡ଼ ଗ୍ରାମର ବାହୁଦା ନଦୀରେ ମାଛ ଧରିବାକୁ ନେଇ ମଙ୍ଗଳବାର ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ଗୋଳନ୍ଥରା ପୋଲିସ ୩ ମାମଲା ରୁଜୁ କରିଛି । ବୁଧବାର ସଦର ଏସ୍‌ଡିପିଓ…

ଗୁଣି ସନ୍ଦେହରେ ୬ଜଣଙ୍କୁ ଅଖାଦ୍ୟ ଖୁଆଇବା ଘଟଣା: ୨୯ ମହିଳା, ପୁରୁଷ ଗଲେ ଜେଲ; ଗିରଫ ଭୟରେ ଗୋପପୁର ଗ୍ରାମ ପୁରୁଷଶୂନ୍ୟ

ଖଲ୍ଲିକୋଟ,୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଗୋପପୁର ଦଳିତ ସାହିରେ ଗୁଣି ସନ୍ଦେହରେ ଗ୍ରାମବାସୀ ସୋମବାର ରାତିରେ ଦାନ୍ତ ଭାଙ୍ଗି ୬ ଜଣ ବ୍ୟକ୍ତିଙ୍କୁ ଅଖାଦ୍ୟ ଖୁଆଇ ଗାଁ କୋଠ ଘରେ ବାନ୍ଧି ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ…

ଇରାନିଆନ ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ ସିକନ୍ଦର ଗିରଫ : ୮ ଘଟଣାର ପର୍ଦ୍ଦାଫାଶ, କର୍ନାଟକ ଯିବ ଏକ ଟିମ୍‌

ବ୍ରହ୍ମପୁର ଅଫିସ,୩ା୧୦-ବ୍ରହ୍ମପୁର ପୋଲିସ ମଙ୍ଗଳବାର କର୍ନାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଲୁଟ୍‌ କରୁଥିବା ଓ ପରେ ଓଡିଶାରେ ଡକାୟତି ଚଳାଇଥିବା ଇରାନିଆନ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲିିଙ୍କୁ ଗିରଫ କରିଛିି। ମଙ୍ଗଳବାର ରାତିରେ ଗୋଷାଣୀନୂଆଗଁା ପୋଲିସ ଅନ୍ଧପସରା…

ବିସ୍ଥାପିତଙ୍କୁ ଥଇଥାନ ନାହିଁ

ହାଟଡିହି, ୩।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ବଣପାହାଡ ଘେରାରେ ଆଦିବାସୀ ଅଧ୍ୟୁଷିତ କେ.ବାଲିପାଳ(କଅଁଳେଇବାଲିପାଳ) ପଞ୍ଚାୟତ ଅବସ୍ଥିତ। ସୂଚନା ମୁତାବକ ମୟୂରନଚା ଗ୍ରାମର ୨ଟି ଓ୍ବାର୍ଡର ୧୫୦ ପରିବାର, କେବାଲିପାଳ ଗ୍ରାମ ଗୋଟିଏ ଓ୍ବାର୍ଡର ୯୦ ପରିବାର, ରାଇଘାଟି…

ବଦଳୁନି ଭିତ୍ତିଭୂମି: ଗୋଟିଏ ଗୃହରେ ୫ଶ୍ରେଣୀ

ପଦ୍ମପୁର, ୩।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କୋଠରିରେ ୫ ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଯାଉଛି। ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଭିତ୍ତିଭୂମିର ବିକାଶ ହେଉ ନାହିଁ।…

ଗୁଡୁଦାକୁ ମିଳିଲା ଲୋକକଳା ଗ୍ରାମ ମାନ୍ୟତା

ବାଲେଶ୍ୱର ଅଫିସ,୩।୧୦-ରାମଧୂନ ପରିବେଷଣ,ପ୍ରଭାତଫେରି ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା, କର୍ମଶାଳା, ପ୍ରଦର୍ଶନୀ, ସର୍ବଧର୍ମ ପ୍ରାର୍ଥନା , ସାଧାରଣ ସଭା ଓ ପୂଜ୍ୟପୂୂଜା ଆଦି କାର୍ଯ୍ୟକ୍ରମ ମଧ୍ୟରେ ବାଲେଶ୍ୱରରେ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?