ଦୁଇ ମାସର ଝିଅକୁ ଧରି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା ଅଫିସ, ୭।୧୧: ଦୁଇମାସର ଶିଶୁ କନ୍ୟାକୁ ଧରି ଜଣେ ମହିଳା ମାଓବାଦୀ ଗୁରୁବାର ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ହେଲା ପାର୍ବତୀ ଓରଫ୍‌ ରିଙ୍କି(୨୭)। ଛତିଶଗଡ଼ର ବିଜାପୁର ଜିଲା ମାର୍ଥୁ ଥାନା ଅଧୀନ ଓ୍ବାଚମ ଗାଁରେ ତାଙ୍କ ଘର। ତାଙ୍କ ନାଁରେ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ସୂଚନାଅନୁଯାୟୀ, ପାର୍ବତୀ ବାଂଶଧାର-ଘୁମୁସର ନାଗାବଳୀ ଡିଭିଜନର ଘୁମୁସର ଦଳମ୍‌ରେ ଆଠ ବର୍ଷ ଧରି କାମ କରୁଥିଲେ। ତାଙ୍କ ସ୍ବାମୀ ରାଜୁ ସିପିଆଇ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ କାମ କରୁଛନ୍ତି। ସଙ୍ଗଠନରେ ମହିଳାମାନଙ୍କୁ ହୀନଦୃଷ୍ଟିରେ ଦେଖାଯାଉଛି। ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁନି। ଝିଅ ପୁଅଙ୍କ ଭିତରେ ଭେଦଭାବ କରାଯାଉଛି, ଝିଅଙ୍କୁ ନିଜ ମତ ରଖିବାକୁ ଦିଆଯାଉନାହିଁ, ଝିଅମାନଙ୍କ ପାଇଁ ସଙ୍ଗଠନ ପକ୍ଷରୁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ସେମାନଙ୍କୁ ସୁରକ୍ଷା ମଧ୍ୟ ଦିଆଯାଉନି। ସେ ଗର୍ଭବତୀ ଥିବାବେଳେ ସଙ୍ଗଠନ ତାଙ୍କୁ ଜଙ୍ଗଲରେ ଏକା ଛାଡି ଚାଲି ଯାଇଥିଲା। ମାଓବାଦୀଙ୍କ ଆଦର୍ଶ ମଧ୍ୟ ଆଗ ଭଳି ଆଉ ନାହିଁ। ଏ ସବୁରେ ଅତିଷ୍ଠ ହୋଇ ସଙ୍ଗଠନ ଛାଡିଛି ବୋଲି ପାର୍ବତୀ ପୋଲିସ ଆଗରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପାର୍ବତୀ ରାୟଗଡ଼ା ଜିଲା କଡ୍ରାକାବାନ୍ଦିଲି ବିସ୍ଫୋରଣ, ଧାମନପଙ୍ଗ ବିସ୍ଫୋରଣ, ଡଙ୍ଗାମତି ବିସ୍ଫୋରଣ, ଜରପାରେ ଏସ୍‌ଓଜି ଟିମ୍‌ ଉପରେ ଆକ୍ରମଣ, ଡିଭିଏଫ ଯବାନଙ୍କ ମୃତ୍ୟୁ ଘଟଣା, କଳାହାଣ୍ଡି ଜିଲା ପାହାପଦର ଗ୍ରାମର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା, ବାବୁପଦର ଗାଁର ଭୀମ ଦୋରାଙ୍କୁ ହତ୍ୟା, ବଣ୍ଡାକଲି ଗାଁରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ସମ୍ପୃକ୍ତ ଥିବା ଏସ୍‌ପି ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri