ଭକ୍ତି ଆଣିଛି ସଂହତି

ଓଡାପଡା,୨୯ା୧୦
(ଦିନେଶ ଦାସ)

ସମଗ୍ର ଗାଁ ଏବେ ପାଲଟିଛି ଗୋଟିଏ ଗୋଷ୍ଠୀ। ସାହି ସାହି ଭିତରେ ଏବେ ନା ଅଛି ମତାନ୍ତର ନା ମନାନ୍ତର। ପୁରୁଣା ମାନ ଅଭିମାନକୁ ସତେ ଯେମିତି କେବେଠୁ ଭୁଲି ସାରିଲେଣି ଗ୍ରାମବାସୀ। ସମସ୍ତେ ଗୋଟିଏ ସୂତାରେ ଗୁନ୍ଥା। ରୀତି ଯୁଗୀୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ଭକ୍ତକବି ଦୀନକୃଷ୍ଣ ଦାସଙ୍କ କର୍ମଭୂମୀ ତଥା ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଏକଘରିଆ ଗ୍ରାମର ଆବାଳ ବୃଦ୍ଧବନିତା ଏବେ ପ୍ରଭୁ ଜଗନ୍ନାଥଙ୍କ ପ୍ରେମ ଓ ଭକ୍ତିରେ ବନ୍ଧା। ସେହି ଭକ୍ତି ହିଁ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି କରିଛି ଅପୂର୍ବ ସଂହତି। ଭକ୍ତି ଭାବ ମାଧ୍ୟମରେ କିପରି ସଂହତି ସୃଷ୍ଟି ହୋଇପାରେ, ତାହାର ଅନନ୍ୟ ନିଦର୍ଶନ ହେଉଛି ଏକଘରିଆ ଗାଁ।
କୁଷ୍ଠ ବ୍ୟାଧିଗ୍ରସ୍ତ ହେବା ପରେ ସାମାଜିକ ବିଦ୍ୱେଷର ଶିକାର ସହିତ ରାଜାଙ୍କ ଆକ୍ରୋଶ ଯୋଗୁ ଏକଦା ଶ୍ରୀକ୍ଷେତ୍ର ଧାମ ଛାଡି ବ୍ରାହ୍ମଣୀ ନଦୀ କୂଳ ତେନ୍ତୁଳିଡିହାରେ ଏକଘରିଆ ହୋଇ ଆଶ୍ରୟ ନେଇଥିଲେ ଦୀନକୃଷ୍ଣ ଦାସ। ସେଠାରେ ସେ ତାଙ୍କର ସାହିତ୍ୟ ସାଧନା ଜାରି ରଖିବା ସହିତ ଶେଷ ନିଃଶ୍ୱାସ ମଧ୍ୟ ତ୍ୟାଗ କରିଥିଲେ। ସେହିଦିନ ଠାରୁ ଉକ୍ତ ଅଞ୍ଚଳର ନାମ ଏକଘରିଆ ନାମରେ ପରିଚିତ। କ୍ରମେ ଏହା ରାଜସ୍ବ ଗ୍ରାମର ମାନ୍ୟତା ଲାଭ କରି ବାଙ୍ଗୁରସିଙ୍ଗ ପଞ୍ଚାୟତ ଅଧୀନରେ ରହିଛି। ମୋଟ୍‌ ୫ଟି ସାହିରେ ପ୍ରାୟ ୨୫୦ ପରିବାର ବାସ କରୁଥିବା ଏହି ଛୋଟିଆ ଗାଁରେ କିଛି ବର୍ଷ ହେବ ନିର୍ମାଣ ଚାଲିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ଭକ୍ତକବିଙ୍କ ସାଧନାକ୍ଷେତ୍ରକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଏହି ଛୋଟିଆ ଗାଁର ଉଚ୍ଚାଭିଳାସୀ ମଣିଷମାନେ। ଭକ୍ତକବିଙ୍କୁ ଶରଣ ଦେଇଥିବାରୁ ଉକ୍ତ ପୀଠର ନାମ ଶରଣ ଶ୍ରୀକ୍ଷେତ୍ର ରଖାଯାଇଛି। ପ୍ରାୟ ୭କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ଚାଲିଛି ଏହି କ୍ଷେତ୍ରର। କୌଣସି ସରକାରୀ ସାହାଯ୍ୟ ବିନା ଭକ୍ତ ଶ୍ରଦ୍ଧାଳୁଙ୍କ ସହଯୋଗରେ ଜାରି ରହିଛି ଏହି ବିଶାଳ କ୍ଷେତ୍ରର ନିର୍ମାଣ କାର୍ଯ୍ୟ। ଏଠାରେ ସୃଷ୍ଟି କରାଯାଇଥିବା ତୁଳସୀ ବନରୁ ପ୍ରତି ସପ୍ତାହରେ ଶ୍ରୀକ୍ଷେତ୍ରକୁ ପଠାଯାଉଛି ତୁଳସୀ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ତୁଳସୀ ସଂଗ୍ରହ କରାଯାଇ ପଠାଯାଉଛି। ଏଥିପାଇଁ ଶରଣ ଶ୍ରୀକ୍ଷେତ୍ରର ପୂଜକ ଚିଣ୍ଟଲ ବାବାଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ମୋଟର ସାଇକେଲର ବ୍ୟବସ୍ଥା କରାଯାଇ ତୁଳସୀ ସଂଗ୍ରହ କାର୍ଯ୍ୟରେ ଲଗାଯାଇଛି। ଏହି ଶରଣ କ୍ଷେତ୍ରର ନିର୍ମାଣ କାର୍ଯ୍ୟ ଏକଘରିଆ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ବେଳେ ଶ୍ରୀ ଜଗନ୍ନାଥ ଆଶ୍ରିତ ମଣ୍ଡଳୀ ଏଥିରେ ସହଯୋଗ ଜାରି ରଖିଛନ୍ତି। କେବଳ ଆର୍ଥିକ ସହଯୋଗ ନୁହେଁ, ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ମାଣ କାର୍ଯ୍ୟରେ ନିୟମିତ ଶ୍ରମ ଦାନ କରୁଛନ୍ତି। ଏବେ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ଏହି କ୍ଷେତ୍ରକୁ। ସେହି ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଏବେ ନିର୍ମାଣ କାର୍ଯ୍ୟ ଆଗକୁ ବଢି ଚାଲିଛି। ଖୁବ୍‌ଶୀଘ୍ର ଏହା ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବା ସହିତ ଦେଶ ବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri