ହିନ୍ଦୋଳରେ କୋରାପୁଟ ଏମ୍‌ପି: ‘କଂଗ୍ରେସ ହିଁ ହୋଇପାରିବ ଭାଜପାର ବିକଳ୍ପ’

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଦେଶର ଆର୍ଥିକ ଭିତ୍ତଭୂମି ଭୁଶୁଡ଼ି ଯାଇଛି। ଦେଖାଦେଇଥିବା ଏପରି ମାନ୍ଦାବସ୍ଥା କଂଗ୍ରେସ ସମୟରେ ନ ଥିଲା। ଦେଶରେ ନିଯୁକ୍ତି ଠପ୍‌ ହୋଇଯାଇଛି। ଦରଦାମ ଆକାଶଛୁଅଁା ହୋଇଛି। ଏହାର ପଛରେ ଭାଜପାର ଆର୍ଥିକ ନୀତି ହିଁ ଦାୟୀ। କଂଗ୍ରେସ ହିଁ ଭାଜପାର ବିକଳ୍ପ ହୋଇପାରିବ। ଏଥିପାଇଁ ତୃଣମୂଳସ୍ତରରୁ ସମସ୍ତଙ୍କୁ ସଙ୍ଗଠିତ ହୋଇ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି କୋରାପୁଟ ଏମ୍‌ପି ତଥା ଢେଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ସପ୍ତଗିରି ଉଲ୍ଲାକା। ହିନ୍ଦୋଳ ଟାଉନ ହଲ୍‌ରେ ଆୟୋଜିତ କର୍ମୀ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ହିନ୍ଦୋଳ ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଏମ୍‌ପିଙ୍କୁ ଭବ୍ୟ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ କର୍ମୀ। ଏହି ଅବସରରେ କୋର୍ଟ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏମ୍‌ପି ମାଲ୍ୟାର୍ପଣ କରିଥିଲେ। ବରିଷ୍ଠ ନେତା ତ୍ରିନାଥ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ରାଜା ଶୈଳେନ୍ଦ୍ର ନାରାୟଣ ସିଂଦେଓ, ଜିଲା ସଭାପତି ସୁରେଶ ପାଣିଗ୍ରାହୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରା, ପିସିସି ଉପସଭାନେତ୍ରୀ ସସ୍ମିତା ବେହେରା, ଅନୁଗୁଳ ଜିଲା ସଭାପତି ବିପ୍ଳବ ଜେନା, ପୂର୍ବତନ ବିଧାୟକ ନବୀନ ନନ୍ଦ, ମହେଶ୍ୱର ନାୟକ ପ୍ରମୁଖ ଯୋଗଦେଇଥିଲେ। ସାଧାରଣ ନିର୍ବାଚନରେ ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିନାହିଁ। ଏଥିରେ ନିରୁତ୍ସାହିତ ନ ହୋଇ ପଞ୍ଚାୟତସ୍ତରରୁ ସଙ୍ଗଠନକୁ ମଜଭୁତ କରିବାକୁ ପଡ଼ିବ। ଅସୂୟ ମନୋଭାବ ଛାଡି ଏକଜୁଟ ହୋଇ କାମ କଲେ ଏହାର ସୁଫଳ ନିଶ୍ଚୟ ମିଳିବ ବୋଲି ଅତିଥିମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସେବା ଦଳ ଅଧ୍ୟକ୍ଷ ସୁବାସ ପାଳ, ସନ୍ତୋଷ ରାଉତ, ଛବିରାଜ ବିଶ୍ୱାଳ, ରତିକାନ୍ତ ଗଡ଼ନାୟକ, ପ୍ରିୟବ୍ରତ ଗଡ଼ନାୟକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri