ସରକାରୀ ସାହାଯ୍‌ ଆଶ୍‌ରେ ବୁନାକାର ପରିବାର

ଲାଠୋର, ୨୯ା୧୦ (ଡି.ଏନ୍‌.ଏ.)-
ସରକାର ବୁନାକାର ପରିବାରମାନକୁ ଅନେକ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ସେନ୍‌ତା ଭିନେ ଭିନେ ଗଁାଗଁଲିରେ ଥିବାର ବୁନାକାରମାନକୁ ପ୍ରଶିକ୍ଷକମାନକର ଜରିଆରେ ବୁନବାର ନୂତନ କଳାକଉଶଲ, ତରିକା ଶିଖାଯାଉଛେ। ସରକାର ବୁନାକାରମାନକୁ ଅଲପ୍‌ ସୁଧରେ ରୁଣ ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ବୁନାକାରମାନେ ଇ ସବୁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଡେବ୍ରିଆମୁଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ଡେବ୍ରିଆମୁଣ୍ଡା ଗଁାର ବସନ୍ତ ମେହେର(୪୧)। ପରିବାର କହେଲେ ମାଏକିନା ସୁଭାଗିନୀ(୩୨), ଝି’ ମମିତା(୧୫), ପୁଓ ରାଜେଶ(୧୩)। ବସନ୍ତ ହେଉଛନ୍‌ ଝନେ ବୁନାକାର। ସେ ଲୁଗା ବୁନି ଯାହା କମଉଛନ୍‌ ସେଥ୍‌ରେ ସେ ପରିବାର ଚଲାବାର ସଂଗେ ଝି’ପୁଓର ପାଠ୍‌ ପଢ଼ା ଖରଚ୍‌ ତୁଲଉଛନ୍‌। ଜମିବାଡ଼ି ବଲି ତାକର କିଛି ନାଇଁ। ସରକାରକଁର ତରଫୁ ତାହାକୁ ୪ ଡେସିମିଲ ଘରଡିହ ମିଲିଛେ। ହେଲେ ଆଏଜ୍‌ତକ ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଲୁଗାବୁନା ଦକ୍ଷତା ବୁର୍‌ଧି ଲାଗି ସେ ୩ ମାସ ତାଲିମ ନେଇଛନ୍‌। ନିଜର ଖରଚ୍‌ରେ ଗୁଟେ ମଂଗା ରଖି ସମ୍ବଲପୁରୀ ଶାଢ଼ି, ଗାମଛା ବୁନି ପରିବାର ଚଲଉଛନ୍‌। ଲୁଗାବୁନା ତାକର କଉଲିକ୍‌ ବୁର୍‌ତି, ଗଲା ୩୦ ବଛର ହେଲା ସେ ଇ କାମ୍‌ କରି କୁଟୁମ ପୁଷୁଛନ୍‌। ହେଲେ ଅଭାବ ଅନାଟନ ସବୁବେଲେ ଲାଗି ରହୁଛେ। ଏନ୍‌ତାଥି ସେ ଭଲ ଘରଖଁଡ଼େ ତିଆରି ନାଇଁ ପାରବାର। ବାପ୍‌ ତିଆରିଥିବାର ପୁରନା ଘରେ କୁଟୁମବସିଆ ରହୁଛନ୍‌। ହେଲେ ଏହେଦେ ସେ ପୁରନା ଘରଟା ବିପଦ୍‌ ଅବସ୍‌ତାରେ ରହିଛେ, କେତେବେଲେ କେନ୍‌ପରକାର ଅଘଟନ ଘଟବାର ଆଶଁକା ରହିଛେ। ଇଆଡ଼େ ପାଟଣାଗଡ଼ ଏଡିଟି ଅଫିସରେ ବୁନାକାର ହିସାବେ ବସନ୍ତକଁର ନଁା ତାଲିକାରେ ଦରଜ୍‌ ହେଇରହିଛେ। ହେଲେ ନଁା ଦରଜ୍‌ ହେଇଥିବାର ଉନିଆ ବୁନାକାରମାନକୁ ସରକାରୀ ସୁବିଧା ସୁଯୋଗ ମିଲୁଥିଲାବେଲେ ବସନ୍ତ ସେସବୁରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ସରକାରକଁର ତରଫୁ ପକାଘର ଖଁଡ଼େ ଆର ରୁଣ ଦିଆଗଲେ ଲୁଗାବୁନାର ସାଜୋସାମାନ ଘିନି ତାକର ରୁଜ୍‌ଗାରକେ ବଢ଼େଇ ପାରତେ, ଛୁଆପିଲାକୁ ଭଲ ଦୁଇ ଅଖର ପଢ଼େଇ ମୁନୁଷ୍‌ କରିପାରତେ ବଲି ବସନ୍ତ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେବାକେ ସେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସ୍ତ୍ରୀଙ୍କୁ ଶାବଳରେ ପିଟି ହତ୍ୟା, ସ୍ୱାମୀଙ୍କୁ ଆଜୀବନ

ଵ୍ରହ୍ମପୁର,୩୧।୮(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ମସିହାରେ ସଦର ଥାନା ଅନ୍ତର୍ଗତ ରୋହିଗାଁ’ରେ ନିଜ ସ୍ତ୍ରୀ’ଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିଲେ । ଜିଲା ଦୌରା ଜଜ ଅଶାନ୍ତ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri