ଆମ ଜିଲା ଖବର

ବିଜେପୁର: ପ୍ରସଙ୍ଗ ନୁହେଁ, ପତିଆରା ରାଜନୀତି

ବିଜେପୁର,୧୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ଦେଢ଼ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ଦେଖୁଛନ୍ତି ବିଜେପୁର ଭୋଟର। ଲଗାତର ନିର୍ବାଚନ ଫଳରେ ପୂର୍ବ ସରଗରମ ଏତେଟା ଦେଖିବାକୁ ମିଳୁ ନ ଥିଲେ ସୁଦ୍ଧା ଆଉ ଦିନେ ଦୁଇଦିନ…

ଉଚ ଚିକିଛା ଲାଗି ଟଁକା ଅଭାବ

ଜହ୍ନାପଙ୍କ, ୧୩।୧୦ (ଡି.ଏନ୍‌.ଏ.)- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ର ନାରାୟଣନଗରର ଗୋବର୍ଦ୍ଧନ ତରିଆ(୪୪)। ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏନ୍‌ତାଥି ସେ ଗୁଟେ ବାଡ଼ି ସାହାଯ୍‌ରେ ଯିବାର ଆଏବାର କରୁଛନ୍‌। ହେଲେ ଟଁକା ପଏସା ଅଭାବୁ ଉଚ ଚିକିଛା କରେଇ…

ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପରଜଙ୍ଗ, ୧୩।୧୦(ଡି.ଏନ୍‌.ଏ.) – ଜଣେ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହାର ଫଟୋ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ ବିଭାଗର…

ସରିଲା ‘ଆଗ୍ନେୟ’: ଝୁମାଇଲେ ବିନୋଦ ରାଠୋଡ୍‌

ଢେଙ୍କାନାଳ ଅଫିସ, ୧୩।୧୦ – ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଚାଲିଥିବା ବଜରଙ୍ଗ କ୍ଲବର ବାର୍ଷିକ ଉତ୍ସବ ‘ଆଗ୍ନେୟ’ ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହର ପ୍ରମୁଖ ଆକର୍ଷଣ ଥିଲେ ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ବିନୋଦ ରାଠୋଡ। ସେ…

ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ: ସଜେଇ ହୋଇଛି ୨୯ ମଣ୍ଡପ

ଅନୁଗୋଳ ଅଫିସ, ୧୩ା୧୦ – ଧରାବତରଣ କରିବେ ମା ଲକ୍ଷ୍ମୀ। ଏ ନେଇ ଅନୁଗୋଳ ସହର ସଜେଇ ହୋଇଛି। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେବ। ମା’ଙ୍କ ଆଗମନ ପାଇଁ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।…

ଜିଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲାପାଳ: ସେବା ସମ୍ପର୍କରେ ରୋଗୀଙ୍କୁ ପଚାରିଲେ, ସମସ୍ୟା ବୁଝିଲେ

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ତାହାର ତଦାରଖ ପାଇଁ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ମେଡିକାଲରେ ପହଞ୍ଚିଥିଲେ। ତାଙ୍କ ସହ ଉପଜିଲାପାଳ ବାସୁଦେବ…

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ ପୂଜାମଣ୍ଡପ। ରବିବାର ରାତିରୁ ମା’ ଧନଦାତ୍ରୀ ଧରାବରଣ କରିବେ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି…

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ: ପରୀକ୍ଷା ହେବ ୧୧ ଖାଦ୍ୟ ନମୁନା

ଅନୁଗୋଳ ଅଫିସ, ୧୩।୧୦ – ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ଅଧିକାରୀ ହରପ୍ରିୟା ବେହେରା, ସୁବାସ ଚନ୍ଦ୍ର ବେହେରା, ସୁନୀଲ କୁମାର…

ବରିଷ୍ଠ ନାଗରିକଙ୍କୁ ପୋଲିସ ବାଣ୍ଟିଲା ପରିଚୟପତ୍ର: ଏକୁଟିଆ ଥିଲେ ରହିବ ସ୍ବତନ୍ତ୍ର ଦୃଷ୍ଟି: ଏସ୍‌ପି

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ମଧ୍ୟାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍‌ପି ଜଗମୋହନ ମୀନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପରିଚୟପତ୍ର ପ୍ରଦାନ କରିଥିଲେ।…

ଦଦ୍‌ରା କୁରିଆରେ ବିତୁଛେ ଜୀବନ୍‌

ସମ୍ବଲପୁର,୧୩ା୧୦(ବ୍ୟୁରୋ)- ପରିବାରର ଦୁଖ୍‌ କହେଲେ ନାଇଁସରେ। ଦୁଇବେଲା ଖାଏବାକେ ମିଲବାରଟା ଭିଡ଼ ହେଇଯାଉଛେ। ମୁଡ଼ ରଖବାର ଲାଗି ଛାତ୍‌ଟେ ନାଁଇଁନ। କୁଟୁମବସିଆ ଗୁଟେ ଦଦ୍‌ରା କୁରିଆରେ ୩ ଦିବ୍ୟାଙ୍ଗ ଛୁଆକୁ ଧରି ରହୁଛନ୍‌। ଛୁଆପିଲାକର ଉଷୋକଷା କରବାକେ ହାତେ ଅଦ୍‌ଲେ ନାଁଇଁନ।…

ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୋଟିଏ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିବା…

ଜି.ଉଦୟଗିରି ବିଧାୟକଙ୍କ ମନ୍ତବ୍ୟକୁ ଭାଜପାର ବିରୋଧ

ଫୁଲବାଣୀ ଅଫିସ, ୧୩ା୧୦-ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ସଭାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ଯେଉଁମାନେ ତାଙ୍କୁ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ କାମ କରିବେନି। ଏହାକୁ ଭାଜପା ପକ୍ଷରୁ ବିରୋଧ କରାଯାଇଛି। ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?