‘ବୁଲ୍‌ବୁଲ୍‌’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର

ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ ତରଫରୁ କି ପ୍ରସ୍ତୁତି କରାଯାଇଛି ତା’ର ସମୀକ୍ଷା କରାଯାଇଥିଲା। ଶୁକ୍ରବାର ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଜିଲାପାଳ ଆଲୋଚନା କରି ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ। ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଯୋଜନା ପ୍ରସ୍ତୁତ କରାଯିବ। ବାତ୍ୟାରେ ଯେପରି କୌଣସି ପ୍ରକାର ଧନଜୀବନ ହାନି ନ ଘଟେ ସେଥିପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।
ଜିଲାରେ ରହିଥିବା ୧୪୦ଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳଗଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବ୍ଲକରେ ମହଜୁଦ୍‌ ରହିଥିବା ପଲିଥିନ ଷ୍ଟକ୍‌ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବାତ୍ୟା/ବନ୍ୟାପ୍ରବଣ ଗ୍ରାମଗୁଡ଼ିକରେ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟସ୍ଥଳୀଗୁଡ଼ିକୁ ସ୍ଥାନାନ୍ତର କରାଯିବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ଜିଲା ଜରୁରୀକାଳୀନ ବିଭାଗ, ଉପଜିଲାପାଳ, ସମସ୍ତ ତହସିଲଦାର, ବିଡ଼ିଓଙ୍କ କାର୍ଯ୍ୟାଳୟ ସମେତ ମେଡ଼ିକାଲ ଓ ଅନ୍ୟାନ୍ୟ ବିଭାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ। ବିଦ୍ୟୁତ ବିଭାଗକୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ୍‌ ସରବରାହ ବ୍ୟାହତ ପରିସ୍ଥିତିରେ ତାକୁ ସ୍ବଳ୍ପ ସମୟ ମଧ୍ୟରେ ପୁନଃ ପ୍ରତିଷ୍ଠା କରିବା ପାଇଁ ନେସ୍କୋ ଅଧକାରୀଙ୍କୁ କୁହାଯାଇଥିଲା। ଚାଷୀମାନଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲା ଶିକ୍ଷାଧିକାରୀ ସମସ୍ତ ସ୍କୁଲଗୁଡ଼ିକୁ ଲୋକଙ୍କ ଆଶ୍ରୟ ନିମନ୍ତେ ଆସନ୍ତା ୮ ଓ ୯ତାରିଖରେ ୨୪ ଘଣ୍ଟା ଖୋଲା ରଖିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଜିଲା ଯୋଗାଣ ଅଧିକାରୀଙ୍କୁ ବାତ୍ୟା ନିମନ୍ତେ ଚୂଡ଼ା, ଗୁଡ଼ ଆଦି ଶୁଖିଲା ଖାଦ୍ୟ ମହଜୁଦ୍‌ କରି ବିଭିନ୍ନ ରିଟେଲ କେନ୍ଦ୍ରରେ ଉପଲବ୍ଧ କରିବା, କିରୋସିନ ମହଜୁଦ ରଖିବା ଏବଂ ଫ୍ରି କିଚେନ ନିମନ୍ତେ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଛୁଟି ବାତିଲ୍‌ କରାଯାଇ ଥିବାବେଳେ ସିଫ୍ଟ ଅନୁଯାୟୀ ସେମାନଙ୍କ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଚାର୍ଟ ପ୍ରସ୍ତୁତ କରାଯିବ। ଡାକ୍ତରଖାନାରେ ଜେନେରଟର, ମେଡିସିନ୍‌, ହାଲୋଜିନ ଟାବଲେଟ, ପାଣି ଓ ଡ୍ରାଏ ଫୁଡ୍‌ ମହଜୁଦ୍‌ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଏଥିସହିତ ସମସ୍ତ ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ଗୋଖାଦ୍ୟ, ଔଷଧ ଓ ମୋବାଇଲ ଭ୍ୟାନ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେବା ଲାଗି ସିଡିଭିଓଙ୍କୁ ପରାମର୍ଶ ଦିଆଯାଇଛି। ଜିଲାରେ ଥିବା ଓଡ୍ରାଫ, ଏନଡ଼ିଆରଏଫ, ଅଗ୍ନିଶମ ବିଭାଗଗୁଡିକ ବିଭିନ୍ନ ଟିମ୍‌ରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏଥିସହିତ ତାଳସାରୀଠାରେ ସ୍ବତନ୍ତ୍ର ଭାବେ ଏକ ଟିମ ମୁତୟନ ରହିବେ।
ବୈଠକରେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ଜିଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର, ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri